ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ମାଲକାନଗିରି ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ, ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଲେ ଜିଲ୍ଲାପାଳ

ମାଲକାନଗିରି,୧୩/୫ : ଆଦିବାସୀ ଅଧ୍ୟୁଷିତ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସୋମବାର ସକାଳେ ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ କୁମୁଟିଗୁଡା ସ୍କୁଲ ପରିସରରେ ୬୬ ନମ୍ବର ବୁଥରେ ସାଧାରଣ ଭୋଟରଙ୍କ ଧାଡିରେ ଠିଆ ହୋଇ ଭୋଟ ଦେଇଛନ୍ତି ମାଲକାନଗିରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସଚିନ ପାୱାର। ସେ ଆଗ୍ରହ ସହକାରେ ଅନ୍ୟ ସାଧାରଣ ଲୋକଙ୍କ ପରି ଲାଇନରେ ବୁଥକୁ ଯାଇ ମତଦାନ କରିଥିଲେ। 

କୁମୁଟିଗୁଡା ବୁଥଟି ସ୍ୱତନ୍ତ୍ର ଶଖି ଭୋଟ କେନ୍ଦ୍ର, ଏଠାରେ ବୁଥନମ୍ବର ୬୨ରେ ୮୩୨ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୨୨ପୁରୁଷ,୪୦୯ମହିଳା ଓ ଜଣେ ତୃତୀୟ ଲିଙ୍ଗ ଭୋଟର। ବୁଥ ନମ୍ବର ୬୬ରେ ୧୩୯୦ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୭୦୩, ମହିଳା ଭୋଟର ୬୮୭। ଏହି ବୁଥରେ ଜିଲ୍ଲାର କୋୟା ଆଦିବାସୀ ପୋଷାକରେ ସଜିତ ହୋଇଛି ଦୁଇଜଣ ବାଳିକା ଗେଟ ନିକଟରେ ଛିଡାହୋଇ ଜିଲ୍ଲାପାଳ ଓ ଅନ୍ୟାନ ଭୋଟରମାନଙ୍କୁ ଫୁଲ ତୋଡ଼ା ଦେଇ ବାଜାର ତାଳେ ତାଳେ ବୁଥ ମଧ୍ୟକୁ ସ୍ୱାଗତ କରି ପାଛୋଟି ନେଇଥିଲେ। ବୁଥରେ ଭୋଟରଙ୍କ ଆଗ୍ରହ ବଢ଼ାଇବା ପାଇଁ ଢୋଲ ବାଜାର ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ ଭୋଟ ଦେଇସାରି ମତଦାନ କେନ୍ଦ୍ରରେ ଥିବା ସେଲ୍ଫି ପଏଣ୍ଟରେ ସେଲ୍ଫି ଉଠାଇ ଅନ୍ୟ ଭୋଟରମାନଙ୍କୁ ଉତ୍ସାହିତ କରିଥିଲେ। ମାଲକାନଗିରି ଜିଲ୍ଲାର ୧୪୬ ମାଲକାନଗିରି ଓ ୧୪୭ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ୪ଲକ୍ଷ ୫୨ହଜାର ୫୪୪ ଜଣ ଭୋଟର ୫୪୭ ଟି ବୁଥରେ ମତଦାନ କରିବେ।

ଆଜି ଜିଲ୍ଲାର ସମସ୍ତ ଭୋଟକେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହିତ ଭୋଟରମାନେ ଲମ୍ବା ଧାଡିରେ ଠିଆ ହୋଇ ନିଜ ନିଜ ମତଦାନ କରିଛନ୍ତି। ବିଶେଷ କରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ସ୍ୱାଭିମାନ ଅଞ୍ଚଳର ୯ଟି ପଞ୍ଚାୟତର ଲୋକଙ୍କ ମଧ୍ୟରେ ଭୋଟ ପ୍ରତି ଆଗ୍ରହ ପ୍ରକାଶ ପାଇଛି। ସେମାନେ ୨୨ଟି ବୁଥରେ ଭୋଟ ଦେଇଛନ୍ତି। କେଉଁଠି କେମିତି କାଁ ଭାଁ ଇଭିଏମ ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଇଞ୍ଜିନିୟରମାନଙ୍କ ଦ୍ୱାରା ସେଗୁଡିକୁ ତୁରନ୍ତ ମରାମତି କରାଯିବା ସହିତ ଅନ୍ୟ କେତକ ସ୍ଥାନରେ ନୂଆ ମେସିନ ଦ୍ୱାରା ମତଦାନ କରାଯାଇଛି।ଜିଲ୍ଲାର ୩୦ଟି ସ୍ୱତନ୍ତ୍ର ସଖି ବୁଥ କରାଯାଇ ସମସ୍ଥ ଭୋଟରଙ୍କୁ ଫୁଲ ଚନ୍ଦନ ଦେଇ ଢୋଲ ବଜାଇ ବୁଥକୁ ପାଛୋଟି ନିଆ ଯିବା ସହିତ ଗ୍ଳୋକଜ ପାଣି ଓ ଥଣ୍ଡା ପାଣି ଛାମୁଣ୍ଡିଆର ବ୍ୟବସ୍ଥା କରାଯିବା ସହିତ ଭିନ୍ନକ୍ଷମଙ୍କ ପାଇଁ ହୁଇଲ ଚେୟାର, ପ୍ରତି ବୁଥରେ ଦୁଇଜଣ ଲେଖା ସ୍ବେଛାସେବୀଙ୍କୁ ଯୋଗାଇ ଦିଆଯାଇଛି। ଗଣତନ୍ତ୍ରର ମହାପର୍ବରେ ଜିଲ୍ଲାର ସମସ୍ତ ଭୋଟର ଯୋଗଦେଇ ଶତପ୍ରତିଶତ ମତଦାନ ଦେଵା ପାଇଁ ଜିଲ୍ଲାପାଳ ସଚିନ ପାୱାର ଆହ୍ୱାନ ଦେଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.