ପ୍ରମୁଖ ଖବର
  • ବର୍ଷାଙ୍କୁ ନିର୍ଯାତନା ମାମଲା: ଆତ୍ମସମର୍ପଣ କରିପାରନ୍ତି ଅଭିନେତା ଅନୁଭବ, ସୋମବାର ଜାରି ହୋଇଥିଲା NBW
  • ||
  • ରଥଖଳା ହାଲ୍‌ଚାଲ୍‌.. ରଥତ୍ରୟର ୧୨ ତୁମ୍ବ ଗୋଲେଇ ସରିଲା, ଶାଳରେ ଚାଲିଛି ଅର କଣ୍ଟା ତିଆରି
  • ||
  • ମୁମ୍ବାଇରେ ଧୂଳିଝଡ଼ ସହ ପ୍ରବଳ ବର୍ଷା, , ହୋଡିଂ ଖସି ୧୪ ମୃତ, ୭୦ରୁ ଅଧିକ ଆହତ
  • ||
  • ମଙ୍ଗଳବାର ବାରାଣସୀ ଲୋକସଭା ଆସନରେ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ
  • ||
  • IPL 2024: ସୁପରଜାଏଣ୍ଟ୍‌ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ, ଶେଷ ମ୍ୟାଚ୍‌, ଶେଷ ସୁଯୋଗ
  • ||
  • ପାଣିପାଗ ବିଭାଗର ପୂର୍ବାନୁମାନ, ମେ'୧୯ରେ ସୁଦ୍ଧା ଆଣ୍ଡାମାନ ଛୁଇଁବ ମୌସୁମୀ: ୧୭ରୁ ବଢ଼ିବ ତାତି
  • ||

ସ୍ୱାଭିମାନ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ଉ, ଜଙ୍ଗଲରୁ ୭୮୦କେଜି ଗଞ୍ଜେଇ ଜବତ

ମାଲକାନଗିରି,୨୮/୪ : ସ୍ୱାଭିମାନ ଅଞ୍ଚଳରେ ଅବକାରୀ ବିଭାଗପକ୍ଷରୁ ଚଢ଼ଉକରାଯାଇ ଘଞ୍ଚ ଜଙ୍ଗଲରୁ ୭୮୦କେଜି ଗଞ୍ଜେଇ ଜବତ କରିଛନ୍ତି । ମାଲକାନଗିରି ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଉପ ଅଧିକ୍ଷକ ଟଙ୍କଧର ଭୋଇ ଏବଂ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ସନ୍ତୋଷ ବଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଶେଶ ନାୟକ ସବ୍-ଇନ୍ସପେକ୍ଟର, ଜିଲ୍ଲା ମୋବାଇଲ୍ ୟୁନିଟର ଅବକାରୀ କର୍ମଚାରୀ ସ୍ୱାଭିମାନ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ, ସେମାନେ ବିଶ୍ବସ୍ଥ ସୂତ୍ରରୁ ଜାଣିବାକୁ ପାଇଲେ ଯେ, ପୂଜାରୀ ଗୁଡା ଗ୍ରାମ ଜଙ୍ଗଲରେ ବାହାର ରାଜ୍ୟକୁ ଚୋରା ଚାଲାଣ ନିମନ୍ତେ ବିପୁଳ ପରିମାଣ ର ଗଞ୍ଜେଇ ଗଛିତ ହୋଇରହିଛି।

ଏହି ଟିମ ସ୍ୱାଭିମାନ ଅଞ୍ଚଳ ପେପରମେଟଲା ଥାନା ଅନ୍ତର୍ଗତ ପୂଜାରିଗୁଡା ଗାଁର ପୂର୍ବ ପାର୍ଶ୍ୱ ଘଞ୍ଚ ପାହାଡ ଜଙ୍ଗଲ ଅଞ୍ଚଳରେ ଚଢ଼ଉ କରି ଦେଖିଲେ ଏକ ଗଛ ମୂଳରେ କିଛି ବସ୍ତା ଲୁଚା ଯାଇ ରଖାଯାଇଛି । ସେହି ବସ୍ତା ଗୁଡିକୁ ଯାଞ୍ଚ କରିବାରୁ ସେଥିରୁ ୭୮୦ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା। ସେ ଗଞ୍ଜେଇ ଗୁଡିକୁ ଜବତ କରି ମାଲକାନଗିରି ଅବକାରୀ କାର୍ଯ୍ୟଳୟକୁ ଆଣିଥିଲେ । ପ୍ରକାଶ ଥାଉ କି ପୂଜାରିଗୁଡ଼ା ଗ୍ରାମ ର ଘଞ୍ଚ ଜଙ୍ଗଲ ରେ ବହୁ ପରିମାଣ ରେ ବେଆଇନ ଗଞ୍ଜେଇ ବାହାର ଜିଲ୍ଲାକୁ ଚାଲାଣ କରିବା ପାଇଁ ଗଚ୍ଛିତ ଅଛି ବୋଲି ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଉକ୍ତ ଗଞ୍ଜେଇକୁ ଜବତ କଲା ପରେ ଜିଲ୍ଲା ମୋବାଇଲ ୟୁନିଟ ମାଲକାନଗିରି ରେ ଏକ ଦାବିହିନ ଅବକାରୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି।

ଉକ୍ତ ଚଢ଼ଉ ସମୟରେ ସବ୍ ଇନ୍ସପେକ୍ଟର ଅମିୟ କୁମାର ଖଞ୍ଜା, ରବୀନ୍ଦ୍ର କୁମାର ପ୍ରଧାନ, ଏ ଏସ ଏଇ ଜେମେସ ମାଲଖୋମ ସାହୁ, ପ୍ରଦୀପ କୁମାର ନାୟକ, କନେଷ୍ଟବଳ ଗୋବିନ୍ଦ ବେଞ୍ଜମୀ, ଜ୍ଞାନ ରଞ୍ଜନ ସାହୁ, ପାଣ୍ଡବ ଟୁଡୁ, ବିପୁଳ ଶେଖର ଯୋଦ୍ଦର୍, ଜୁଲି ସା, ଆନନ୍ଦ ପ୍ରଧାନ, ମୁରଲୀ ରଜକ, ସୁଜାତା କୁମାରୀ ହିଆଲ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.