ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ଦଳ ନେତୃତ୍ୱ ବିହୀନ ହେଲେ ନେତାଙ୍କ ଭିତରେ ସହମତି ରହେ ନାହିଁ : ବାବୁ ସିଂ

Published By : Harapriya Sethi | April 4, 2025 3:07 PM

ଭୁବନେଶ୍ୱର, ୦୪/୦୪: ନେତୃତ୍ୱ ବିହୀନ ହେଲେ ନେତାଙ୍କ ଭିତରେ ସହମତି ରହେ ନାହିଁ, ଦଳ ବିଭାଜନ ଆଡକୁ ଯାଏ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ବାବୁ ସିଂ । ସେ କହିଛନ୍ତି, ଖାଲି ଦିଲ୍ଲୀ ନୁହେଁ ବିଧାନସଭାରେ ଭୋଟିଂ ହୋଇଥିଲେ ସମାନ କଥା ହୋଇଥାନ୍ତା । ବିଶ୍ୱ ବିଦ୍ୟାଳୟ ବିଲ୍‌କୁ ତାଙ୍କର ୩ ନେତା ସମର୍ଥନରେ କହୁଥିବା ବେଳେ ୩ ଜଣ ବିରୋଧରେ କହିଲେ । ବିଜେଡି ଦଳ ଭିତରେ ସହମତି ନାହିଁ । ଦଳ ଭିତରେ ଦୁଇ ଭାଗ । ବିଜେଡି ଲୋକସଭାରେ ଶୂନ ହୋଇଯାଇଛି । ରାଜ୍ୟସଭାରେ ସହମତି ନାହିଁ । କାହାକୁ ସମର୍ଥନ କାହାକୁ ବିରୋଧ କରିବେ ନେତା ଜାଣି ପାରୁନାହାନ୍ତି । ଯେତେବେଳେ ଦଳ ନେତୃତ୍ୱ ବିହୀନ ହୋଇଯାଏଁ ସହମତି ରହେନାହିଁ । ବିଭାଜନ ଆଡକୁ ଯାଏ । ଲୋକଙ୍କ ଆସ୍ଥା ହରେଇଛନ୍ତି, ନେତା ଓ କର୍ମୀଙ୍କ ଆସ୍ଥା ହରାଇଲା ପରେ ଦଳ ବୁଡ଼ିଯିବ ବୋଲି ବାବୁ କହିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.