ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପତ୍ନୀଙ୍କ ଅଜବ ଷଡ୍‌ଯନ୍ତ୍ର, ୟୁପିଏସ୍‌ସି ପରୀକ୍ଷାରେ ଚୟନ ଲାଗି ମାଗିଲେ ଛାଡ଼ପତ୍ର

ନୂଆଦିଲ୍ଲୀ ୧୪/୦୫: କେନ୍ଦ୍ରୀୟ ଜନସେବା ଆୟୋଗ(ୟୁପିଏସ୍‌ସି) ପରୀକ୍ଷାରେ ନିଜର ଚୟନ ଲାଗି ରାଜସ୍ଥାନର ଜଣେ ମହିଳା ଅଜବ ଷଡ୍‌ଯନ୍ତ୍ର କରିଥିବା ସାମ୍ନାକୁ ଆସିଛି । ୟୁପିଏସ୍‌ସି ଚୟନ ପ୍ରକ୍ରିୟା ସମୟରେ ତାଙ୍କୁ ଛାଡ଼ପତ୍ର କୋଟାର ଲାଭ ଉଠାଇବା ପାଇଁ ବିବାହ ପରେ ସେ ସ୍ୱାମୀଙ୍କୁ ଛାଡ଼ପତ୍ର ଲାଗି ଦାବି କରିଥିଲେ । ସ୍ୱାମୀ ତାଙ୍କୁ ଏଥିନେଇ ବୁଝାଇବାକୁ ପ୍ରୟାସ କରିବାରୁ ସେ ସ୍ୱାମୀଙ୍କୁ ଜେଲ୍‌ ପଠାଇବାକୁ ବି ଧମକ ଦେଇଥିଲେ । ଏହାପରେ ବାଧ୍ୟହୋଇ ସ୍ୱାମୀ ତାଙ୍କ ବିରୋଧରେ ଗତ ୧୧ ତାରିଖରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । 

ପୁଲିସ ଅନୁସାରେ, ଜୟପୁରର କାଲୱାଡ୍‌ ରୋଡ୍‌ ବାସିନ୍ଦା ରବି(ଛଦ୍ମନାମ) ହେଉଛନ୍ତି ପେସାରେ ଜଣେ ଫଟୋଗ୍ରାଫର । ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ଡିସେମ୍ବର ୨୦୧୩ରେ ଫଟୋଗ୍ରାଫି ଲାଭି ସେ ପ୍ରତାପଗଡ଼ ଯାଇଥିଲେ । ସେଠାରେ ତାଙ୍କର ନୀତୁ(ଛଦ୍ମନାମ)ଙ୍କ ସହ ସାକ୍ଷାତ ହୋଇଥିଲା । ପରବର୍ତ୍ତୀ ସମୟରେ ଉଭୟ ଯୋଗାଯୋଗରେ ରହିଥିଲେ । ୨୦୧୬ରେ ନୀତୁ କଲେଜ ପଢ଼ିବା ଲାଗି ଜୟପୁର ଆସିବାରୁ ରବି ତାଙ୍କର ସମସ୍ତ ଖର୍ଚ୍ଚ ଉଠାଇବା ସହିତ ତାଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ କରାଇଥିଲେ । ଏହି ସମୟରେ ସେମାନେ ବୈଶାଳୀ ନଗରରେ ଲିଭ୍‌-ଇନ୍‌ରେ ରହିଥିଲେ । ୨୦୨୧ରେ ପରିଜନଙ୍କ ସହମତିରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା । ପରବର୍ଷ ସେପ୍ଟେମ୍ବର ମାସରେ ଟ୍ରାଇବାଲ୍‌ ସବ୍‌ ପ୍ଲାନ୍‌ କୋଟାରେ ନୀତୁଙ୍କର ସରକାରୀ ଚାକିରି ହୋଇଥିଲା । ଏହାପରେ ନୀତୁ ବିବାହ କରିବାକୁ ମନା କରିବା ସହ ୟୁପିଏସ୍‌ସି ପରୀକ୍ଷା ଲାଗି ପ୍ରସ୍ତୁତ ହେବେ ବୋଲି କହିଥିଲେ । 

