ମୁମ୍ୱାଇ : ଅଲ୍ଲୁ ଅର୍ଜୁନଙ୍କର ପୁଷ୍ପା-୨ କୁ ଲୋକେ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ବୋଧହୁଏ ଏହି କାରଣ କି ମାର୍କେଟ୍ରେ ଉକ୍ତ ଫିଲ୍ମର ଡିମାଣ୍ଡ ଦିନକୁ ଦିନ ବଢି ଚାଲିଛି। କିଛି ଦିନ ପୂର୍ବେ ଖବର ଆସିଥିଲା କି, ରବିନା ଟଣ୍ଡନଙ୍କ ସ୍ୱାମୀ ଅନିଲ ଥଡାନୀ ପୁଷ୍ପା-୨ର ମେକର୍ସଙ୍କ ସହ ୨୦୦କୋଟି ଟଙ୍କାର ଡିଲ୍ ପୂରା କରିଛନ୍ତି। ସେପଟେ ଏବେ ଖବର ଆସୁଛି କି , ଓଟିଟି ପ୍ଲାଟଫର୍ମ ପୁଷ୍ପା-୨ ର ଡିଜିଟାଲ ରାଇଟ୍ସ ବହୁତ ମହଙ୍ଗା ଦାମ୍ରେ କିଣିଛି।
ପିଙ୍କଭିଲାର ରିପୋର୍ଟ ଅନୁସାରେ, ଉତ୍ତର ଭାରତରେ ପୁଷ୍ପା-୨ କୁ ଫିଲ୍ମ ହଲ୍ ଯାଏ ପହଞ୍ଚିବାର ଦାୟିତ୍ୱ ଅନିଲ ଥଡାନୀ ଉଠାଇଛନ୍ତି। ଅନିଲ ଥଡାନୀ ୨୦୦ କୋଟି ଟଙ୍କାରେ ପୁଷ୍ପା-୨ ର ଡିଷ୍ଟ୍ରିବ୍ୟୁସନ ରାଇଟ୍ସ କିଣିଛନ୍ତି। ସେପଟେ ଏବେ ନେଟଫ୍ଲିକ୍ସ ୨୫୦ କୋଟି ଟଙ୍କାର ବେସ୍ ପ୍ରାଇଜ୍ରେ ପୁଷ୍ପା -୨ ର ଡିଜିଟାଲ ରାଇଟ୍ସ ନେଇଛି।
କୁହାଯାଉଛି ଯେ, ଏହି ବେସ୍ ପ୍ରାଇଜ୍କୁ ୩୦୦ କୋଟି ଟଙ୍କା ଯାଏ ବୃଦ୍ଧି କରାଯାଇ ପାରେ। ଅର୍ଥାତ୍ ୫୦୦ କୋଟି ଟଙ୍କା ବଜେଟ୍ରେ ତିଆରି ପୁଷ୍ପା-୨ ରିଲିଜ୍ ପୂର୍ବରୁ ହିଁ ୪୫୦-୫୦୦ କୋଟି ଟଙ୍କାର ଆୟ କରି ପାରିଛି।
ପୁଷ୍ପା-୨ , କେଜିଏଫ୍-୨ର ରେକର୍ଡ ଭାଙ୍ଗି ପାରିନି । Siasatର ରିପୋର୍ଟ ମୁତାବିକ , ଆମାଜନ ପ୍ରାଇମ୍ ଭିଡ଼ିଓ କେଜିଏଫ-୨ ର ଡିଜିଟାଲ ରାଇଟ୍ସ ୩୨୦ କୋଟି ଟଙ୍କାରେ କିଣି ଥିଲା । ସେପଟେ ନେଟଫ୍ଲିକ୍ସ ଶାହରୁଖଙ୍କ ଯବାନର ରାଇଟ୍ସ ୨୫୦ କୋଟି ଟଙ୍କା ନେଇଥିଲା।