ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

Opinion Poll: ପଶ୍ଚିମବଙ୍ଗରେ କିଏ ଗଢ଼ିବ ସରକାର? କାହାକୁ ମିଳିବ କେତେ ସିଟ୍‌, ଜାଣନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ, ୨୭/ ୦୨: ଦେଶର ୪ ରାଜ୍ୟ ଓ ୧ କେନ୍ଦ୍ର ଶାସିତ ଅଞ୍ଚଳରେ ବାଜିଲା ନିର୍ବାଚନୀ ବିଗୁଲ। ଗତକାଲି ମୁଖ୍ୟ ନିର୍ବାଚନ କମିଶନର ନିର୍ବାଚନୀ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ବିଗୁଲ ବାଜିବା ପରେ ଏବେ ଓପିନିୟନ୍‌ ପୋଲ ଫଳାଫଳ ସାମ୍ନାକୁ ଆସିଛି।

ମୁଖ୍ୟତଃ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ୫ଟି ସ୍ଥାନରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ସେମି ଫାଇନାଲ ମ୍ୟାଚ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ସମସ୍ତଙ୍କ ନଜର ଏବେ ପଶ୍ଚିମବଙ୍ଗ ଉପରେ ରହିଛି। ଦିଦିଙ୍କ ଗଡ଼ରେ ମୋଦି-ଶାହ-ନଡ୍ଡା ପଦ୍ମ ଫୁଟାଇ ପାରିବେ ନା ନାଇଁ। ଦିଦି ତାଙ୍କ ଗଡ଼ ସମ୍ଭାଳି ପାରିବେ ନା ଚଳିତ ବିଧାନସଭା ନିର୍ବାଚନରେ ଆଉ କିଛି ମ୍ୟାଜିକ୍‌ ହେବ। ଏସବୁକୁ ନଜରରେ ରଖି ଭୋଟରଙ୍କ ମୁଡକୁ ପରଖିଛି ଏବିପି ସି-ଭୋଟର। ନିର୍ବାଚନ ତାରିଖ ଘୋଷଣା ପରେ ଏବିପି ସି-ଭୋଟର ଜାରି କରିଛି ଓପିନିଅନ୍‌ ପୋଲ।

ଏବିପି ସି-ଭୋଟର ଓପିନିୟନ୍‌ ପୋଲ୍‌ ଆକଳନ ଅନୁଯାୟୀ, ପଶ୍ଚିମବଙ୍ଗରେ ଦିଦିଙ୍କ ଟିଏମସିକୁ ୪୩ ପ୍ରତିଶତ ଭୋଟ୍‌ ମିଳିବ। ଅପରପକ୍ଷେ ବିଜେପିକୁ ୩୮ ପ୍ରତିଶତ ଭୋଟ ମିଳିବ ବୋଲି ସର୍ଭେରେ ଆକଳନ କରାଯାଇଛି। ଅନ୍ୟପଟେ ବାମପନ୍ଥୀ-କଂଗ୍ରେସ ମେଣ୍ଟକୁ ୧୩ ପ୍ରତିଶତ ଭୋଟ ମିଳିବାକୁ ଥିବାବେଳେ ଅନ୍ୟମାନଙ୍କୁ ୬ ପ୍ରତିଶତ ଭୋଟ୍‌ ମିଳିବ ବୋଲି ସର୍ଭେରେ ଆକଳନ କରାଯାଇଛି।

ସର୍ଭେ ରିପୋେର୍ଟ ଅନୁଯାୟୀ, ମମତାଙ୍କ ଟିଏମସିକୁ ୧୪୮ରୁ ୧୬୪ ସିଟ୍‌ ମିଳିପାରେ। ଅପରପକ୍ଷେ ଭାରତୀୟ ଜନତା ପାର୍ଟିକୁ ୧୦୦ରୁ ଅଧିକ ଅର୍ଥାତ୍‌ ୯୮-୧୦୮ ସିଟ୍‌ ମିଳିପାରେ ବୋଲି ଆକଳନ କରାଯାିଛି। ତିନି ଦଶନ୍ଧିରୁ ଅଧିକ ସମୟ ପଶ୍ଚିମବଙ୍ଗରେ ସରକାର କରିଥିବା ବାମ ଦଳକୁ ଜୋରଦାର ଝଟକା ଲାଗିପାରେ। ସେହିପରି କଂଗ୍ରେସକୁ କମ୍‌ ପ୍ରତିଶତ ଭୋଟ ମିଳିବ ବୋଲି ଆକଳନ ହୋଇଛି। ବାମ-କଂଗ୍ରେସ ମେଣ୍ଟ ୩୧ରୁ ୩୯ ସିଟରେ ବିଜୟୀ ହୋଇ ପାରନ୍ତି ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

ତେବେ ଦିଦି ତାଙ୍କ ଗଡ଼ ସୁରକ୍ଷିତ ରଖି ପାରୁଛନ୍ତି ନା ବିଜେପି ବଙ୍ଗରେ ପଦ୍ମ ଫୁଟାଇବ ତାହା ମେ'୨ ତାରିଖରେ ଜଣାପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.