ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

କେଜ୍ରିଓ୍ବାଲାଙ୍କ ଗିରଫଦାରୀ ସମୟକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ, ଶୁକ୍ରବାର ସୁଦ୍ଧା ଇଡିକୁ ମାଗିଲେ ଜବାବ୍

ନୂଆଦିଲ୍ଲୀ,୩୦।୪: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆବେଦନ ଉପରେ ମଙ୍ଗଳବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ତେବେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଗିରଫଦାରୀର ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କୋର୍ଟ କହିଛନ୍ତି, ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ କେଜ୍ରିଓ୍ବାଲଙ୍କୁ କାହିଁକି ଗିରଫ କରାଗଲା ? ଏନେଇ କୋର୍ଟ ଇଡିକୁ ଜବାବ୍ ଦେବା ପାଇଁ ଶୁକ୍ରବାର ପର୍ଯ୍ୟନ୍ତ ସମୟ ଦେଇଛନ୍ତି।

ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଶୁଣାଣି ବେଳେ ଆଡିସନାଲ ସଲିସିଟର ଜେନେରାଲ ଏସଭି ରାଜୁଙ୍କୁ କହିଛନ୍ତି, ସ୍ବାଧୀନତା ହେଉଛି ଖୁବ୍ ଜରୁରୀ, ଆପଣ ଏହାକୁ ମନା କରିପାରିବେନି। ଶେଷ ପ୍ରଶ୍ନ ଗିରଫ କରାଯିବାର ସମୟକୁ ନେଇ ରହିଛି। କାହିଁକି ନିର୍ବାଚନର ଠିକ୍ ପୂର୍ବରୁ କେଜ୍ରିଓ୍ବାଲାଙ୍କୁ ଗିରଫ କରାଯାଇଛି ? ଖଣ୍ଡପୀଠ ରାଜୁଙ୍କୁ ଆହୁରି ଅନେକ ପ୍ରଶ୍ନ ପଚାରିଛି ଓ ଇଡିକୁ ଶୁଣାଣିର ଆସନ୍ତା ତାରିଖରେ ଜବାବ ଦେବାକୁ କହିଛି। ମାମଲାର ଶୁଣାଣି ଆସନ୍ତା ଶୁକ୍ରବାର ହେବ। ବୁଧବାର ଦୁଇ ବିଚାରପତି ଅଲଗା ଅଲଗା ଖଣ୍ଡପୀଠରେ ଶୁଣାଣି କରିବେ।

ଏହି ମାମଲାରେ ମଙ୍ଗଳବାର ଲଗାତାର ଦ୍ବିତୀୟ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଓକିଲ ଅଭିଷେକ ମନୁ ସିଙ୍ଘଭି ପକ୍ଷ ରଖିଛନ୍ତି। ଉଲ୍ଳେଖନୀୟ ଯେ, କଥିତ ଏକ୍ସାଇଜ୍ ଡ୍ୟୁଟି ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ବାରା ତାଙ୍କ ଗିରଫକୁ ସୁପ୍ରିମକୋର୍ଟ ଚ୍ୟାଲେଞ୍ଜ ଦେଇଛନ୍ତି। ସେ ୨୧ ମାର୍ଚ୍ଚରେ ଗିରଫ ପରେ ଜେଲ୍‌ରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.