ନୂଆଦିଲ୍ଲୀ,୮।୫: ୧୦ ମିନିଟ୍ରେ ଡେଲିଭରି କରୁଥିବା ଜଣାଶୁଣା କମ୍ପାନୀ ‘ଜେପ୍ଟୋ’ ଖୁବ୍ ଶୀଘ୍ର ସେୟାର ବଜାରରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାର ପ୍ରସ୍ତୁତିରେ ରହିଛି। ବଜାର ନିୟାମକ ସଂସ୍ଥା ସେବି ଜେପ୍ଟୋର ଇନିସିଆଲ ପବ୍ଲିକ ଅଫରିଂ ଅର୍ଥାତ ଆଇପିଓକୁ ନିଜର ଅଫିସିଆଲ ମଞ୍ଜୁରୀ ପ୍ରଦାନ କରିଛି। ଏହି ନିଷ୍ପତ୍ତି ପରେ ,ବେ କମ୍ପାନୀ ପାଇଁ ଦଲାଲ ଷ୍ଟ୍ରୀଟ୍ରେ ଲିଷ୍ଟ ହେବାର ରାସ୍ତା ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ହୋଇଯାଇଛି।
ମନି କନଟ୍ରୋଲର ଖବର ଅନୁସାରେ, ଜେପ୍ଟୋ ଏହି ଆଇପିଓ ଜରିଆରେ ବଜାରରେ ପ୍ରଚୁର ପରିମାଣରେ ଟଙ୍କା ଏକାଠି କରିବାର ଯୋଜନା କରୁଛି। କମ୍ପାନୀର ଲକ୍ଷ୍ୟ ୮୦ କୋଟି ଡଲାରରୁ ନେଇ ୧ ବିଲିୟନ ଡଲାର ପର୍ଯ୍ୟନ୍ତ ଫଣ୍ଡ ଏକାଠି କରିବା। ଯଦି ଏହାକୁ ଭାରତୀୟ ଟଙ୍କାରେ ଦେଖାଯାଏ, ତେବେ ଏହି ସଂଖ୍ୟାୟ ପ୍ରାୟ ୭,୫୦୦ କୋଟି ଟଙ୍କାରୁ ନେଇ ୯,୩୦୦ କୋଟି ଟଙ୍କା ଭିତରେ ରହିଛି। ଏତେ ବଡ ପରିମାଣର ଟଙ୍କା ଅର୍ଥ ଜେପ୍ଟୋ ନିଜର କାରବାରୀଙ୍କୁ ଏକ ନୂଆ ସଫଳତାର ଶୀର୍ଷରେ ନେଇ ଯିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି। ବର୍ତ୍ତମାନ କମ୍ପାନୀ ନିଜର ଅପଡେଟେଡ୍ ଡ୍ରାଫ୍ଟ ରେଡ୍ ହିୟରିଂ ପ୍ରସପେକ୍ଟସ୍କୁ ଅନ୍ତିମ ରୂପ ଦେବାରେ ଲାଗିଛି। ସବୁକିଛି ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁସାରେ ଯଦି ଚାଲେ, ତେବେ ଆଗାମୀ ୬୦ ରୁ ୯୦ ଦିନ ଭିତରେ କମ୍ପାନୀର ସେୟାର ବଜାରରେ ଟ୍ରେଣ୍ଡ କରିବ।
