କୋଲକାତା,୯।୬: ତୃଣମୂଳ କଂଗ୍ରେସର ବରିଷ୍ଠ ନେତା କଲ୍ୟାଣ ବାନାର୍ଜୀ ସାଂସଦଙ୍କ ବିଦ୍ରୋହ ଉପରେ କଡା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ବହରମପୁରରୁ ସାଂସଦ ୟୁସୁଫ ପଠାନଙ୍କ ନାଁ ନେଇ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ଫୋନ୍ ଆସିଥିଲା। ପଠାନଙ୍କ ଏହି ବୟାନକୁ ନେଇ କୌଣସି ପତିକ୍ରିୟା ଆସିନାହିଁ। କୁହାଯାଉଛି ଯେ, ଅତି କମରେ ୨୦ ଟିଏମସି  ଲୋକସଭା ବାଚସ୍ପତି  ଓମ୍ ବିର୍ଲାଙ୍କୁ ସମର୍ଥନ ପତ୍ର ପ୍ରଦାନ କରିପାରନ୍ତି।

କଲ୍ୟାଣ ବାନାର୍ଜୀ ସାମ୍ବାଦିକଙ୍କ ସହିତ ଆଲୋଚନା କରି କହିଛନ୍ତି, ୟୁସୁଫ ପଠାନ କହିଥିଲେ ଅମିତ ଶାହ ତାଙ୍କୁ କଲ୍ କରିଥିଲେ ଓ ସେ ତାଙ୍କୁ ଭେଟିବାକୁ ଦିଲ୍ଲୀ ଯାଉଛନ୍ତି। ଏହି ଲୋକମାନେ ଭୁପେନ୍ଦ୍ର ଯାଦବଙ୍କ ବାସଭବନରେ ବୈଠକ କରିଛନ୍ତି। ସିଏମ୍ ଶୁଭେନ୍ଦୁ ଅଧିକାରୀ ମଧ୍ୟ ସେଠାକୁ ଯାଇଥିଲେ। ଏହାର ଅର୍ଥ ସେହି ଲୋକମାନେ ବିଜେପିରେ ଜଏନ୍ କରିଛନ୍ତି।'

କଲ୍ୟାଣ କହିଛନ୍ତି, ସେହି ଲୋକମାନେ ମମତା ବାନାର୍ଜୀଙ୍କୁ ନିଜର ନେତା ବଦଳାଇ ନରେନ୍ଦ୍ର ମୋଦିଙ୍କୁ ଏବେ ନେତା କରିନେଇଛନ୍ତି। ମୁଁ ପ୍ରତି ସାଂସଦଙ୍କୁ ନିମନ୍ତ୍ରଣ କରୁଛି। ସେମାନେ ଆସନ୍ତୁ ଓ ନିଜ କ୍ଷେତ୍ରର ଟିଏମସି କର୍ମୀଙ୍କୁ ସାମନା କରନ୍ତୁ ଓ ଶୁଣନ୍ତୁ ସେଠାର ଲୋକ କ’ଣ କହୁଛନ୍ତି। ଲୋକତନ୍ତ୍ର କ’ଣ ଶେଷ ହୋଇଯାଇଛି। ବଙ୍ଗଳାରେ ଏକଛତ୍ରବାଦୀ ଶାସନ ଚାଲିଛି।’ ବିଜେପି ପାଖରେ ସିଏମ୍, ଇଡି, ସିଆଇଓ ଓ ଅନ୍ୟ ଶକ୍ତି ଅଛି, କିନ୍ତୁ ମୋ ପାଖରେ ମା’, ମାଟି, ମାନୁଷ, ମୋର ପାର୍ଟି, ମୋ ଦଳର କର୍ମୀ ଏବଂ ପଶ୍ଚିମବଙ୍ଗର ଜନତା ଅଛନ୍ତି।’ ଏହା ପୂର୍ବରୁ ୟୁସୁଫ ପଠାନଙ୍କ ଉପରେ ଟିଏମ ସାଂସଦ ମହୁଆ ମୋଇତ୍ରା ଟାର୍ଗେଟ କରିଥିଲେ। ସେ କହିଥିଲେ ୟୁସୁଫ ଆପଣ ଦିଲ୍ଲୀ ଯାଉଛନ୍ତି, କାରଣ ଆପଣଙ୍କୁ ଅମିତ ଶାହଙ୍କ କଲ୍ ଆସିଛି ? ଅଳ୍ପ ଧର୍ଯ୍ୟ ତ ରଖ। ଆପଣ ଭାରତ ପାଇଁ ଖେଳିଛନ୍ତି। ଆମର ଜିଲ୍ଲା ଆପଣଙ୍କୁ ଜିତାଇଛି। ଟିକେ ତ ଲାଜ ଲାଗିବା କଥା।