ମୁମ୍ବାଇ,୯/୬ : ଅର୍ଜୁନ ତେନ୍ଦୁଲକର ନିଜ ଅଲରାଉଣ୍ଡର ପ୍ରଦର୍ଶନରେ ମୁମ୍ବାଇ ଟି-୨୦ ଲିଗରେ ଆର୍କ୍ସ ଅନ୍ଧେରୀକୁ ୯ ଓ୍ବିକେଟରେ ବିଜୟୀ ଦେଲେ । ସେ ବୋଲିଂ ଏବଂ ବ୍ୟାଟିଂ ଉଭୟରେ ଭଲ ପ୍ରଦର୍ଶନ କରିଥିଲେ ଯାହା ପରେ ଫ୍ୟାନ୍ସ ତାଙ୍କୁ ଅନ୍ତର୍ଜାତୀୟ ଦଳରେ ସାମିଲ କରିବାକୁ ଦାବି କରୁଛନ୍ତି । ସେହିଭଳି ଭାରତୀୟ ଟିମକୁ ଏକ ଭଲ ଅଲରାଉଣ୍ଡରର ଆବଶ୍ୟକ ଅଛି । ଏବେ ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ କୁମାର ରେଡ୍ଡୀ ଏବଂ ଶିବମ ଦୁବେ ରୂପରେ ୩ଜଣ ପ୍ରମୁଖ ଅଲରାଉଣ୍ଡର ଅଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ ଉପରେ ସବୁବେଳେ ପ୍ରଶ୍ନବାଚୀ ରହୁଛି । ଏବେ ବି ସେ ବେଙ୍ଗାଲୁରୁର ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଅଛନ୍ତି । ରିପୋର୍ଟ ଅନୁଯାୟୀ ତାଙ୍କୁ ଫିଟନେସ୍ କ୍ଲିୟରାନ୍ସ ମିଳିଛି। ଶିବମ୍ ଦୁବେଙ୍କ ବିଷୟରେ କହିବାକୁ ଗଲେ ସେ ଆଇପିଏଲ୍ ୨୦୨୬ସମୟରେ ମଧ୍ୟ ଆଉଟ୍ ଅଫ ଫର୍ମ ନଜର ଆସିଥିଲେ, ସେ ମଧ୍ୟ ଖୁବ୍ କମ୍ ବୋଲିଂ କରିଥାନ୍ତି । ନୀତୀଶ କୁମାର ରେଡ୍ଡୀଙ୍କ ସହ ମଧ୍ୟ ସମାନ, ତାଙ୍କର ଚୁଡ଼ାନ୍ତ ୧୧ରେ ସ୍ଥାନ କନଫର୍ମ ରହେ ନାହିଁ । ଏଭଳି ପରିସ୍ଥିତିରେ ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଦ୍ୱାର ଖୋଲିପାରେ।

ମୁମ୍ବାଇ ଟି-୨୦ ଲିଗ୍ରେ ବାନ୍ଦ୍ରା ବ୍ଲାଷ୍ଟର୍ସ ବିପକ୍ଷରେ ପ୍ରଥମ ବଲ୍ରୁ ଅର୍ଜୁନ ତେନ୍ଦୁଲକର ବିପର୍ଯ୍ୟୟ ଘଟାଇଥିଲେ। ସେ ୩ ଓଭରରେ ମାତ୍ର ୧୧ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ, ଯେଉଁଥିରେ ଗୋଟିଏ ମେଡେନ୍ ଓଭର ମଧ୍ୟ ଥିଲା। ତାଙ୍କର ଚମତ୍କାର ବୋଲିଂ ଫଳରେ ବାନ୍ଦ୍ରା ବ୍ଲାଷ୍ଟର୍ସ ୧୪୪ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏହାପରେ ଅର୍ଜୁନ ବ୍ୟାଟିଂରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ମୁଶିର ଖାନଙ୍କ ସହ ଦ୍ୱିତୀୟ ୱିକେଟ ପାଇଁ ଅପରାଜିତ ୧୧୬ ରନର ଭାଗୀଦାରି କରିଥିଲେ। ସେ ୩୪ ବଲରୁ ୬୬ ରନ କରିଥିଲେ, ଯାହା ଫଳରେ ତାଙ୍କ ଟିମ୍ ୧୩.୫ ଓଭରରେ ବିଜୟୀ ହୋଇଥିଲା ।

ଆହୁରି ପଢନ୍ତୁ :ICC କ୍ରିକେଟ ବିଶ୍ବକପ୍ ନା ଫିଫା ବିଶ୍ବକପ୍, କେଉଁ ଟୁର୍ଣ୍ଣାମେଣ୍ଟର ଟ୍ରଫି ଅଧିକ ମହଙ୍ଗା ?