ଭଦ୍ରକ,୨୧/୧୨: ବିପିଏମଙ୍କ ବିରୋଧରେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀ । ବଦଳି ନ ହେଲେ ଆନ୍ଦୋଳନର ଦେଲେ ଚେତାବନୀ। ତେବେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ମେଡ଼ିକାଲ ସମ୍ମୁଖରେ ବିପିଏମ୍ ରଶ୍ମିରେଖା ପୃଷ୍ଟିକୁ ବିରୋଧ କରି ଧାରଣା ଦେଇଛନ୍ତି ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀ।
ସୂଚନା ଅନୁଯାୟୀ,ଦୀର୍ଘ ଏକ ମାସେ ହେବ ଭଣ୍ଡାରି ପୋଖରୀ ସ୍ବାସ୍ଥ୍ୟକେନ୍ଦ୍ରରୁ ତିହିଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇଥିଲେ ବିପିଏମ୍ ରଶ୍ମିରେଖା ପୃଷ୍ଟି । ସେଠାରେ ସ୍ୱାସ୍ଥ୍ୟକର୍ମୀମାନେ ସଂପୃକ୍ତ ବିପିଏମ୍ଙ୍କୁ ବିରୋଧ କରି କାର୍ଯ୍ୟରେ ଯୋଗ ଦେବାକୁ ଦେଇନଥିଲେ । ପରେ ପୁନଶ୍ଚ ଭଣ୍ଡାରିପୋଖରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇଥିଲେ ବିପିଏମ୍ । କିନ୍ତୁ ଏଠାରେ ମଧ୍ୟ ତାଙ୍କୁ ବିରୋଧ କରିଛନ୍ତି ଆଶା କର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମୀ । ମେଡିକାଲ ସମ୍ମୁଖରେ ଧାରଣା ଦେଇଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀ । ଏହାସହ ମେଡ଼ିକାଲ ସୁପରିଟେଣ୍ଡେଣ୍ଟ ଏବଂ ବିପିଏମ୍କୁ ଚାବି ପକାଇ ରଖି ଦେଇଥିଲେ । ଯଦି ତାଙ୍କ ବଦଳିକୁ ରଦ୍ଦ କରାନଯାଏ ତେବେ ଆଗାମୀ ଦିନରେ ସ୍ୱାସ୍ଥ୍ୟକର୍ମୀମାନେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ମଧ୍ୟ ଚେତାବନୀ ଦେଇଥିବା ସୂଚନା ମିଳିଛି।