ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

କାଳବୈଶାଖୀ ତାଣ୍ଡବ; ବଜ୍ରପାତରେ ୨ ଯୁବକ ଗୁରୁତର, ବିଦ୍ୟୁତ୍ ଆଘାତରେ ବୃଦ୍ଧ ମୃତ

ମୋହନା, ୨୭।୪: ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବଜ୍ରପାତ ଯୋଗୁଁ ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ବ୍ୟକ୍ତି ପ୍ରତାପପୁର ଗାଁର କାଳୁଚରଣ ପାଇକ ଓ ଅଶୋକ ଗାଁର ଟିଟୁ ମଲ୍ଲିକ ବୋଲି ଜଣାପଡ଼ିଛି । ମୋହନା ଥାନା ଝାଟିକାସାହି ଗାଁରେ ଏଭଳି ଘଟଣା ଘଟିଥିବା ସୂଚନା । ଗୁରୁତର ୨ ଯୁବକଙ୍କୁ ଗାଁ ଲୋକେ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି । ଶୁକ୍ରବାର ଅପରାହ୍ନ ପ୍ରାୟ ୫ଟାରେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଝାଟିକାସାହି ଗାଁ ଛକର ଦୋକାନ ପାଖରେ ଥିବା ଏକ ଗଛକୁ ବଜ୍ରପାତ ହୋଇଥିଲା । 

ତେବେ ଦୋକାନରେ ଥିବା କାଳୁ ଓ ଟିଟୁ ଉପରେ ବଜ୍ରପାତ ପ୍ରଭାବ ପଡ଼ିବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ । ସେହିପରି ଅଣ୍ଡିରାଗଡ଼ ଗାଁରେ ୧୦ରୁ ଅଧିକ ଘର ଛପର ଉଡ଼ିଯାଇଥିବା ବେଳେ ମହେନ୍ଦ୍ରଗଡ଼ ମୁଖ୍ୟ ରାସ୍ତାରେ ଥିବା କାର୍ ଉପରେ ଗଛ ପଡ଼ିଯାଇଛି । ସେପଟେ ଲୁହାଗୁଡ଼ି ରାସ୍ତା କଡ଼ରେ ଥିବା ଦୋକାନକୁ ଧକ୍କା ଦେଇଛି ଏକ ଟ୍ରକ୍ । କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡିଯାଇଥିବା ବେଳେ ବେତାରସିଂ ଗାଁରେ ବିଦ୍ୟୁତ୍ ତାର ଲାଗି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୋହନା ଅଗ୍ନିଶମବାହିନୀ ରାସ୍ତାରେ ପଡ଼ିଥିବା ଗଛଗୁଡ଼ିକୁ ହଟାଇ ଯାତାୟତ ସ୍ୱାଭାବିକ କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.