ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

କଳସ ଶୋଭାଯାତ୍ରାରେ ନାଚିବାକୁ ନେଇ ଗୋଷ୍ଠୀ ସଂଘର୍ଷ, ୮ ଆହତ

ଯାଜପୁର ରୋଡ, ୨୭।୪ ଯାଜପୁର ଜିଲ୍ଲା କୋରାଇ ଥାନା ଆଲୋଡ଼ା ଗ୍ରାମରେ ହିଙ୍ଗୁଳା ପୂଜା ଅବସରରେ କଳସ ଯାତ୍ରାରେ ନାଚିବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ  ଉଭୟ ପକ୍ଷରୁ ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି। ସେପଟେ ଅଭିଯୋଗ ପାଇବା ପରେ ପୋଲିସ ୧୧ ଜଣଙ୍କୁ ଅଟକ ରଖି ଘଟଣାର ଛାନଭିନ୍ ଆରମ୍ଭ କରିଛି। 

ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ସୂଚନା ମୁତାବକ ଗ୍ରାମରେ ଗତ ୩ ଦିନ ଧରି ଚାଲିଥିବା ହିଙ୍ଗୁଳା ପୂଜା ର ଗତକାଲି ଉଦଯାପନ ଦିବସ ଥିଲା। ତେବେ ଏହି ଅବସରରେ ଗତକାଲି ରାତିରେ ଏକ କଳସ ଶୋଭାଯାତ୍ରା ହେଉଥିବା ସମୟରେ କୈାଣସି କାରଣରୁ ପେଲାଠେଲା କୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା। ପରେ ପରିସ୍ଥିତି ଆହୁରି ବିଗିଡିବା ସହ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷରୁ ୮ ଜଣ ଆହତ ହୋଇଥିବା ବେଳେ ୧୧ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି କୋରାଇ ପୋଲିସ। ଏନେଇ ପୋଲିସର କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢନ୍ତୁ : ଝିଅର କାଠ ଫାଳିଆ ମାଡ଼ରେ ମାଆ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.