ପ୍ରମୂଖ ଖବର

ଦାଦନ ଖଟିବାକୁ ଯାଇ ରାଜସ୍ଥାନରେ କନ୍ଧମାଳ ଯୁବକର ମୃତ୍ୟୁ, ମୃତଦେହ ଆଣିବା ପାଇଁ ପରିବାର ଲୋକଙ୍କ ନିବେଦନ

 ଫିରିଙ୍ଗିଆ,୨୬/୨ : କନ୍ଧମାଳର ଦାଦନ ଦୁଃଖ ଅସରନ୍ତି। ପ୍ରତି କିଛି ଦିନ ଅନ୍ତରରେ ରୋଜଗାର ପାଇଁ ବାହାରକୁ ଯାଇଥିବା ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଶୁଣିବାକୁ ମିଳୁଛି। ଏଭଳି ପୁଣି ଏକ ଘଟଣା ଘଟିଛି। ଫିରିଙ୍ଗିଆ ଅଞ୍ଚଳରୁ ରୋଜଗାର ଆଶାରେ ରାଜସ୍ଥାନ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କ ଶବକୁ ଘରକୁ ଆଣିବା ପାଇଁ ଏବେ ଚିନ୍ତାରେ ପଡିଛନ୍ତି।

 ସୂଚନା ଅନୁଯାୟୀ, ନୂଆପଦର ପଞ୍ଚାୟତ ଲତପଙ୍ଗିଆ ଗ୍ରାମର ଗୌତମ ଦିଗାଲ ଚାକିରୀ କରିବା ପାଇଁ ପ୍ରାୟ ତିନି ମାସ ତଳେ ରାଜସ୍ଥାନ ଯାଇଥିଲେ। ସେଠାରେ ଏକ ବେସରକାରୀ କମ୍ପାନୀରେ ସେ ଚାକିରୀ କରୁଥିଲେ। ୨୪ ତାରିଖ ଦିନ ହୃଦଘାତର ଶୀକାର ହୋଇ ସେ ହନୁମାନ ଗଡ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ଏ ନେଇ ହନୁମାନ ଗଡ ପୁଲିସ ପରିବାରକୁ ସୂଚନା ଦେଇ ମୃତଦେହକୁ ନେବା ପାଇଁ କହିଛି। ତେବେ ଶବକୁ ଫୁଲବାଣୀ ଆଣିବା ପାଇଁ ପରିବାର ପାଖରେ ସମ୍ବଳ କି ସୁବିଧା ନାହିଁ। ଆଜି ମୃତକଙ୍କ ମା’ କାକଡି ଦିଗାଲ ଓ ଗ୍ରାମବାସୀ ଫିରିଙ୍ଗିଆ ଥାନା ଅଧିକାରୀଙ୍କୁ ଭେଟି ପୁଅର ମୃତଦେହ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି। ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଚେଷ୍ଟା କରାଯିବ ବୋଲି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ କହିଛନ୍ତି।

ଆହୁରି ପଢନ୍ତୁ : ୧୫ ଜିଲ୍ଲାରେ ୬୭ ଆମ ହସ୍ପିଟାଲ ଉଦଘାଟିତ , ସରକାରୀ ସ୍ତରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ବିରାଟ ପରିବର୍ତ୍ତନ ଆଣିବ : ମୁଖ୍ୟମନ୍ତ୍ରୀ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.