ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମ୍ ହସ୍ପିଟାଲ ଫୁଲନଖରା କ୍ୟାମ୍ପସ୍‌ରେ ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳିତ

ଭୁବନେଶ୍ୱର,୩୧/୫ : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ୍‌ରେ ଶୁକ୍ରବାର ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳିତ ହୋଇଯାଇଛି । ହସ୍ପିଟାଲ୍‌ର ଇଏନ୍‌ଟି ବିଭାଗ ପକ୍ଷରୁ ଏହି ଅବସରରେ ଜନସାଧାରଣଙ୍କ ନିମନ୍ତେ ନିଶାଦ୍ରବ୍ୟ ଓ ତମାଖୁ ଠାରୁ ଦୂରେଇ ରହିବା ବିଷୟରେ ଏକ ସଚେତନତା କର୍ମଶାଳାର ଆୟୋଜନ କରାଯାଇଥିଲା ।   ବିଶ୍ୱରେ ତମାଖୁ ସେବନ ଜନିତ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମନୁଷ୍ୟ ଜାତିକୁ ଏଥିରୁ ରକ୍ଷା କରିବା ସହ ପ୍ରତିକାର ଓ ଚିକିତ୍ସା ବ୍ୟବସ୍ଥା ନେଇ ଫୁଲନଖରା ସ୍ଥିତ ସମ୍ ହସ୍ପିଟାଲ ପକ୍ଷରୁ ଏହି  ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ଏହି ଅବସରରେ ତମାଖୁ ସେବନର ଭୟାବହତା ସମ୍ବନ୍ଧରେ ସଚେତନତା ବାର୍ତା ପ୍ରେରଣ କରାଯାଇଥିଲା । ବିଶ୍ୱରେ ବର୍ଷକୁ ୬୦ରୁ ୮୦ ଲକ୍ଷ ଲୋକ କ୍ୟାନସର ଯୋଗୁଁ  ମୃତ୍ୟୁବରଣ କରୁଥିବା ବେଳେ ଭାରତରେ ବାର୍ଷିକ ୧୦ରୁ ୧୨ ଲକ୍ଷ ଲୋକ ଏହି ରୋଗର ଶିକାର ହେଉଥିବା ଉପସ୍ଥିତ ବିଶେଷଜ୍ଞମାନେ ପ୍ରକାଶ କରିଥିଲେ ।  ମାତ୍ରାଧିକ ଗୁଟଖା ସେବନ ମୁଖ ଗହ୍ୱରର ମୁଖ୍ୟ କାରଣ ସାଜିଛି । ବିଶେଷ ଭାବେ ଯୁବ ବର୍ଗ ଏବେ ତମାଖୁ କବଳରେ ଥିବାରୁ ସେମାନଙ୍କୁ ଅଧିକ ସଚେତନ ଓ ସତର୍କ କରିବାର ଆବଶ୍ୟକତା ରହିଛି । ଚଳିତ ବର୍ଷର ପ୍ରସଙ୍ଗ ‘ପ୍ରୋଟେକ୍ଟିଂ ଚିଲ୍‌ଡ୍ରେନ୍ ଫ୍ରମ ଟବାକୋ ଇଣ୍ଡଷ୍ଟ୍ରି ଇନ୍‌ଟରଫେସ୍‌’ ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା । 

ଏହି ସଚେତନତା କର୍ମଶାଳାରେ ସମ୍ ଫୁଲନଖରା କ୍ୟାମ୍ପସ୍‌ର ଡିନ୍  ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ, ମେଡିକାଲ  ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା, ଇଏନଟି ବିଭାଗୀୟ ମୁଖ୍ୟ ଡାକ୍ତର ଖଗେଶ୍ୱର ରାଉତ ଓ ଆନେସ୍‌ଥେସିଆ ବିଭାଗର ପ୍ରଫେସର (ଡାକ୍ତର) ଶୁକଦେବ ନାଏକଙ୍କ ସମେତ ମେଡିସିନ୍‌, ସର୍ଜିକାଲ ଅଙ୍କୋଲୋଜି, ଇଏନଟି ଭଳି ବିଭିନ୍ନ ବିଭାଗର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.