- କେବେ ସୁଧୁରିବ ଆମେରିକା-କ୍ୟୁବା ବିବାଦୀୟ ସମ୍ପର୍କ
- ପ୍ରଥମେ ଓବାମା ପରେ ବାଇଡେନଙ୍କ ସମର୍ଥନର ବିଫଳତା
- ଟ୍ରମ୍ପ ଚାହୁଁନଥିଲେ ଉଭୟ ଦେଶ ମଧ୍ୟରେ ସମ୍ପର୍କ?
- କ'ଣ ରହିଛି ଇତିହାସ, କ'ଣ ରହିଛି ପୂରା କାହାଣୀ?
ନୂଆଦିଲ୍ଲୀ,୧୦/ ୦୬: ଆମେରିକାର ଦକ୍ଷିଣଭାଗରେ ରହିଛି କ୍ୟୁବାର ରିଭିଲ୍ ସାଗର। ଏହାର ଅତି ନିକଟତର ରାଜ୍ୟ ହେଊଛି ଫ୍ଳୋରିଡା। କ୍ୟୁବା ଠାରୁ ଏହାର ଦୁରତା ମାତ୍ର ୧୫୦ କିମି। ତେବେ ଏହାକୁ ଆକ୍ରମଣ କରିବା ପାଇଁ କମ୍ ଦୁରତାସମ୍ପନ୍ନ ମିଶାଇଲକୁ ମଧ୍ୟ ନିକ୍ଷେପ କରାଯାଇପାରେ। ଏହା ବ୍ୟତିତ ସମୁଦ୍ରସୀମାରେ ମଧ୍ୟ କ୍ୟୁବା ଉପରେ ନଜର ରଖାଯାଇପାରିବ ନାହିଁ, ସେଥିପାଇଁ ଆମେରିକା ତାର ପଡ଼ୋଶୀରେ ନିଜ ହିତ ସପକ୍ଷରେ ଥିବା ସରକାରକୁ ସମର୍ଥନ ଦେଇଛି। ଏଥିପାଇଁ ସେ ହତ୍ୟାଠାରୁ ଆରମ୍ଭ କରି ସେନାକୁ ହଟାଇବା ଭଳି ଘଟଣା ଘଟାଇଛି। ଆମେରିକା କ୍ୟୁବାରେ ମଧ୍ୟ ଏହି ପ୍ରୟାସ କରିଥିଲା।
କ୍ୟୁବାରେ ୧୯୫୯ ପର୍ଯ୍ୟନ୍ତ ବାଟିଷ୍ଟାଙ୍କ ସରକାର ଥିଲା। ବାଟିଷ୍ଟା ଅତ୍ୟନ୍ତ କୃର, ଏକଛତ୍ରବାଦ ଓ ମାନବିକ ଅଧିକାରର ଉଲଂଘନକାରୀ ଥିଲା। ତେବେ ଏହା ଆମେରିକା ପାଇଁ ଫଳପ୍ରଦ ଥିଲା। ଏଥିପାଇଁ କ୍ୟୁବାକୁ ସମର୍ଥନ କରି ଆସୁଥିଲା ଆମେରିକା। ସମାନ ବର୍ଷ କ୍ୟୁବାରେ ଏକ ହିଂସା ହେଲା। ସେତେବେଳେ ଫିଦେଲ କାଷ୍ଟ୍ରୋର ଗରିଲା ସେନା ବାଟିଷ୍ଟା ସରକାରଙ୍କୁ ଗାଦିଚ୍ୟୁତ କରିଥିଲା। ପରେ ବାଟିଷ୍ଟା ଦେଶ ଛାଡ଼ି ପଳାଇଥିଲେ। ତେବେ ସେପଟେ କାଷ୍ଟୋ ଥିଲେ କମ୍ୟୁନିଷ୍ଟ। ସେ ସୋଭିଏତ୍ ସଂଘର ସମର୍ଥକ ଥିଲେ। ଏହାଦ୍ବାରା ଆମେରିକାକୁ ଗଭୀର ଝଟ୍କା ଲାଗିଥିଲା।

ପଢ଼ନ୍ତୁ: ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ପୂର୍ବାନୁମାନ; ୭.୨ ପ୍ରତିଶତରୁ ଅଧିକ ରହିପାରେ ଅବିବୃଦ୍ଧି ହାର
