ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଝିଅର କାଠ ଫାଳିଆ ମାଡ଼ରେ ମାଆ ମୃତ

ଭୁବନ,୨୭।୪  ମାନସିକ ବିକାରଗ୍ରସ୍ତ ଝିଅର କାଠ ଫାଳିଆ ମାଡରେ ବୃଦ୍ଧ ମାଆର ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ଭୁବନ ଥାନା ଅନ୍ତର୍ଗତ ମଝପାଳ ଗ୍ରାମର ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ଦୁର୍ଗାବତୀ ଦାଶ। 

 ମଝିପାଳ ଗ୍ରାମର ସ୍ବର୍ଗତ ବିଭୁତି ଭୁଷଣ ଦାଶ ସ୍ତ୍ରୀ ଦୁର୍ଗାବତୀ ଦାଶ ଓ ବିବାହିତ ମାନସିକ ବିକାରଗ୍ରସ୍ତ ଝିଅ   ଆଶାଲତା ଦାଶ ଘରେ ରୁହନ୍ତି ।  ଦୁର୍ଗାବତୀଙ୍କ ଏକମାତ୍ର ପୁଅ ଆଲୋକ ଦାଶ ନିଜର ପରିବାର ନେଇ ତାଳଚେରରେ ପ୍ରାଇଭେଟ କଂପାନୀରେ କାର୍ଯ୍ୟ କରନ୍ତି ।ପୁଅ ଆଲୋକ ମାଆକୁ ନିଜ ପାଖକୁ ନେବାକୁ ଚାହିଁଥିଲେ ବି ମାନସିକ ବିକାରଗ୍ରସ୍ତ ଝିଅକୁ ଛାଡି ଯାଇନଥାଲେ ।ତେବେ  ମାଆ ଦୁର୍ଗାବତୀଙ୍କ ସହିତ ପୁଅ ଆଲୋକ ଓ ଅନ୍ୟ ଭଉଣୀମାନେ ପ୍ରତିଦିନ ଫୋନ ଯୋଗେ ଯୋଗାଯୋଗ କରୁଥିଲେ । କିନ୍ତୁ ଆଜି ସକାଳେ ମାଆ ଦୁର୍ଗାବତୀଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା । ସନ୍ଦେହ ହେବାରୁ ଗ୍ରାମବାସୀଙ୍କ ସହଯୋଗ ଲୋଡି ଖବରର ସତ୍ୟାସତ୍ୟ ଜାଣିବାକୁ ପାଇଥିଲେ । ତେବେ ଘଟଣା ସମ୍ପର୍କରେ ଭୁବନ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଭୁବନ ପୋଲିସ ମୃତଦେହକୁ ଜବତ କରିବା ସହିତ ଢେଙ୍କାନାଳ ସାଇଣ୍ଟଫିକ୍ ଦଳକୁ ଖବର କରିଥିଲେ । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ପାଇଁ ଭୁବନ ମେଡିକାଲକୁ ପଠାଇଛନ୍ତି । ଭୁବନ ପୋଲିସ ମାନସିକ ବିକାରଗ୍ରସ୍ତ ଝିଅକୁ ଅଟକ ରଖି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.