ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ବରଗଡ଼ ଜମୁଛି ଧନୁଯାତ୍ରା: ୧୨ ବର୍ଷ ପରେ ମଥରୁରେ କୃଷ୍ଣ ବଳରାମ, ଭାବମୟ ପରିବେଶ ସ୍ୱାଗତ କଲେ ମଥୁରାବାସୀ

Published By : Prameya | January 25, 2024 8:22 AM

ମଥୁରାନଗରୀ,୨୫/୦୧: ମଥୁରା କାରାଗାରରେ ଜନ୍ମ ହେଲା କ୍ଷଣି ମଥୁରା ଛାଡ଼ି ଗୋପରେ ବଢ଼ି  କିଶୋରାବସ୍ଥାରେ ପହଞ୍ଚିଥିବା କୃଷ୍ଣ ବଳରାମ ଦୀର୍ଘ  ୧୨ ବର୍ଷର ବ୍ୟବଧାନ ପରେ ମଥୁରା ଫେରିଥିବା ବେଳେ ଉଭୟଙ୍କ ବାଲ୍ୟ ଚପଳାମି ସହିତ ମନମୁଗ୍‌ଧକାରୀ ହସ ମଥୁରାବାସୀଙ୍କୁ ଆହ୍ଲାଦିତ  କରିଛି । ନିୟତିର ଅଦୃଷ୍ଟ ସମୟଚକ୍ରରେ ଅକ୍ରୁରଙ୍କ ସାଥିରେ କୃଷ୍ଣ ବଳରାମ ମଥୁରାକୁ ପ୍ରବେଶ ପରେ ମଥୁରାରେ ଖେଳିଯାଇଛି ଆନନ୍ଦ, ଉତ୍ସାହ ଆଉ ସ୍ୱାଧୀନ ହେବାର ପ୍ରାକ୍‌ ଖୁସି । ବାଟେ ଘାଟେ ମଥୁରାବାସୀ ପୂଜାଧ୍ୱଜାରେ ବେନିଭ୍ରାତାଙ୍କୁ କରିଥିବା  ସ୍ୱାଗତ ଅଭ୍ୟର୍ଥନା ଏକ ଭାବମୟ ପରିବେଶକୁ ଜନ୍ମଦେଇଥିବା ସମୟରେ ଖଜୁରଟିକ୍ରା ସ୍ଥିତ  ମଧୁବନ ତୋଟା ଚଳଚଞ୍ଚଳ ହୋଇପଡ଼ିଥିଲା ।  

ନନ୍ଦସୂତ ମଧୁବନ ତୋଟା ସ୍ଥିତ  ଆଦିମାତାଙ୍କ ଆସ୍ଥାନ ସଚ୍ଚିଦାନନ୍ଦ ମନ୍ଦିରରେ ପହଞ୍ଚିବା  ପରେ ନଗରବାସୀଙ୍କ ତରଫରୁ ଖଜୁରଟିକ୍ରାବାସୀ  ଉଭୟଙ୍କୁ ବିନମ୍ର ସମ୍ବର୍ଦ୍ଧନା ଜ୍ଞାପନ ସହ ସ୍ୱାଗତ  କରିଥିଲେ । ଉଭୟେ ମଧୁବନ ତୋଟାରେ ରାତ୍ରିଯାପନ  କରିଥିଲେ । ବୁଧବାର ସକାଳୁ ଉଠି ବେନିଭାଇ ନିଜ  ନିତ୍ୟକର୍ମ ସମାପନ ପରେ ମଥୁରା ନଗର ବୁଲିଯିବା  ପାଇଁ ସଖା ସହୋଦର ସହ ବାହାରିଥିଲେ । ସେଥି  ନିମନ୍ତେ ନିଜର ବସ୍ତ୍ର ବଦଳାଇ ରାଜକୀୟ ବସ୍ତ୍ର  ପିନ୍ଧିବାକୁ ଇଚ୍ଛା ପ୍ରକାଶ କରି ରାମକୃଷ୍ଣ କଂସାସୁରଙ୍କ  କୌଳିକ ରଜକକୁ ରାଜୋଚିତ ବସ୍ତ୍ର ମାଗିଥିଲେ  ା ହେଲେ କଂସ ଆଚରଣରେ ପରିଚାଳିତ ରଜକ ଜଣକ ରାଜକୀୟ ବସ୍ତ୍ର ଦେବାପାଇଁ ମନା କରି  ରାମକୃଷ୍ଣଙ୍କୁ ଅପମାନିତ କରିଥିଲେ । ବାଳକୃଷ୍ଣ  ରାଗରେ ରଜକଙ୍କୁ ଏକ ଶକ୍ତ ଚାପୁଡ଼ା ମାରି ତାର ପ୍ରାଣ ନାଶ କରିବା ସହିତ ମୋକ୍ଷ ପ୍ରଦାନ କରିଥିଲେ । ସେଠୁ  ବାହାରି ବେନିଭ୍ରାତା ରାଜକୀୟ ପୋଷାକ ପରିଧାନ  କରି ନଗର ଭ୍ରମଣ କରୁଥିବା ବେଳେ ସୁଦାମା ମାଳି  ସହିତ ସାକ୍ଷାତ ହୋଇଥିଲା । ଭାବବିହ୍ୱଳ ସୁଦାମା  ଶ୍ୟାମଘନ ଓ ଶଙ୍କର୍ଷଣଙ୍କୁ ନିକଟରେ ପାଇ ସୁଗନ୍ଧିତ  ଫୁଲରେ ସଜ୍ଜିତ କରିଥିଲେ । 

