ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ରାତି ଅଧିଆ ବାର୍ ରେଡ୍, ମହିଳା ଏକ୍ସାଇଜ୍ ସୁପରିଟେଣ୍ଡେଣ୍ଟଙ୍କୁ ବାର୍ ମାଲିକଙ୍କ ଦୁର୍ବ୍ୟବହାର

ଭୁବନେଶ୍ୱର, ୭।୭: ରାତି ଅଧିଆ ଚାଲିଥିଲା ବାର୍ ରେଡ୍ । ବାର୍ ରେଡ୍ ବେଳେ ମହିଳା ଏକ୍ସାଇଜ୍ ସୁପରିଟେଣ୍ଡେଣ୍ଟଙ୍କୁ ବାର୍ ମାଲିକଙ୍କ ଦୁର୍ବ୍ୟବହାର । ଏକ୍ସାଇଜ୍ ଗାଡ଼ି ଆଗରେ ଠିଆ ହେବା ସହ ସୁପରିଟେଣ୍ଡେଣ୍ଟଙ୍କ ଜଙ୍ଘ ଭିଡ଼ିଦେଲେ ବାର୍ ମାଲିକ । ଏଭିଳି ଦୁର୍ବ୍ୟବହାର କରିବା ପରେ ଏକ୍ସାଇଜ୍ ସୁପରିଟେଣ୍ଡେଣ୍ଟ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ଦେଇଛନ୍ତି । ରାତି ଅଧିଆ ବାର୍ ଉପରେ ଚଢ଼ାଉ ବେଳେ ମହିଳା ଅବକାରୀ ଅଫିସର ତଥା ଭୁବନେଶ୍ୱର ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ଦୁର୍ବ୍ୟବହାର ସହ ଅଶାଳୀନ ମନ୍ତବ୍ୟ ଦେଇଥିବା ସୂଚନା ମିଳିଛି । 

କଟକ ରୋଡ୍‌ରେ ଥିବା ବାର୍ "ରେନ୍ ଦ କ୍ଳବ୍" ମାଲିକ ସତ୍ୟ ମହାନ୍ତି ଅଶାଳୀନ ବ୍ୟବହାର ପ୍ରଦର୍ଶନ ସହ ଡ୍ୟୁଟିରେ ଥିବା ଅବକାରୀ ଅଫିସରଙ୍କୁ ଅଟକାଇବା ସହ ଧମକ ଦେବା ଅଭିଯୋଗ ହୋଇଛି । ଏମିତିକି ବାର୍ ମାଲିକ ଜଣକ ମହିଳା ଏକ୍ସାଇଜ୍ ଅଧିକାରୀଙ୍କୁ ଭିଡ଼ାଟଣା କରିଥିଲେ । ଏନେଇ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ । ଏଥିସହ ବାର୍ ଲାଇସେନ୍ସ ରଦ୍ଧ ପାଇଁ ବିଭାଗକୁ ଚିଠି ଲେଖିବାକୁ ମଧ୍ୟ କହିଛନ୍ତି । ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ "ରେନ୍ ଦ କ୍ଳବ୍"ର ମାଲିକ ସତ୍ୟ ମହାନ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସେପଟେ ଡ୍ୟୁଟିରେ ଥିବା ଅବକାରୀ ଅଫିସରଙ୍କୁ ଏପରି ବ୍ୟବହାର ପରେ ରାଜଧାନୀରେ ଆଲୋଡ଼ନ ସୃଷ୍ଟି ହୋଇଛି ।

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.