ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମୟୁରଭଞ୍ଜରୁ ଯୁବକଙ୍କୁ ଆଣି ନୀଳଗିରି ଜଙ୍ଗଲରେ ହତ୍ୟା, ପରକିୟା ପ୍ରୀତି ଦେଖିବା ହେଲା କାଳ

ନୀଳଗିରି,୨୮/୪ : ବାଲେଶ୍ଵର ଜିଲ୍ଲା ନୀଳଗିରି ଝରଣାଘାଟି ରାସ୍ତା ତିନି କୋଶିଆ ଜଙ୍ଗଲରେ ଜଣେ ଯୁବକଙ୍କୁ ଜଘନ୍ୟ ହତ୍ୟା କରାଯାଇଛି । ଘର ଭଡାରେ ରହୁଥିବା ଜଣେ ଯୁବକ ଓ ଯୁବତୀଙ୍କ ପରକିୟାପ୍ରୀତି ଦେଖିବା ହେଲା କାଳ । ସୁଦୁର ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅସକୁଟି ଅଞ୍ଚଳରୁ ନୀଳଗିରି ଅଞ୍ଚଳକୁ ଆଣି ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । 

ସୂଚନାଯୋଗ୍ୟ ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଧିନ ଅସକୁଟି କଟୁରିଆ ଗ୍ରାମର ଶ୍ରୀରାମ ସିଂଙ୍କ ଘରେ ଅଶୋକ ସେଠୀ ନାମକ ଯୁବକ ଘର ଭଡା ନେଇ ରହି ଆସୁଥିଲେ । ଅନ୍ୟ ଜଣେ ମହିଳା ମଧ୍ୟ ଭଡ଼ାରେ ରହୁଥିଲେ। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ଘର ମାଲିକ ଶ୍ରୀରାମଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖି ମହିଳାଙ୍କ ସମର୍କୀୟଙ୍କୁ ଜଣାଇଥିଲେ । କାଳେ ଆଗକୁ ବିସ୍ଫୋରକ ପରିସ୍ଥିତି ଉପୁଜିବ ଏଥିପାଇଁ ଅଶୋକ ଆରମ୍ଭ କରିଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର । ଗତ ୨୫ତାରିଖ ଦିନ ଶ୍ରୀରାମ ଘରେ ଶୋଇଥିବାବେଳେ ଅଶୋକ ସେଠି ତାଙ୍କର ସାଥୀ ସାଣଦେଇ ଗ୍ରାମର ଅଶୋକ ମହାନ୍ତିଙ୍କ ଦ୍ୱାରା ରାତି ୧୨ ଟା ସମୟରେ ଶ୍ରୀରାମଙ୍କୁ ଡାକି ଆଣିଥିଲେ। ତାଙ୍କୁ ବୁଲିବାକୁ କହି ଏକ ବାଇକରେ ବସାଇ ନୀଳଗିରି ତିନି କୋଶିଆ ଜଙ୍ଗଲ ମଝିରେ ଛିଡା ହୋଇଥିଲେ । ପୂର୍ବ ଯୋଜନା ଅନୁସାରେ ଶ୍ରୀରାମକୁ ଏକ ମାରଣାସ୍ତ୍ରରେ ହାଣି ଜଙ୍ଗଲ ମଝିରେ ଶବକୁ ଫିଙ୍ଗି ଉଭୟ ପଳାଇ ଯାଇଥିଲେ । ମୃତକଙ୍କ ସ୍ତ୍ରୀ ମାଳତୀ ଶରତ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ। ବହୁ କଷ୍ଟରେ ଅଶୋକ ସେଠି ହତ୍ୟା କରିଥିବା ମାନିଥିଲା।

ଗତକାଲି ରାତ୍ରରେ ପୋଲିସ ହତ୍ୟାକାରୀଙ୍କୁ ଆଣି ଜାଗା ଚିହ୍ନଟ କରିଥିଲା। ହତ୍ୟା ଦୁଇ ଦିନ ପୂର୍ବରୁ ହୋଇଥିବାରୁ ଶବଟି ଗଳିତ ହୋଇଯାଇଛି । ଆଜି ଶରତ ଥାନା ଅଧିକାରୀ ରମାକାନ୍ତ ପାତ୍ର ସହିତ ଉଦଳା ଏସଡିପିଓ, ବରମପୁର ପୋଲିସ ସହାୟତାରେ ସାଇଣ୍ଟିଫିକ ଟିମ ଆଣି ତଦନ୍ତ କରି ଶବ ଜବତ କରିଛି । ମୃତକଙ୍କ ପରିବାର ଓ ଗ୍ରାମବାସୀ ମାନେ ଘଟଣାର କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.