ପ୍ରମୁଖ ଖବର
  • ବଡବିଲ : ୨ ଟ୍ରକ ମଧ୍ୟରେ ଚାପି ହୋଇଗଲା କାର, ୬ ମୃତ
  • ||
  • ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଆପଣଙ୍କ ଟିକେ ଭୁଲ୍ ରାଉରକେଲାକୁ ପଛକୁ ନେଇଯିବ : ୫-ଟି ଅଧ୍ୟକ୍ଷ
  • ||
  • ରାଉରକେଲାରେ ନବୀନଙ୍କ ଉଦବୋଧନ, ମାଗଣାରେ ବିଜୁଳି ଦେବେ ବିଜେଡି ସରକାର
  • ||
  • ଭୋଟରମାନଙ୍କ ପାଇଁ ଆରମ୍ଭ ହେଲା ‘ମୋ ବୁଥ୍‌ ଆପ୍‌’, ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇବେ ମତଦାତା
  • ||
  • ମହାକାଳପଡ଼ା : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
  • ||
  • ଭୁବନେଶ୍ଵର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତତଲା ପାଗ, ୧୭ ଯାଏ ବର୍ଷା ସମ୍ଭାବନା
  • ||

ଫିଲ୍ମରୁ ଦୂରରେ ଅଛନ୍ତି ତା’ପରେ ବି ଜାରି ରହିଛି ଷ୍ଟାରଡମ୍, ବଡିଗାର୍ଡ଼ଙ୍କ ଫିସ୍ ଜାଣି ଉଡ଼ିଯିବ ହୋଶ୍

ନୂଆଦିଲ୍ଲୀ,୧/୫ : ୨୦୦୮ ମସିହାରେ ଶାହରୁଖ ଖାନଙ୍କ ସହ ୟଶରାଜଙ୍କ ଫିଲ୍ମ ‘ରବ ନେ ବନା ଦି ଜୋଡ଼ି’ରୁ ବଲିଉଡ଼ରେ ଡେବ୍ୟୁ କରିଥିବା ଅନୁଷ୍କା ଶର୍ମା ଆଜି ଷ୍ଟାରଡମ୍ ମାମଲାରେ ଶାହରୁଖ ଖାନଙ୍କୁ ଟକ୍କର ଦେଇଥାନ୍ତି । ଅନୁଷ୍କା ଗତ କିଛି ବର୍ଷରୁ ଫିଲ୍ମ ପର୍ଦାରୁ ଦୂରରେ ଅଛନ୍ତି । କିନ୍ତୁ ତାଙ୍କ ଷ୍ଟାରଡମ୍‌ ଉପରେ କୌଣସି ଆଞ୍ଚ ଆସିନାହିଁ ଏବଂ ସେ ଆଜି ବି କୋଟି କୋଟି ହୃଦୟରେ ରାଜ କରୁଛନ୍ତି । ଆୟର ମାମଲାରେ ବି ଅନୁଷ୍କା ଫିଲ୍ମ ଇଣ୍ଡଷ୍ଟ୍ରିରେ କେତେକ ମେଲ୍ ଷ୍ଟାର୍ସଙ୍କୁ ଟକ୍କର ଦେଇଥାନ୍ତି ।

ଫିଲ୍ମରେ ଷ୍ଟାର୍ ହେବା ପରେ ଏକ ଶ୍ୟାମ୍ପୁର ଆଡ୍ ଲାଗି ସେ ଟିମ୍ ଇଣ୍ଡିଆର ଧୂଆଁଧାର ଖେଳାଳୀ ବିରାଟ କୋହଲୀଙ୍କୁ ଭେଟିଥିଲେ ତ ଉଭୟେ ପ୍ରେମ କରି ବସିଥିଲେ । କିଛି ବର୍ଷ ପର୍ଯ୍ୟନ୍ତ ଡେଟ୍ କରିବା ପରେ ୨୦୧୭ରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୨୧ରେ ଅନୁଷ୍କା ଝିଅ ବାମିକାଙ୍କ ଜନ୍ମ ଦେଇଥିଲେ ଏବଂ ଏବେ ଫେବୃଆରୀ ୨୦୨୪ରେ ଝିଅ ଅକାୟଙ୍କ ଜନ୍ମ ହୋଇଛି । ସୂଚନା ମୁତାବକ ବିରାଟ ଏବଂ ଅନୁଷ୍କାଙ୍କ ପ୍ରାୟ ନେଟଓ୍ବର୍ଥ ୧୩୦୦କୋଟି ପାଖାପାଖି ହେବ । ଏଥିରୁ ଅନୁଷ୍କାଙ୍କ ସମ୍ପତ୍ତି ୨୫୫କୋଟି ହେବ । 

ଅନୁଷ୍କାଙ୍କ ନିଜର ପ୍ରଡକ୍ଶନ ହାଉସ ବି ଅଛି । ଏହା ବ୍ୟତୀତ ସେ ଫିଲ୍ମ ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ବି ଆୟ କରିଥାନ୍ତି । ଏକ ଫିଲ୍ମ ଲାଗି ସେ ୧୦-୧୫କୋଟି ଟଙ୍କା ଚାର୍ଜ କରିଥାନ୍ତି । ଏକ ଆଡ଼୍ ଲାଗି ପ୍ରାୟ ୩କୋଟି ଟଙ୍କା ‌ସେ ନେଇଥାନ୍ତି । ଇନଷ୍ଟାରେ ଏକ ପୋଷ୍ଟ କରିବା ଲାଗି ଅନୁଷ୍କା ୯୫ଲକ୍ଷ ଟଙ୍କା ନେଇଥାନ୍ତି । ନିଜ କ୍ଲୋଦିଂ ବ୍ରାଣ୍ଡ ନୁଶରୁ ବି ସେ ଆୟ କରିଥାନ୍ତି, ଯାହାର ସେ ମାଲିକାଣୀ ଅଟନ୍ତି ।

ବିରାଟ ଏବଂ ଅନୁଷ୍କା ଉଭୟେ ଲଗଜୁରୀ ଲାଇଫ ଷ୍ଟାଇଲ୍ ନିଭାଇଥାନ୍ତି । ନିଜ ପର୍ସନାଲ ବଡିଗାର୍ଡଙ୍କୁ ବିରାଟ ଏବଂ ଅନୁଷ୍କା ବର୍ଷକୁ ୧.୫କୋଟି ଟଙ୍କା ଦେଇଥାନ୍ତି । ଅନୁଷ୍କାଙ୍କ ପାଖରେ ରେଞ୍ଜ ରୋବଲଠାରୁ ନେଇ ଅଡି ପର୍ଯ୍ୟନ୍ତ କେତେକ ଲଗଜୁରୀ କାର୍ ବି ଅଛି, ଯାହାର ଦାମ୍ କୋଟି କୋଟି ଟଙ୍କା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.