ପ୍ରମୁଖ ଖବର
  • ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀଙ୍କ ପରଲୋକ
  • ||
  • କଟକ; ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା,ଅନୁଭବ ମାହାନ୍ତିଙ୍କ ନାରେ NBW ଜାରି
  • ||
  • ନୀଳଗିରିରେ ଶକ୍ତି ଦେଖାଇ ବିରୋଧୀଙ୍କୁ ଚୁପ କରାଇଲେ ସୁକାନ୍ତ। ୨୫ ହଜାର ସମର୍ଥକ ଗହଣରେ କଲେ ପ୍ରାର୍ଥୀପତ୍ର ଦାଖଲ।
  • ||
  • ପ୍ରକାଶ ପାଇଲା CBSE ପରୀକ୍ଷା ଫଳ
  • ||
  • ସିୟୁଇଟି-ୟୁଜି ଆଡମିଟ୍‌ କାର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ, ମେ ୧୫ରୁ ୨୪ ତାରିଖ ଯାଏ ଚାଲିବ ପରୀକ୍ଷା
  • ||
  • ମାଲକାନଗିରିରେ ୩ ବୁଥ୍‌ରେ କାମକରୁନି ଇଭିଏମ୍‌, ଭୋଟ ଦେବାକୁ ଅପେକ୍ଷା କରିଛନ୍ତି ଶତାଧିକ ମତଦାତା
  • ||
  • ମନି ଲଣ୍ଡରିଂ ମାମଲାରେ ଇଡି ଗିରଫଦାରିକୁ ଚାଲେଞ୍ଜ; ଆଜି ସୁପ୍ରିମ୍କୋର୍ଟରେ ହେମନ୍ତଙ୍କ ପିଟିସନର ଶୁଣାଣି
  • ||
  • ଭୋଟ ଦେଉଛି ଓଡ଼ିଶା, ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ
  • ||
  • ଆଇପିଏଲ ମହାସମର, ସଂଧ୍ୟାରେ କୋଲକାତା -ଗୁଜରାଟ ଲଢ଼େଇ, ପ୍ଲେ-ଅଫ୍ ଲକ୍ଷ୍ୟରେ ଟାଇଟନ୍ସ
  • ||
  • ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ , ୯୬ ଆସନରେ ୧୭୧୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ୨୩ରେ ଆସୁଛି ଲଘୁଚାପ, ଏଥର ଶୀଘ୍ର ଆସିବ ମୌସୁମୀ: ଆଜି ଭୋଟ୍‌ ହେଉଥିବା ଅଞ୍ଚଳରେ କମ୍‌ ତାତି
  • ||

ରାଜ୍ୟ ସରକାର ବିରୋଧରେ ଜନତା ଦରବାରରେ ୬୦ପୃଷ୍ଠାର ଚାର୍ଜସିଟ ଦାଖଲ କରାଯିବ : ବଳଭଦ୍ର ମାଝୀ

ମାଲକାନଗିରି,୨୭/୪ :ମାଲକାନଗିରି ବିଜେପି କାର୍ଯ୍ୟାଳୟଠାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଜେଡି ସରକାର ବିରୋଧରେ ଜନତା ଦରବାରରେ ୬୦ପୃଷ୍ଠାର ଚାର୍ଜସିଟ ଦାଖଲ କରାଯିବ ବୋଲି ପୂର୍ବତନ ସାସଂଦ ତଥା ବିଜେପି ଦଳର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ କହିଛନ୍ତି।

ରାଜ୍ୟ ସରକାର ଲୋକଙ୍କୁ ଳ ପ୍ରତିଶ୍ରୃତି ଦେଇ ପୂରଣ କରିବାରେ ବିଫଳ ହୋଇଛି । ଜଳସେଚନ, ପ୍ରତ୍ୟେକ ବ୍ଲକରେ ଶୀତଳଭଣ୍ଡାର ଖୋଲିବା, କାଳିଆ ଯୋଜନା ସହ କୃଷକଙ୍କ ଆୟ ସର୍ବଭାରତୀୟ ସ୍ତରରେ ସର୍ବନିମ୍ନ ହୋଇଛି । ରାଜ୍ୟରେ ଲିଙ୍ଗଗତ ସମସ୍ୟା, ମହିଳାଙ୍କୁ ନିର୍ଯ୍ୟାତନା , ଶିଶୁଙ୍କ ସୁରକ୍ଷାରେ ବିଫଳ ହେବା ସହ ନିଯୁକ୍ତି ଅଭାବରୁ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଅଭିଯୋଗ କରିଛନ୍ତି । ମାଲକାନଗିରି ବିଜେପିର ଦଳୀୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନରେ ସେ ଏହା ପ୍ରକାଶ କରିଛନ୍ତି । ଓଡ଼ିଶାରେ ବିଦ୍ୟୁତ ୟୁନିଟ ପିଛା ଖାଉଟିଙ୍କୁ ୨ ଟଙ୍କା ୮୩ ପଇସା ଦେବାକୁ ପଡ଼ୁଥିବା ବେଳେ ତାମିଲନାଡ଼ୁ ରାଜ୍ୟକୁ ୟୁନିଟ ପିଛା ୨ ଟଙ୍କା ୫୩ ପଇସାରେ ଦିଆଯାଉଛି । ଏହା କେଉଁ ପ୍ରକାରର ନ୍ୟାୟ ବୋଲି ସେ ପ୍ରଶ୍ନ କରିଛନ୍ତି ।  ରାଜ୍ୟ ସରକାରଙ୍କ ଯୋଜନା କିଛି ନାହିଁ । ଏଣୁ ବିଜେଡି ସରକାରଙ୍କ ବିରୋଧରେ ଆମେ ଚାର୍ଜସିଟ ଆଣିଛୁ ବୋଲି ନବରଙ୍ଗପୁର ବିଜେପି ସାଂସଦ ପ୍ରାର୍ଥି ଶ୍ରୀ ମାଝି ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲ, ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି, ଚିତ୍ରକୋଣ୍ଡା ବିଜେପି ବିଧାୟକ ପ୍ରାର୍ଥି ଡମ୍ବରୁ ଶିଶା ଓ ପୂର୍ବତନ ଜିଲ୍ଲା ସଭାପତି ଅଶୋକ ପରିଡା, ବିଜେପି ନେତା ସଞ୍ଜୟ ସରକାର, ମାଣିକ ଛକରବର୍ତ୍ତୀ ପ୍ରମୂଖ ବିଜେପି ନେତା ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.