ନୂଆଦିଲ୍ଲୀ; ୨୦/୧ : ଆଇପିଏଲରେ କମ ବୟସ୍କ ଖେଳାଳିଭାବେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବୈଭବ ସୂର୍ଯ୍ୟବଂଶୀ । ଏବେ WPLରେ ଜଣେ ଯୁବ ଖେଳାଳି ବେଶ ଚର୍ଚ୍ଚାରେ ରହିଛନ୍ତି । WPLର ସବୁଠାରୁ କନିଷ୍ଠ ଖେଳାଳିଭାବେ ଦୀୟା ଯାଦବ ବଡ଼ ରେକର୍ଡ କରିଛନ୍ତି । ଦିଲ୍ଲୀ ପକ୍ଷରୁ ଖେଳୁଥିବା ଏହି ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଡେବ୍ୟୁ କରିଛନ୍ତି ।
ନଭେମ୍ବର ମାସରେ ଯେତେବେଳେ WPLର ନିଲାମ ହୋଇଥିଲା ସେତେବେଳେ ଚର୍ଚ୍ଚାରେ ରହିଥିଲେ ଦୀୟା ଯାଦବ । ଦିଲ୍ଲୀ କ୍ୟାପିଟାଲ ତାଙ୍କୁ ୧୦ ଲକ୍ଷ ଟଙ୍କାରେ କିଣିଥିଲା । କିଣା ହୋଇଥିବା ଖେଳାଳିଙ୍କ ମଧ୍ୟରେ ସେ ହେଉଛନ୍ତି ସର୍ବକନିଷ୍ଠ । ଦିଲ୍ଲୀ ପ୍ରଥମ ୪ ମ୍ୟାଚରେ ୩ଟି ପରାଜୟ ପରେ ଦୀୟାଙ୍କୁ ଖେଳିବାକୁ ସୁଯୋଗ ଦେଇଛି । ଏବେ ମୁମ୍ବାଇ ବିପକ୍ଷ ମ୍ୟାଚରେ ତାଙ୍କ ଦଳ ବିଜୟ ହୋଇଛି ।
କ୍ୟାପିଟାଲ୍ସ ପ୍ରଥମ ଥର ପାଇଁ ଡାହାଣହାତୀ ବ୍ୟାଟ୍ସମ୍ୟାନ ଦୀୟାଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରିଥିଲା। ଏହା ସହିତ, ଦୀୟା ଯାଦବ ମାତ୍ର ୧୬ ବର୍ଷ ଏବଂ ୧୦୩ ଦିନ ବୟସରେ WPLର ସବୁଠାରୁ ଯୁବ ଖେଳାଳି ହୋଇଥିଲେ। ଦୀୟା କମଲିନିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଯିଏ ଗତ ସିଜନରେ ୧୬ ବର୍ଷ ଏବଂ ୨୧୩ ଦିନ ବୟସରେ ଡେବ୍ୟୁ କରିଥିଲେ। ସଂଯୋଗବଶତଃ, ଦୀୟାର ଡେବ୍ୟୁ ପୂର୍ବରୁ, କମଲିନି ଆଘାତ ଯୋଗୁଁ WPL 2026 ରୁ ବାଦ ପଡ଼ିଥିଲେ। ଏବେ WPLରେ ଯୁବ ଖେଳାଳି ଭାବେ ଦୀୟା ଡେବ୍ୟୁ କରି ରେକର୍ଡ କରିଛନ୍ତି । ମାତ୍ର ଏହି ମ୍ୟାଚରେ ତାଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିଲା ନାହିଁ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଦଳ ବିଜୟୀ ହୋଇଛି । ତେବେ ଦୀୟଙ୍କ ରେକର୍ଡ ସମ୍ପର୍କରେ ଯଦି କହିବା ତାହେଲେ ସେ ହରିୟାଣା ପକ୍ଷରୁ ଖେଳନ୍ତି । ସେଫାଳିଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି ଦୀୟା । ସେ ୧୫ ବର୍ଷରୁ କମ୍ ଦିନିକିଆରେ ଦିଲ୍ଲୀ ବିପକ୍ଷରେ ଏକ ଧମାକାଦାର ୧୨୪ ରନ କରିଥିଲେ। ଘରୋଇ କ୍ରିକେଟରେ ତାଙ୍କର ଦମଦାର ପ୍ରଦର୍ଶନ ରହିଛି ।