ପ୍ରମୁଖ ଖବର
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ରବିବାର ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ, ସାଲେପୁର ନିର୍ବାଚନୀ ସଭାରେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିବେ

ସାଲେପୁର/ଜଗତପୁର,୨୭/୦୪:  ଜାତୀୟ କଂଗ୍ରେସର ଲୋକପ୍ରିୟ ଚେହେରା ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସୁଛନ୍ତି । ସେ ରବିବାର  ଦିନ ୧୦ଟାରେ କଟକ ସାଲେପୁର ପହଞ୍ଚିବେ । ଏଠାରେ ନିର୍ବାଚନୀ ସଭାରେ ଯୋଗଦେବା ସହ  ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର ଅଭିଯାନର ଶୁଭାରମ୍ଭ କରିବେ । ଏନେଇ ଶୁକ୍ରବାର  ଜାତୀୟ କଂଗ୍ରେସର ଏକ ଉଚ୍ଚସ୍ତରୀୟ କମିଟି ସାଲେପୁର ଆସି ରାହୁଲଙ୍କ କାର୍ଯ୍ୟକ୍ରମ କିଭଳି ସଫଳ ହେବ  ସେନେଇ ହେଉଥିବା ପ୍ରସ୍ତୁତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।  ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ମଲୁଭଟି ବିକ୍ରମାର୍କା ଏବଂ  ଅଖିଳ ଭାରତୀୟ କଂଗ୍ରେସ କମିଟିର ଯୁଗ୍ମସମ୍ପାଦକ ତେହିନା  ବାଗ୍‌ ଚୌଧୁରୀଙ୍କ ସମେତ ଓଡ଼ିଶା କଂଗ୍ରେସର ବରିଷ୍ଠ  କାର୍ଯ୍ୟକର୍ତ୍ତାମାନେ ରାହୁଲଙ୍କ ଗସ୍ତର କାର୍ଯ୍ୟକ୍ରମ ସଂପର୍କରେ  ସମୀକ୍ଷା କରିବା ସହ ସଭାସ୍ଥଳ ବୁଲି ଦେଖିଥିଲେ । 

୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ  ରାହୁଲଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ହେବ । ମିଳିଥିବା  ସୂଚନା ମୁତାବକ, ରାହୁଲ ରବିବାର ଭୁବନେଶ୍ୱରରେ  ପହଞ୍ଚିବା ପରେ ସେଠାରୁ ହେଲିକପ୍ଟରରେ ସାଲେପୁର ସତ୍ୟଭାମାପୁରସ୍ଥିତ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠରେ ପହଞ୍ଚିବେ । ସେଠାରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ କାର୍‌ରେ ୧୫ କିଲୋମିଟର ଦୂର  କୁଳିଆ ପଡ଼ିଆକୁ ଯିବେ। ସେଠାରେ  ଓଡ଼ିଶା କଂଗ୍ରେସ ତରଫରୁ ବିଶାଳ  ଜନସମାବେଶ ଆୟୋଜନ କରାଯାଇଛି । ଦିନ ୧୧ଟା ସୁଦ୍ଧା ସଭାରେ ପହଞ୍ଚି  ରାହୁଲ କଂଗ୍ରେସ ନେତା, କର୍ମୀ, ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ରାହୁଲଙ୍କ ଏହି ଗସ୍ତର ସଫଳ ଆୟୋଜନ ପାଇଁ ଶୁକ୍ରବାର ଅପରାହ୍ଣରେ କଂଗ୍ରେସର ଉଚ୍ଚସ୍ତରୀୟ କମିଟି  ସତ୍ୟଭାମାପୁର ଯାଇ ସ୍ଥିତି ସମୀକ୍ଷା କରିଥିଲେ । ପରେ କୁଳିଆସ୍ଥିତ ସଭାସ୍ଥଳ ବୁଲି ଦେଖିଥିଲେ । ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକ ଗ୍ରାମାଞ୍ଚଳ  ପୁଲିସ ପକ୍ଷରୁ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.