ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପ୍ରତି ମାସରେ ଜଣଙ୍କର ମୁଣ୍ଡ ଗଡୁଛି, କେବେ ନିର୍ମାଣ ହେବ ପଳାଶୁଣି ଫୁଟ୍ ଓଭରବ୍ରିଜ୍‌ ?

Published By : Rasmita Pradhan | October 16, 2024 12:51 PM

ଭୁବନେଶ୍ୱର,୧୬/୧୦ : ଦୁର୍ଘଟଣାରେ ଜୀବନ ଯାଉଛି। ପ୍ରତି ମାସରେ ଜଣଙ୍କର ମୁଣ୍ଡ ଗଡୁଛି । ହେଲେ ସବୁଠୁ ବ୍ୟସ୍ତବହୁଳ ପଳାଶୁଣିରେ ଫୁଟ ଓଭରବ୍ରିଜ୍‌ ନିର୍ମାଣ ହୋଇପାରିଲା ନାହିଁ। ଦିନ ଗଡ଼ିବା ସହିତ ମୁଣ୍ଡ ଗଡ଼ିଚାଲିଛି । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ପଳାଶୁଣି ପରିବା ହାଟ ଉପରେ ଶତାଧିକ ଲୋକ ନିର୍ଭର କରନ୍ତି । ଏହା ସହ ବିପରୀତ ଦିଗରେ ସ୍କୁଲ ଥିବାରୁ ଛାତ୍ରଛାତ୍ରୀ ମାନେ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ମଞ୍ଚେଶ୍ୱର, ପ୍ରାଚୀ ବିହାର, ଜିଜିପି କଲୋନୀର ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ । ହେଲେ ଏହି ରାସ୍ତା ଉପରେ ଫୁଟ ଓଭରବ୍ରିଜ୍‌ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇପାରିଲା ନାହିଁ । 

ରାସ୍ତା ଗଡ଼ାଣିଆ ହୋଇଥିବାରୁ ଟ୍ରକ ବସ ଦ୍ରୁତ ଗତିରେ ଯାଉଛନ୍ତି । ଫଳରେ ଦୁର୍ଘଟଣା ଘଟୁଛି । ବିଗତ ଦିନରେ ଏଠି ଏକାଧିକ ଲୋକଙ୍କର ଜୀବନ ଦୁର୍ଘଟଣାରେ ଗଲାଣି । ଗତ ସପ୍ତାହରେ ଜଣେ ବ୍ୟକ୍ତି ରାସ୍ତା ପାର ହେବା ସମୟରେ ଦୁର୍ଘଟଣାରେ ଜୀବନ ଯାଇଥିଲା । ପ୍ରାୟ ୨୦ରୁ ଅଧିକ ମୁଣ୍ଡ ପଳାଶୁଣିରୁ ଗଡିଲାଣି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏନ୍‌ଏଚ୍‌ଏଆଇର ଚେତା ପଶୁନି ବୋଲି ସ୍ଥାନୀୟ କର୍ପୋରେଟର ଅଭିଯୋଗ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.