PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ୫ ବର୍ଷର ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ନାରାୟଣପାଟଣା, ୦୮/୦୩ : ଡ଼ାକ୍ତରଙ୍କର ଅବହେଳା ଓ ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ୫ ବର୍ଷର ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶ୍ରୀୟା କନ୍ଦପାନ ନାମକ ଜଣେ ୫ ବର୍ଷର କୁନି ଝିଅର ମୃତ୍ୟ ହୋଇଥିବା ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, କୋଡିଙ୍ଗା ଗାଁର ଶ୍ରୀୟା କନ୍ଦପାନଙ୍କୁ ଲକ୍ଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ନାବାଳିକାଙ୍କୁ ଭୁଲ୍ ଇଞ୍ଜେଇକ୍ସନ ଦିଆଯିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଡ଼ାକ୍ତର ମଦ୍ୟପାନ କରି ଚିକିତ୍ସା କରୁଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଚିକିତ୍ସା କରୁଥିବା ଡ଼କ୍ତର ନବକିଶୋର କୁଣ୍ଡୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଡାକ୍ତର ପାଖକୁ ଆସନ୍ତୁ ଏବଂ ସର୍ବ ସମ୍ମୁଖରେ ଭୁଲ ମାଗନ୍ତୁ ବୋଲି ହସ୍ପିଟାଲ ପରିସରରେ ପରିବାର ଲୋକେ ଜିଦରେ ଅଟଳ ରହିଛନ୍ତି।