ପ୍ରମୁଖ ଖବର
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କଲେ ଭାରତର ଏହି ଷ୍ଟାର ଖେଳାଳି, ଯିଏ ଏକମାତ୍ର କ୍ରିକେଟର ବିଶ୍ବକପ୍‌ ଫାଇନାଲରେ ଡେବ୍ୟୁ କରିଥିଲେ ଏବଂ ଚମ୍ପିଆନ୍‌‌ ବି ହୋଇଥିଲେ…

ନୂଆଦିଲ୍ଲୀ, ୨୬/ ୦୨: ଟିମ୍‌ ଇଣ୍ଡିଆର ବିସ୍ଫୋରକ ବ୍ୟାଟସମ୍ୟାନ୍‌ ୟୁସୁଫ୍‌ ପଠାନ୍‌ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୨୦୧୧ ବିଶ୍ବକପ୍‌ ବିଜୟୀ ଟିମ୍‌ର ସଦସ୍ୟ ଥିବା ୟୁସୁଫ୍‌ ସନ୍ନ୍ୟାସ ନେଇ ଆଜି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ବିଶ୍ବ କ୍ରିକେଟର ଏକମାତ୍ର ଖେଳାଳି ଯିଏ ସିଧାସଳଖ ବିଶ୍ବକପ୍‌ ଫାଇନାଲ ମ୍ୟାଚରେ ନିଜର ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିଥିଲେ। ଆଉ ସେହି ମ୍ୟାଚରେ ହିଁ ଚମ୍ପିଅନ୍‌ ହୋଇଥିଲେ।

ୟୁସୁଫ୍‌ ପଠାନ୍‌ କ୍ରିକେଟରୁ ଅବସର ନେଇଥିବା ସୂଚନା ଟୁଇଟରରେ ଦେଇଛନ୍ତି। ସେ ଲେଖିଛନ୍ତି ଯେ, ମୁଁ ମୋ ପରିବାର, ଫ୍ୟାନ୍ସ, ସାଙ୍ଗ, ଟିମ୍‌ କୋଚ୍‌ ଓ ସାରା ଦେଶର ଭଲ ପାଇବା ଓ ସର୍ପୋଟ ପାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ୟୁସୁଫ୍‌ ନିଜର ଇଣ୍ଡରନ୍ୟାସନାଲ କ୍ରିକେଟ କ୍ୟାରିୟରର ଶୁଭାରମ୍ଭ ୨୦୦୭ ମସିହାରେ ପାକିସ୍ତାନ ବିପକ୍ଷରେ କରିଥିଲେ। ଏହାପରେ ୟୁସୁଫ‌ ପଠାନ୍‌ ୨୦୦୮ରେ ପାକିସ୍ତାନ ବିପକ୍ଷରେ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିଲେ। ୟୁସୁଫ୍‌ ପଠାନ୍‌ ୨୦୧୧ ମସିହାରେ ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ଥିଲେ। ଏହାପରେ ବରୋଦାର ଏହି ଷ୍ଟାର ଅଲରାଉଣ୍ଡର ୨୦୧୨ ମସିହାରେ ପରେ ଗୋଟିଏ ବି ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇ ନଥିଲେ। ଆଇପିଏଲରେ ୟୁସୁଫ୍‌ ପଠାନ୍‌ ଦମଦାର ପ୍ରଦର୍ଶନ କରିଛନ୍ତି।

ୟୁସୁଫ୍ ପଠାନ୍‌ ଟିମ୍‌ ଇଣ୍ଡିଆ ପାଇଁ ୫୭ଟି ଦିନିକିଆ ଖେଳି ୮୧୦ ରନ୍‌ କରିବା ସହ ୩୩ଟି ଓ୍ବିକେଟ ନେଇଥିଲେ। ସେହିପରି ଟିମ୍‌ ଇଣ୍ଡିଆ ପାଇଁ ୨୨ଟି ଟି-୨୦ ମ୍ୟାଚ୍‌ ଖେଳି ୨୩୬ ରନ୍‌ କରିଥିବା ବେଳେ ୧୩ ଓ୍ବିକେଟ ନେଇଥିଲେ। ଆଇପିଏଲରେ ୟୁସୁଫ୍‌ ପଠାନ୍‌ କୋଲକାତା ନାଇଟରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ଟିମ୍‌ ପକ୍ଷରୁ ଖେଳି ଶାନଦାର ପ୍ରଦର୍ଶନ କରିଛନ୍ତି।

wp:embed {"url":"https://twitter.com/iamyusufpathan/status/1365252075710410754","type":"rich","providerNameSlug":"twitter","responsive":true,"className":""}
https://twitter.com/iamyusufpathan/status/1365252075710410754
/wp:embed

ସୂଚନାଥାଉକି, ୟୁସୁଫ୍‌ ପଠାନ୍‌ ୨୦୦୭ ମସିହାରେ ଟି-୨୦ ବିଶ୍ବକପ୍‌ ଫାଇନାଲରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ। ଆଉ ବିଶ୍ବକପ ଫାଇନାଲରେ ଟିମ୍‌ ଇଣ୍ଡିଆ ବିଜୟୀ ହୋଇଥିଲା। ବିଶ୍ବ କ୍ରିକେଟରେ ୟୁସୁଫ୍‌ ଏକମାତ୍ର ଖେଳାଳି ଯିଏ ବିଶ୍ବକପ୍‌ ଫାଇନାଲ ମୁକାବିଲାରେ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଡେବ୍ୟୁ କରିବା ସହିତ ଚମ୍ପିଆନ୍‌ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.