କ୍ୟୁବାରେ ରହୁଥିବା ସମସ୍ତ ଆମେରିକୀୟ ଲୋକଙ୍କ ସମ୍ପତ୍ତିକୁ ଜବତ କରି ବାଟିଷ୍ଟାଙ୍କ ସମର୍ଥକଙ୍କୁ ରାସ୍ତାରୁ ହଟାଇଥିଲା ଫିଦେଲ କାଷ୍ଟ୍ରୋ ସଂଗଠନ। ତେବେ ଯେଉଁମାନେ ଲୁଚିଯାଇ ଆମେରିକାରେ ପହଞ୍ଚିଥିଲେ ସେମାନଙ୍କୁ ନେଇ ସିଆଇଏ ଏକ ଟିମ୍ ଗଠନ କଲା ଓ ତାଲିମ ଦେଲା। କାମ ଥିଲା କ୍ୟୁବାରେ ଅନୁ୍ପ୍ରବେଶ କରି କାଷ୍ଟ୍ରୋଙ୍କ ସରକାରକୁ ହଟାଇବା। ଏହି ଟିମ୍ ଏପ୍ରିଲ୍ ୧୯୬୧ରେ କ୍ୟୁବାରେ ପହଞ୍ଚି ଆକ୍ରମଣ ଆରମ୍ଭ କରିଥିଲେ କିନ୍ତୁ ଖୁବ କମ୍ ସମୟ ଭିିତରେ କାଷ୍ଟ୍ରୋ ସେନା ଆମେରିକା ଟିମ୍କୁ ହରାଇଦେଇଥିଲେ। ଟିମ୍ର ୧୦୦୦ରୁ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ୧୦୦ରୁ ଅଧିକ ଲୋକଙ୍କୁ ଗୁୂଳି କରି ହତ୍ୟା କରାଯାଇଥିଲା। ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତାରେ ପରିଣତ ହୋଇଥିଲା। ଆଉ ଏଥିପାଇଁ ଆମେରିକାକୁ ଜାବାବ ଦେବାକୁ ଶୋଭିଏତ୍ ସଂଘକୁ ନିଜର ଜମି ଦେଇ ମିଶାଇଲ ପ୍ରସ୍ତୁତ କରିଥିଲା କାଷ୍ଟ୍ରୋ। ଏହା ପରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲଗାଇଥିଲା ଆମେରିକା। ଏମିତିକି ଫିଦେଲ କାଷ୍ଟ୍ରୋଙ୍କୁ ହତ୍ୟା କରିବାକୁ ଚେଷ୍ଟା ମଧ୍ୟ କରିଥିଲା। ଏନେଇ ମଧ୍ୟ ବିବାଦ ବଢ଼ିଥିଲା।

ତେବେ ପରେ ୨୦୧୫ରେ ଓବାମାଙ୍କ କାର୍ଯ୍ୟକାଳ ସମୟରେ କ୍ୟୁବା ଉପରକୁ କିଛି ପ୍ରତିବନ୍ଧକ ହଟାଯାଇଥିଲା। ଏମିତିକି ଉଭୟ ଦେଶ ମଧ୍ୟରେ ଦୂତାବାସ ମଧ୍ୟ ଆରମ୍ଭ ହୋଇଥିଲା। ୨୦୧୬ରେ ଓବାମା କ୍ୟୁବା ଗସ୍ତରେ ଯାଇଥିଲେ। କିନ୍ତୁ ଯେତେବେଳେ ଡେନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେଲେ, ସେ ପୁଣି ପ୍ରତିବନ୍ଧକ ଲାଗୁ କରିଦେଇଥିଲେ। କୋଭିଡରେ କ୍ୟୁବାକୁ ଏହାର ସମସ୍ୟା ଭୋଗିବାକୁ ପଡ଼ିଥିଲା। ଜାନୁଆରୀ ୨୦୨୧ରେ ଗୋ ବାଇଡେନ୍ ରାଷ୍ଟ୍ରପତି ହେବା ପରେ ଦୁଇଦେଶ ମଧ୍ୟରେ ସଂପର୍କ ସୁଧାରିବାକୁ ଚେଷ୍ଟା କଲେ ବି କିଛି ଫଳ ମିଳିନଥିଲା।
You can also read: ଗୋପନୀୟ ଦସ୍ତାବିଜ ନଫେରାଇବା ଯୋଗୁ ବଢ଼ିଲା ଟ୍ରମ୍ପଙ୍କ ଅଡ଼ୁଆ! କ’ଣ ଏବେ ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେ?