ନିଜର ପ୍ରେମକୁ ସମର୍ପିବା ପ୍ରେମ କରିବା ଠୁ କଷ୍ଟସାଧ୍ୟ ହୋଇଥାଏ। ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି କିଛି ରାଶି ରହିଛି ଯେଉଁମାନେ କି ହୃଦୟରୁ ପ୍ରେମ କରିଥାନ୍ତି। ଆଜ୍ଞା ହଁ ଏହି ରାଶିର ବ୍ୟକ୍ତି ସ୍ୱାଭବରେ ଖୁବ୍ ରମାଣ୍ଟିକ ହୋଇଥାନ୍ତି। ଏମାନେ ଯେଉଁ ଝିଅଙ୍କୁ ବିବାହ କରିଥାନ୍ତି, ବିବାହ ପରେ ଜୀବନରେ ରୋମାନ୍ସ ଭରି ଦେଇଥାନ୍ତି। ଏହା ସହ ଜୀବନ ସାଥୀଙ୍କ ଖୁସି ପାଇଁ ଯଥା ସମ୍ଭବ ପ୍ରୟାସ କରିଥାନ୍ତି।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପଞ୍ଚମ ଘର ପ୍ରେମର ହୋଇଥାଏ । ଏବଂ ଏହି ଘରେ ଶୁଭ ଗ୍ରହ କିମ୍ୱା ରାଶି ବିଭାଜନ ହୋଇଥାଏ। ସେଥିପାଇଁ ଏହି ଜାତକ ନିଜର ପ୍ରେମକୁ ଖୁବ୍ ଖୁସିରେ ରଖିଥାଏ।ନିଜର ପ୍ରେମ ପାଇବା ପାଇଁ ଏବଂ ଜୀବନ ସାଥୀଙ୍କୁ ଖୁସିରେ ରଖିବା ପାଇଁ ଖୁବ୍ ପ୍ରୟାସ କରିଥାନ୍ତି। ଏହି ରାଶିର ଲୋକମାନେ ବହୁତ ରମାଣ୍ଟିକ ହୋଇଥାନ୍ତି। ସବୁ ଝିଅ ଏହି ରାଶିର ପୁଅଙ୍କ ସହ ଜୀବନ ବିତାଇବା ପାଇଁ ଚାହିଁଥାନ୍ତି। ଆସନ୍ତୁ ଜାଣିବା....
ମିଥୁନ ରାଶି
ପ୍ରେମ ମାମଲାରେ ଏହି ରାଶିର ଜାତକ ଅନ୍ୟ ରାଶି ଠାରୁ ସ୍ୱତନ୍ତ୍ର ହୋଇଥାଏ। ପ୍ରେମରେ ଧୋକା ଦେବା ଏମାନଙ୍କ ରକ୍ତରେ ନଥାଏ। ମିଥୁନ ରାଶିର ଜାତକରେ ପ୍ରେମ ଏତେ ଗଭିର ହୋଇଥାଏ ଯେ ସମ୍ନାଲୋକ ମଧ୍ୟ ସେମାନଙ୍କ ପ୍ରେମରେ ହଇରାଣ ହୋଇଯାଇଥାନ୍ତି। ନିଜର ପ୍ରେମ ପାଇଁ କିଛି ବି କରିଥାନ୍ତି ଏହି ରାଶିର ବ୍ୟକ୍ତି। ଏହି ରାଶିର ପୁଅଙ୍କ ଉପରେ ବୁଦ୍ଧର ପ୍ରଭାବ ରହିଥାଏ। ଜ୍ୟୋତିଷ ଅନୁସାରେ ମିଥୁନ ତୃତୀୟ ଅଙ୍କରେ ରହୁଥିବା ରାଶି।
ଏହି ରାଶିକ ଚିହ୍ନର ଅର୍ଥ ହେଲା କାହାକୁ ଆକର୍ଷିତ କରିବା ଏବଂ ଭଲ ବନ୍ଧୁତ୍ୱ ନିଭାଇବା। ଏହି ରାଶିର ଲୋକେ କୌଣସି ବି ଲୋକଙ୍କ ସହ ମିଶି ଯାଇଥାନ୍ତି। ମିଥୁନ ରାଶିର ସ୍ୱାମୀ ଗ୍ରହ ବୁଧ ହୋଇଥାଏ।
ବହୁତ କ୍ରିଏଟିଭ ହୋଇଥାନ୍ତି ଏହି ଜାତକ ଏହି ରାଶିର ଜାତକ ଉପରେ ବୁଧ ଗ୍ରହର ପ୍ରଭାବ ରହିଛି। ଏଥିପାଇଁ ଏହି ଲୋକମାନେ ଭଲ ବକ୍ତା, ଲେଖକ, କମେଡିଆନ ଓ ଗାୟତ ହୋଇଥାନ୍ତି। ଏହି ଲୋକମାନେ ସ୍ୱାଭରେ ଖୁବ୍ ଚଞ୍ଚଳ ହୋଇଥାନ୍ତି। ଏମାନଙ୍କର କଳ୍ପନା ଶକ୍ତି ଖୁବ୍ ଅଧିକ ହୋଇଥାଏ। ରୋମାନ୍ସ ମାମଲାରେ ଏହି ରାଶିର ଲୋକମାନେ ସବୁଠୁ ଆଗରେ ଥାନ୍ତି।