PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଜାଣନ୍ତୁ କମ୍ପ୍ୟୁଟର କିବୋର୍ଡରେ ସବୁ ଅକ୍ଷର କାହିଁକି ରହିନଥାଏ କ୍ରମାନୁସାରେ

ନୂଆଦିଲ୍ଲୀ,୨୪।୭:କମ୍ପ୍ୟୁଟରର ଆବିଷ୍କାର ୧୯ତମ ଶତାବ୍ଦୀରେ ଚାର୍ଲସ ବାବେଜ ନାମକ ଜଣେ ପ୍ରସିଦ୍ଧ ଗଣିତଜ୍ଞ ପ୍ରଫେସର କରିଥିଲେ। ଏଥିପାଇଁ ତାଙ୍କୁ ‘କମ୍ପ୍ୟୁଟରର ଜନକ‘ ବୋଲି କୁହାଯାଏ। ଯଦିଓ ସେବେଠାରୁ ନେଇ ଏପର୍ଯ୍ୟନ୍ତ କମ୍ପ୍ୟୁଟରରେ ଅନେକ ପ୍ରକାର ପରିବର୍ତ୍ତନ ହୋଇଛି। ଆପଣଙ୍କ ଅଙ୍ଗୁଳି ଯେତେ ସ୍ପିଡରେ କମ୍ପ୍ୟୁଟର କିବୋର୍ଡ ଉପରେ ଚାଲିଥାଏ, ତା ଠାରୁ ଅଧିକ ଦୃତ ଗତିରେ ବିଶ୍ବରେ ସୂଚନାର ଆଦାନ-ପ୍ରଦାନ ହୋଇଥାଏ, କିନ୍ତୁ କ’ଣ ଆପଣମାନେ କେବେ ଭାବିଛନ୍ତି କିବୋର୍ଡ​‌ରେ ଥିବା ସବୁ ଅକ୍ଷର କ୍ରମାନୁସାରେ କାହିଁକି ନଥାଏ?

କିବୋର୍ଡର ବ୍ୟବହାର ପ୍ରାୟତଃ ପ୍ରତିଦିନ ଆମେ କରିଥାଉ। ଅଫିସରେ କାମ କରିବା ବେଳେ କିମ୍ବା କିମ୍ବା ଘରେ ରହିଥିବା ବେଳେ। କିବୋର୍ଡ ଓ ମୋବାଇଲର କିପ୍ୟାଡରେ ପ୍ରାରମ୍ଭିକ ଅକ୍ଷର କ୍ବାର୍ଟି(QWERTY)ରୁ ଆରମ୍ଭ ହୋଇଥାଏ। କ୍ରିଷ୍ଟୋଫର ଶଲ୍ସ କ୍ବାର୍ଟିର ରୂପରେଖ ତିଆରି କରିଥିଲେ। ସବୁଠାରୁ ପ୍ରଥମେ ୧୮୭୪ରେ ଆସିଥିବା ଟାଇପରାଇଟରରେ ଶବ୍ଦର ବ୍ୟବହାର ଏଭଳି କରାଯାଉଥିଲା। ସେବେଠାରୁ ଏହାକୁ ରେମିଙ୍ଗଟନ-୧ର ନାମରେ ଜଣାଯାଇଥିଲା।

ଯେତେବେଳେ ଶଲ୍ସ ଶବ୍ଦର ପଦ୍ଦତି ଓ କ୍ରମର ନିର୍ଦ୍ଦାରଣ କରିଥିଲେ ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେତେବେଳେ କ୍ରମକୁ ସିଧା ରଖାଯାଇଥିଲା ସେତେବେଳେ ବଟନ ଜାମ୍ ହୋଇଯାଉଥିଲା ଓ ଗୋଟିଏ ପରେ ଗୋଟିଏ ରହିବା କାରଣରୁ ଚାପିବାରେ କଷ୍ଟ ହେଉଥିଲା। ସେତେବେଳେ ଟାଇପରାଇଟରରେ ବ୍ୟାକସ୍ପେସ୍ ବଟନ ନଥିଲା। ଏହି କାରଣରୁ କିବୋର୍ଡରେ କ୍ବାର୍ଟି(QWERTY) ଶବ୍ଦର ବ୍ୟବହାର ହୋଇଥିଲା, ଯାହାଫଳରେ ଟାଇପ କରିବାରେ ସହଜ ହୋଇଥିଲା।