ପରବର୍ତ୍ତୀ ସମୟରେ ମନ ବଦଳାଇ ୟୁପିଏସ୍‌ସି ପରୀକ୍ଷା ଲାଗି ପ୍ରସ୍ତୁତ ହେବାରେ ତାଙ୍କୁ ସାହାଯ୍ୟ କଲେ ଯାଇ ବିବାହ କରିବେ ବୋଲି ସର୍ତ୍ତ ରଖିଥିଲେ । ରବି ନୀତୁଙ୍କର ସେହି ସର୍ତ୍ତକୁ ମାନିଥିଲେ । ବିବାହ ସମୟରେ ନୀତୁଙ୍କର ପସନ୍ଦ ଅନୁସାରେ ସବୁ ସାମଗ୍ରୀ ଆଣିଦେଇଥିଲେ । ୨୦୨୩ ଫେବ୍ରୁଆରୀ ମାସରେ ପ୍ରତାପଗଡ଼ରେ ହିନ୍ଦୁ ନୀତି ଅନୁସାରେ ସେମାନଙ୍କର ବିବାହ ହୋଇଥିଲା । ପରଦିନ ସେମାନେ ଜୟପୁର ଫେରିଥିଲେ । ଶାଶୂ ଘରେ ବିବାହର ପରମ୍ପରା ପାଳନ ସରିବା ମାତ୍ରେ ନୀତୁ ଛାଡ଼ପତ୍ର କଥା ଉଠାଇଥିଲେ । 

ନୀତୁ କହିଥିଲେ, ବିବାହର ବର୍ଷେ ପୂରଣ ହେବା ମାତ୍ରେ ପାରସ୍ପରିକ ସହମତିରେ ଆମେ ଛାଡ଼ପତ୍ର ନେବା । ୟୁପିଏସ୍‌ସି ପରୀକ୍ଷାରେ ଛାଡ଼ପତ୍ର କୋଟାରେ ମୋତେ ଫାଇଦା ମିଳିବ । ତୁମେ ୟୁପିଏସ୍‌ସି ପରୀକ୍ଷା ପାସ୍‌ କରିବା ଲାଗି ମୋତେ ସଂପୂର୍ଣ୍ଣ ସହଯୋଗ କରିବା କଥା କହିଥିଲ । ରବି ତା’ର ଜବାବ ନ ଦେବାରୁ ସେ ୩ ଦିନ ପରେ ପ୍ରତାପଗଡ଼ ପଳାଇଥିଲେ । ବିବାହର ପ୍ରାୟ ଦେଢ଼ ମାସପରଠାରୁ ନୀତୁ ମୋବାଇଲ୍‌ରେ ରବିଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ । ଏହାସତ୍ତେ୍ୱ ବିବାହ ବାର୍ଷିକୀ ପାଳନ କରିବାକୁ ରବି ପ୍ରତାପଗଡ଼ ଯାଇଥିଲେ । ଛାଡ଼ପତ୍ର ଲାଗି ରାଜି ହେବା ପରେ ହିଁ ବିବାହ ବାର୍ଷିକୀ ପାଳନ କରାଯିବ ବୋଲି ନୀତୁ କହିଥିଲେ । ରବି ସେଥିପାଇଁ ମନା କରିବାରୁ ନୀତୁ ପୁଲିସ ଡାକି ମିଥ୍ୟା ମାମଲାରେ ତାଙ୍କୁ ଜେଲ୍‌ ପଠାଇ ଦେବାକୁ ଧମକ ଦେଇଥିଲେ । ପ୍ରେମରେ ଧୋକ୍କା ଖାଇବାରୁ ଅତିଷ୍ଠ ହୋଇ ଶେଷରେ ରବି ଜୟପୁରର କରଧନି ଥାନାରେ ନିତୁଙ୍କ ବିରୋଧରେ ରିପୋର୍ଟ ଲେଖାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.