ଖୋର୍ଦ୍ଧା୧୫/୦୫ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ୍ ଟାଙ୍କୋଳ ଗ୍ରାମ ପଚାଂୟତ ହେମନ୍ତପୁର ଗ୍ରାମରେ ହାତୀ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ହେମନ୍ତପୁର ଗ୍ରାମର ପଠାଣୀ ସ୍ୱାଇଁ। ଅପରାହ୍ନରେ ପଠାଣୀ ହାତୀମାରୀ କାଜୁପଡିଆକୁ କାଜୁ ତୋଳିବାକୁ ଯାଇଥିବା ବେଳେ ଦନ୍ତାହାତୀ ତାଙ୍କୁ ଦଳି ଦେଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଟାଙ୍ଗି ବନବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।