ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱ ସାଇକେଲ ଦିବସ, ସୁସ୍ଥ ଜୀବନଶୈଳୀ ଓ ସୁନ୍ଦର ପରିବେଶର ବିକାଶରେ ଏହାର ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ ୦୩/୦୬: ଗମନାଗମନ ଓ ପରିବେଶ ସଂରକ୍ଷଣ ପାଇଁ ସାଇକେଲ ଚାଳନାକୁ ପ୍ରୋସାହିତ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ  ଜୁନ୍‌ ୩ ତାରିଖରେ ପାଳିତ ହୁଏ ବିଶ୍ୱ ସାଇକେଲ ଦିବସ । ମାନବ ଶକ୍ତିକୁ ଯାନ୍ତ୍ରିକ ଶକ୍ତିରେ ରୂପାନ୍ତରିତ କରୁଥିବା ସବୁଠୁ ଦକ୍ଷ ଯାନ ହେଉଛି ସାଇକେଲ। କ୍ରୀଡ଼ା କ୍ଷେତ୍ରରେ  ସାଇକେଲର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ସାଇକେଲ ଚାଳନା ଅତ୍ୟନ୍ତ ହିତକର । 

ପରିବେଶ ଓ ଅର୍ଥନୀତି ପାଇଁ ମଧ୍ୟ  ଏହା ଭଲ । ଆମକୁ ସକ୍ରିୟ ଓ ସତେଜ ରଖିବାର ଭଲ କସରତ ହେଉଛି ସାଇକେଲ ଚାଳନା । ସୁସ୍ଥ ଜୀବନଶୈଳୀ  ଓ ସୁନ୍ଦର ପରିବେଶର ବିକାଶରେ ଏହାର ଗୁରୁତ୍ୱପୂର୍ଣ୍ଣ  ଯୋଗଦାନ ରହିଛି । ଏହାକୁ ଦୃଷ୍ଟିରେ ରଖି ଜାତିସଂଘ ସାଧାରଣ ସଭାରେ ଜୁନ୍‌ ୩ ତାରିଖକୁ ବିଶ୍ୱ ସାଇକେଲ  ଦିବସ ରୂପେ ପାଳନ କରିବାକୁ ଘୋଷଣା ହୋଇଥିଲା । 

 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ସହରାଞ୍ଚଳରେ ଗରିବ ଲୋକେ ବ୍ୟକ୍ତିଗତ ଯାନ କିଣି ପାରୁନଥିବାବେଳେ ଚାଲିବା ଓ ସାଇକେଲ ଚାଳନା ଗମନାଗମନର ଉତ୍ତମ ମାର୍ଗ ପ୍ରଦାନ କରେ । ହୃଦ୍‌ଘାତ ଆଶଙ୍କା ହ୍ରାସ କରିବା  ସହିତ ଷ୍ଟ୍ରୋକ୍‌, ନିର୍ଦ୍ଦିଷ୍ଟ ପ୍ରକାରର କର୍କଟ, ମଧୁମେହ ଏପରିକି ମୃତ୍ୟୁ ଆଶଙ୍କା ମଧ୍ୟ ଏହା ହ୍ରାସ କରେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.