PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

୨ୟ ଦିନିକିଆରେ ଦଳକୁ ଫେରିବେ ରୋହିତ ଶର୍ମା; ସୂର୍ଯ୍ୟକୁମାର ଓ ଇଶାନ କିଷନଙ୍କ ମଧ୍ୟରୁ କିଏ ପାଇବେ ସୁଯୋଗ?

ନୂଆଦିଲ୍ଲୀ ୧୮/୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ସହଜ ବିଜୟ ହାସଲ କରିଥିଲା ଘରୋଇ ଦଳ । ତେବେ ଦ୍ବିତୀୟ ମ୍ୟାଚ୍‌ ଜିତି ଆଗୁଆ ସିରିଜ୍‌ କବ୍‌ଜା କରିବା ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ । ଅନ୍ୟପଟେ କଙ୍ଗାରୁ ଦଳ ସିରିଜ୍‌ ବରାବର କରିବାକୁ ଜୋରଦାର ପ୍ରୟାସ କରିବ । ପୂର୍ବତନ କ୍ରିକେଟର ଓ୍ବାସିମ୍‌ ଜାଫର ମଧ୍ୟ କହିଛନ୍ତି ଯେ, ପ୍ରଥମ ମ୍ୟାଚ୍‌ ପରାଜୟ ପରେ ପରବର୍ତ୍ତୀ ମୁକାବିଲାରେ କଙ୍ଗାରୁ ଦଳ ଭଲ ଉନ୍ନତମାନର ପ୍ରଦର୍ଶନ କରିବ । ତେବେ ଦ୍ବିତୀୟ ଦିନିକିଆରେ ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରତ୍ୟାବର୍ତ୍ତନ କରିବେ । ପ୍ରଶ୍ନ ଉଠୁଛି ରୋହିତ ଫେରିଲେ କିଏ ବାଦ୍‌ ପଡିବେ?

TOI POLL: Fans vote for the inclusion of Suryakumar Yadav and Ishan Kishan  in India ODI XI | Cricket News - Times of India
Social Media

ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହେବା ନିଶ୍ଚିତ । ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଛନ୍ତି ରୋହିତ ଶର୍ମା । ତେଣୁ ଇଶାନ କିଷନ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣଙ୍କୁ ପ୍ଲେଇଂ ଇଲେଭେନରୁ ବାଦ୍‌ ଦିଆଯାଇପାରେ । ମଧ୍ୟକ୍ରମରେ ଇଶାନ କିଷନଙ୍କ ରେକର୍ଡ ଭଲ ଥିବାରୁ ତାଙ୍କୁ ଦଳ ଚୂଡାନ୍ତ ଏକାଦଶରେ ସାମିଲ କରାଯିବାର ସମ୍ଭାବନା ଅଧିକ । ଅନ୍ୟପଟେ ଦିନିକିଆରେ ସେତେଟା ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି ସୂର୍ଯ୍ୟକୁମାର ଯାଦବ । ପ୍ରଥମ ଦିନିକିଆରେ ସେ ଖାତା ମଧ୍ୟ ଖୋଲିବାକୁ ସକ୍ଷମ ହୋଇନଥିଲେ ।

ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧନାୟକ), ଶୁବମାନ ଗିଲ୍, ବିରାଟ କୋହଲି, ଇଶାନ କିଷନ, ଲୋକେସ ରାହୁଲ, ହାର୍ଦ୍ଧିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର

ସମ୍ବନ୍ଧିତ ଖବର