ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଟି-୨୦ ଓ୍ବାର୍ଲ୍ଡକପ୍ ପାଇଁ ସଞ୍ଜୟ ମଞ୍ଜରେକରଙ୍କ ସିଲେକ୍ଟେଡ୍ ଟିମ୍: କୋହଲିଙ୍କ ସହ ଏହି ଖେଳାଳିଙ୍କୁ ଦେଲେ ବାଦ୍, ହେଲେ ଟ୍ରୋଲ

ନୂଆଦିଲ୍ଲୀ,୨୬।୪:  ଟି-୨୦ ଓ୍ବାର୍ଲ୍ଡକପ୍‌ ୨୦୨୪ ପାଇଁ ଭାରତୀୟ ଟିମ୍‌ର ଘୋଷଣା ଆସନ୍ତା ସପ୍ତାହରେ କରାଯିବ। ଏହା ପୂର୍ବରୁ କ୍ରିକେଟ ବିଶେଷଜ୍ଞମାନେ ନିଜ ନିଜର ଟିମ୍‌କୁ ଚୟନ କରିସାରିଲେଣି। ଏହା ଭିତରେ ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜରେକର ମଧ୍ୟ ଆଇସିସିର ଏହ ମେଗା ଇଭେଣ୍ଟରେ ୧୫ ଖେଳାଳିଙ୍କୁ ଭାରତୀୟ ସ୍କ୍ବାର୍ଡରେ ସାମିଲ କରିଛନ୍ତି। ସେ ନିଜର ଏହି ସ୍କ୍ବାର୍ଡରେ ନା ତ ବିରାଟ କୋହଲିଙ୍କୁ ସ୍ଥାନ ଦେଇଛନ୍ତି ନା ହରଫନମୌଲ ହାର୍ଦ୍ଧିକ ପାଣ୍ଡ୍ୟା ଓ ଶିବମ୍ ଦୁବେଙ୍କୁ। ଏହାଛଡା ସେ ଫିନିଶର ରୂପରେ ରିଙ୍କୁ ସିଂହଙ୍କୁ ମଧ୍ୟ ସିଲେକ୍ଟ କରିନାହାନ୍ତି। ସଞ୍ଜୟ ମଞ୍ଜରେକର ଏହି ସ୍କ୍ବାର୍ଡରେ ଦୁଇଜଣ ଅନକ୍ୟାପଡ୍ ଭାରତୀୟ ଖେଳାଳିଙ୍କୁ ସାମିଲ କରିଛନ୍ତି।

ସଞ୍ଜୟ ମଞ୍ଜରେକର ଭାରତୀୟ ଟି-୨୦ ଓ୍ବାର୍ଲ୍ଡକପ୍‌ ସ୍କ୍ବାର୍ଡରେ ବ୍ୟାଟସମ୍ୟାନ୍ ରୋହିତ ଶର୍ମାଙ୍କ ବ୍ୟତୀତ ଯଶସ୍ବୀ ଜାୟସଓ୍ବାଲ, ସଞ୍ଜୁ ସାମସନ୍, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ ଓ କେଏଲ ରାହୁଲଙ୍କୁ ଚୟନ କରିଛନ୍ତି। ସେଭଳି ତାଙ୍କ ସ୍କ୍ବାର୍ଡରେ ଏକମାତ୍ର ହରଫନମୌଲା ରବିନ୍ଦ୍ର ଜାଡେଜା ରହିଛନ୍ତି। କୃଣାଲ ପାଣ୍ଡ୍ୟାଙ୍କୁ ହରଫରମୌଲାଙ୍କ ବିକଳ୍ପ ଭାବରେ ଦେଖାଯାଉଛି। 

ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ମଞ୍ଜରେକର ନାଁ ତ ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ଏହି ଟିମ୍‌ରେ ସିଲେକ୍ଟ କରିଛନ୍ତି ନାଁ ଶିବମ ଦୁବେଙ୍କୁ, ଯିଏକି ଆଇପିଏଲର ଏହି ସିଜିନରେ ବ୍ୟାଟିଂର କମାଲ ଦେଖାଇଥିଲେ। ମଞ୍ଜରେକରଙ୍କ ସ୍କ୍ବାର୍ଡରେ ଜସପ୍ରୀତ ବୁମରାହଙ୍କ ସହିତ ମହମ୍ମଦ ସିରାଜ, ଆଭେଶ ଖାନ୍, ହର୍ଷିତ ରାଣା ଓ ମୟଙ୍କ ଯାଦବଙ୍କ ରୂପରେ ୫ ଜଣ ଦ୍ରୁତ ବୋଲର ଅଛନ୍ତି। ସେଭଳି ସ୍ପିନର୍ସଙ୍କ ରୂପରେ ରବିନ୍ଦ୍ର ଜାଡେଜା ଓ କ୍ରୁଣାଲ ପାଣ୍ଡ୍ୟାଙ୍କ ବ୍ୟତୀତ କୁଲଦୀପ ଯାଦବ ଓ ୟୁଜଭେନ୍ଦ୍ର ଚହଲ ଅଛନ୍ତି। ମଞ୍ଜରେକରଙ୍କ ଏହି ସ୍କ୍ବାର୍ଡ ଲୋକଙ୍କୁ ଟିକେ ଅଲଗା ଲାଗୁଛି। ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଟ୍ରୋଲ କରାଯାଉଛି। କିଛି ଫ୍ୟାନ୍‌ କହୁଛନ୍ତି, ଆପଣ ମୟଙ୍କ ଯାଦବଙ୍କୁ କେବଳ ୨ଟି ମ୍ୟାଚ୍‌ର ପରଫରମାନ୍ସ ଆଧାରରେ ଚୟନ କରିଛନ୍ତି, ସେ କିନ୍ତୁ ଆହତ ଅଛନ୍ତି। ସେଭଳି ଅନୁଭବୀ ଖେଳାଳି ବିରାଟ କୋହଲିଙ୍କୁ ସେ ଆଇପିଏଲ ୨୦୨୪ ରେ ଭଲ ପ୍ରଦର୍ଶନ ପରେ ବି ବାହର   କରିଦେଲେ ?

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.