PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

କ୍ୟାପଟେନ କୁଲ୍‌ଙ୍କ ସହ ଫଟୋ ସେୟାର କଲେ ଗେଲ, ଧୋନୀଙ୍କ ପାଇଁ ଲେଖିଲେ ଏମିତି…  

ଜଗମ- zeenews.india.com

ମୁମ୍ବାଇ ୦୫।୦୨;  ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ଅନେକ ଫ୍ୟାନ ରହିଛନ୍ତି। ବିଶ୍ବର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଗଣାଯାଆନ୍ତି ସେ। କେବଳ ଏତିକି ନୁହେଁ ସେ  କ୍ୟାପଟେନ କୁଲ ଭାବରେ ପରିଚିତ । ତାଙ୍କ ନାଁରେ ତିନୋଟି ଆଇସିସି ଟ୍ରଫି ଜାତିବାର ରହିଛି ରେକର୍ଡ। ଆଉ ଏବେ ୱେଷ୍ଟଇଣ୍ଡିଜର ଷ୍ଟାର ବ୍ୟାଟର ତଥା ୟୁନିଭର୍ସ ବସ୍ ଭାବେ ପରିଚିତ କ୍ରିସ୍ ଗେଲ୍ ମଧ୍ୟ ଧୋନୀଙ୍କ ବଡ଼ ଫ୍ୟାନ ପାଲଟିଛନ୍ତି। ସେ  ଧୋନୀଙ୍କ ସହ ଏକ ଫଟୋ  ସେୟାର କରିଛନ୍ତି । ଯାହା ସାମାଜିକ ଗଣମାଧ୍ୟମରେ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

ଗେଲ୍‌ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ଏହି ଫଟୋକୁ ସେୟାର କରିଛନ୍ତି। ଯେଉଁଥିରେ ସେ ଧୋନୀଙ୍କ ସହ ନଜର ଆସିଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଯେ ଗେଲ ଧୋନିଙ୍କ କାନ୍ଧରେ ହାତ ରଖିଛନ୍ତି  ଏବଂ କ୍ୟାପସନରେ ଲେଖିଛନ୍ତି ଯେ ‘ଲଙ୍ଗ ଲାଇଭ୍ ଦ ଲିଜେଣ୍ଡସ୍’ । ଏହି ଫଟୋ ସେୟାର କରିବା କ୍ରିକେଟ ପ୍ରସଂଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଧୋନୀଙ୍କ ଅନେକ ଫ୍ୟାନ୍ସ ଏହି ଫଟୋରେ ଅନେକ କମେଣ୍ଟ ମଧ୍ୟ କରିଛନ୍ତି ।

ମହେନ୍ଦ୍ର ସିଂଙ୍କ ନାଁରେ ଅନେକ ରେକର୍ଡ ରହିଛି। ତାଙ୍କର ହେଲିକପ୍ଟର ସଟ୍‌ ଅନେକ ଲୋକଙ୍କ ମନରେ ଉତ୍ସାହ ଆଣିଦେଉଥିଲା।  ବିସ୍ଫୋରକ ବ୍ୟାଟର ଭାବେ ପରିଚିତ ଥିବା ଧୋନୀକୁ ଦୁନିଆର ସର୍ବୋତ୍ତମ ଫିନିସର୍ କୁହାଯାଏ। କ୍ୟାପଟେନ କୁଲ ବିଶ୍ୱର ଏକମାତ୍ର ଅଧିନାୟକ, ଯିଏକି ତିନିଟି ଆଇସିସି ଟ୍ରଫି ଜିତିଛନ୍ତି । ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ରେ  ଟି-୨୦ ବିଶ୍ୱକପ,  ୨୦୧୧ ଦିନିକିଆ  ବିଶ୍ୱକପ ଏବଂ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା  ।  ଧୋନୀ 2020 ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ।

ସମ୍ବନ୍ଧିତ ଖବର