କୃଷ୍ଣ ବଳରାମ ଯାଉଥିବା  ସମୟରେ ପିଠିରେ ଏକ କୁଜ ଥିବା ନାରୀ କୁବ୍‌ଜା  ହଠାତ୍‌ ପ୍ରଭୁଙ୍କ ବାଟ ଓଗାଳିଥିଲେ । ସୁଗନ୍ଧିତ ଚନ୍ଦନ  କୁଙ୍କୁମରେ ପ୍ରଭୁଙ୍କୁ ବେଶ କରିଥିଲେ । କୁବ୍‌ଜାର  ପ୍ରୀତିରେ ତୃପ୍ତ ହୋଇ ଭଗବାନ କୃଷ୍ଣ ତାର କୁଜରେ  ହାତ ବୁଲାଇ ଆଣିବା ପରେ ସହସା କୁଜଟି ନାରୀର  ପିଠିରୁ ଉଭେଇଯାଇ ଏକ ସୁନ୍ଦରୀ ନାରୀ ଶରୀରରେ  ରୂପାନ୍ତରିତ ହୋଇ ଯାଇଥିଲା । ସେହିକ୍ରମରେ  ନଗର ଭ୍ରମଣ ସମୟରେ ବେନିଭ୍ରାତା ବରଗଡ଼  ନଗରପାଳ କଳ୍ପନା ମାଝି ଓ ଉପଜିଲ୍ଲାପାଳ ଲଲାଟ  କୁମାର ଲୁହାଙ୍କ ଆବାସିକ ବାସଭବନ ସମେତ  ଅନ୍ୟାନ୍ୟ ବହୁ ଶ୍ରଦ୍ଧାଳୁମାନଙ୍କ ଘରକୁ ମଧ୍ୟ ଯାଇ ପୂଜା ପାଇଥିଲେ। ଶେଷରେ ମଧୁମଙ୍ଗଳ ସମେତ ଗୋପାଳ  ବାଳକମାନଙ୍କୁ ସାଥିରେ ଘେନି ‘ଧନୁଗୃହ’କୁ ପ୍ରବେଶ  କରି ସେଠାରେ ରାତ୍ରି ଯାପନ କରିଥିଲେ ।  

ପ୍ରକାଶଯୋଗ୍ୟ ଯେ, ଆଦିମାତା ମନ୍ଦିରରୁ  ବାହାରିବାଠାରୁ ରଜକ ଓ ସୁଦାମାମାଳି  ଦୃଶ୍ୟକୁ ଖୁରଟିକ୍ରାବାସୀ ପରିଚାଳନା କରିଥିବା  ବେଳେ ରଜକ ଉଦ୍ଧାର ଦୃଶ୍ୟକୁ କାଳୀମନ୍ଦିରର  ଯୁବକମାନେ ପରିଚାଳନା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.