ଜେପ୍ଟୋର ଏହି ସଫଳତା ଏଥିପାଇଁ ଖାସ୍ କାରଣ ଏହି କମ୍ପାନୀର ଆରମ୍ଭ ୨୦୨୦ ରେ ହୋଇଥିଲା। ମାତ୍ର କିଛି ବର୍ଷରେ ଛୋଟିଆ ଏକ ଯାତ୍ରାରୁ ଷ୍ଟକ୍ ଏକ୍ସଚେଞ୍ଜ ପର୍ଯ୍ୟନ୍ତ ପହଁଞ୍ଚିବା କୌଣସି ଷ୍ଟାର୍ଟଅପ୍ ପାଇଁ ବଡ଼ ଉପଲବ୍ଧି ବୋଲି କୁହାଯାଏ। ସବୁଠାରୁ ବଡ କଥା ହେଲା ଏହାର ଲିଷ୍ଟିଂ ପରେ ଜେପ୍ଟୋ ଦେଶର ଏକମାତ୍ର ‘ପ୍ୟୁର୍ ପ୍ଲେ’ କ୍ଲିକ୍ କମର୍ସ କମ୍ପାନୀ ପାଲଟିଯିବ। ଯାହାର ସେୟାର ସିଧାସଳଖ ଭାବରେ ବଜାରରେ ଉପଲବ୍ଧ ହେବ। ‘ପ୍ୟୁର୍ ପ୍ଲେ’ ଅର୍ଥ କମ୍ପାନୀର ପୁରା ଧ୍ୟାନ କେବଳ ଦୃତ ଗତିରେ ଡେଲିଭରି କରୁଥିବା ବିଜନେସ୍ ମଡେ୍ ଉପରେ କେନ୍ଦ୍ରିତ ରହିବ। ତେବେ ଆଇପିଓର ଟାଇମଲାଇନ୍ ଓ ଲିଷ୍ଟିଂକୁ ନେଇ ପଚରାଯାଇଥିବା ପ୍ଲାନ୍ ଉପରେ ବର୍ତ୍ତମାନ ଜେପ୍ଟୋ ମ୍ୟାନେଜମେଣ୍ଟ କୌଣସି ଔପଚାରିକ ଟିପ୍ପଣୀ ଦେଇ ନାହିଁ।
ବଜାରରେ ନିବେଶ କରୁଥିବା ଖୁଚୁରା ନିବେଶକମାନେ ବୁଝିପାରୁଛନ୍ତି ଯେ ‘ଜେପ୍ଟୋ’କୁ ଏତେ ବଡ଼ ପରିମାଣର ପୁଞ୍ଜି କାହିଁକି ଆବଶ୍ୟକ? ଗତ ସେପ୍ଟେମ୍ବରରେ ଯେତେବେଳେ ଜେପ୍ଟୋ ଏହାର ଆଇପିଓ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା, ପ୍ରାରମ୍ଭିକ ଯୋଜନା ୫୦ କୋଟି ଡଲାର ସଂଗ୍ରହ କରିବା ଥିଲା। ତଥାପି, ଏହି ଲକ୍ଷ୍ୟକୁ ପରେ ବୃଦ୍ଧି କରାଯାଇଥିଲା। କାରଣ କ୍ବିକ୍ କମର୍ସର ବଜାର କ୍ରମଶଃ ଆକ୍ରମଣାତ୍ମକ ହୋଇଗଲାଣି। କମ୍ପାନୀ ବ୍ଲିଙ୍କିଟ୍, ସ୍ୱିଗି, ଇନଷ୍ଟାମାର୍ଟ, ଆମାଜନ ନାଓ, ଫ୍ଲିପକାର୍ଟ ମିନିଟ୍ସ ଏବଂ ଟାଟା ମାଲିକାନାରେ ଥିବା ବିଗ୍ ବାସ୍କେଟ ଭଳି ଦୃଢ଼ ପ୍ରତିଯୋଗୀଙ୍କ ସହ ସିଧାସଳଖ ପ୍ରତିଯୋଗିତାର ସମ୍ମୁଖୀନ ହେଉଛି। ଏହି ବଡ଼ କମ୍ପାନୀ ସହ ମଜବୁତ ଭାବରେ ଠିଆ ହେବା ଓ ବଚାର ଉପରେ ନିଜର ସ୍ଥିତି ସୁଦୃଢ କରିବା ପାଇଁ ‘ଜେପ୍ଟୋ’କୁ ଏହି ପୁଞ୍ଜିର ଆବଶ୍ୟକତା ରହିଛି।
ଆହୁରି ପଢନ୍ତୁ :ବ୍ରିଟେନରୁ ଆରବିଆଇ ଆଣିଲା ୧୫୦ ମେଟ୍ରିକ୍ ଟନ୍ ସୁନା; ଜାଣନ୍ତୁ ଆଉ କେତେ ବାକି ରହିଛି ?