PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଅଗ୍ନିପଥ ଭର୍ତ୍ତି ଯୋଜନାରେ ଶାରୀରିକ ପରୀକ୍ଷା ଦେବା ସମୟରେ ଯୁବକଙ୍କ ମୃତ୍ୟୁ, ଚେତାଶୂନ୍ୟ ହେବାର କିଛି ସମୟ ପରେ ପ୍ରାଣ ହରାଇଲେ

ଲକ୍ଷ୍ନୌ: ଅଗ୍ନିପଥ ଭର୍ତ୍ତି ଯୋଜନାରେ ଶାରୀରିକ ପରୀକ୍ଷା ଦେବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ଔରଙ୍ଗାବାଦରେ ଏଭଳି ଅଭାବନିୟ ଘଟଣା ଘଟିଛି। ଜଣେ ୨୨ ବର୍ଷୀୟ ଯୁବକ ଶାରୀରିକ ପରୀକ୍ଷାରେ ଦୌଡ଼ିବା ବେଳେ ଚେତାଶୂନ୍ୟ ହୋଇଯାଇଥିଲେ। ଏହାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଗୁରୁବାର ଜଣେ ପୁଲିସ ଅଧିକାରୂ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଔରଙ୍ଗାବାଦ କନ୍ନଡ଼ ସ୍ଥିତ ବିଟ୍‌ଠଲବାଦୀ ଗାଁର କରନ ପୱାର ରାତିରେ ଶାରୀରିକ ପରିକ୍ଷା ଦେଉଥିବା ସମୟେ ଚେତାଶୂନ୍ୟ ହୋଇଥିଲେ। ଏବଂ ଗୁରୁବାର ସକାଳେ ତାଙ୍କୁ ଏକ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।   

ଅଧିକାରୀ ଜଣଙ୍କ କହିଛନ୍ତି, ପୱାର ଅଗ୍ନିବୀର ଭର୍ତ୍ତି ପରୀକ୍ଷାର ଭାଗ ନେବା ପାଇଁ ଔରଙ୍ଗାବାଦ ଆସିଥିଲେ। ଏଠାରେ ଦୁଇ ଦିନ ଏକ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ପ୍ରକ୍ରିୟା ଚାଲିଥିଲା। ଏହିସମୟରେ ପାୱାର ଫିଟ୍‌ନେସ ପରୀକ୍ଷା ଦେବା ପାଇଁ ରାସ୍ତାରେ ଦୌଡ଼ୁଥିଲେ, ରାତି ପ୍ରାୟ ୧ ଟା ବେଳେ ସେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ ଏକ ସରକାରୀ ହସ୍ପିଟାଲ ନିଆଯାଇଥିଲା। ହେଲେ ଚିକିତ୍ସା ସମୟରେ ସେ ପ୍ରାଣ ହରାଇଥିଲେ।  

ସମ୍ବନ୍ଧିତ ଖବର