ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ମହୁମାଛି ଆତଙ୍କରେ ବାଟୋଇ ଭୟଭୀତ, ୨୫ରୁ ଊର୍ଦ୍ଧ୍ବ ଆକ୍ରମଣର ଶିକାର

ମାଲକାନଗିରି/ପଡ଼ିଆ, ୨୩/୪ : ଗତ କିଛି ଦିନ ହେଲା ମହୁମାଛି ଆତଙ୍କରେ ବାଟୋଇ ଭୟଭୀତ ହୋଇଛନ୍ତି, ମହୁ ମାଛି ଆକ୍ରମଣରେ ୨୫ରୁ ଊର୍ଦ୍ଧ୍ବ ଶିକାର ହୋଇ ଆହତ ହୋଇଛନ୍ତି । ମହୁମାଛି ସୃଷ୍ଟି କରୁଛି ଭୟର ବାତାବରଣ l ପେନ୍ଥା ପେନ୍ଥା ମହୁଫେଣା ଗଛରେ ବସା ବାନ୍ଧି ଲୋକଙ୍କୁ କରୁଛି କଲବଲ l ମହୁମାଛି ଆକ୍ରମଣରେ ପ୍ରତିଦିନ ମେଡ଼ିକାଲରେ ଭର୍ତ୍ତି ହେଉଛନ୍ତି ୧୦ରୁ ଊର୍ଦ୍ଧ୍ୱ ମହୁମାଛି ଆକ୍ରାନ୍ତ l ଏହିଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ପଡ଼ିଆ ଗ୍ରାମରେ l ଗତ କିଛିଦିନରୁ ପଡ଼ିଆ ବ୍ଲକର ବନବିଭାଗ ଅଫିସର ଏକ ଗଛରେ ବସା ତିଆରି କରି ରହୁଛନ୍ତି ମହୁମାଛି l ହେଲେ ସେହି ରାସ୍ତାରେ ଲୋକେ ଗଲେ ସମସ୍ତଙ୍କୁ ଆକ୍ରମଣ କରୁଛି ମହୁମାଛି, ସେହି ରାସ୍ତା ଦେଇ ମେଡ଼ିକାଲ କିମ୍ବା ବ୍ଲକକୁ  ସମସ୍ତଙ୍କୁ ଯିବାକୁ ପଡିଥାଏ ହେଲେ ମହୁମାଛି ପାଇଁ ଭୟଭୀତ  ହେବାକୁ ପଡୁଛି ଲୋକଙ୍କୁ l  

ଏହି ବାଘୁଆ ମହୁ ମାଛି ଆକ୍ରମଣରେ ଆହତ ଓ ଅସୁସ୍ଥ ହେଲେଣି ୧୦ରୁ ଊର୍ଦ୍ଧ୍ବ ଅଞ୍ଚଳବାସୀ l ପଡ଼ିଆ ସଦର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ନିକଟ ବନବିଭାଗ ଛକରେ ଏକ ପ୍ରକାଣ୍ଡ ଗଛରେ ବାଘୁଆ ମହୁ ମାଛିର ଫେଣା ତିଆରି କରି ଦୀର୍ଘ ଦିନ ଧରି ମହୁ ମାଛି ରହି ଆସୁଛନ୍ତି l ପ୍ରଥମେ କିଛି କ୍ଷତି କରୁ ନଥିଲା ବେଳେ ଏବେ କିଛି ଦିନ ଧରି ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି, ଏହାକୁ ନେଇ ଅଞ୍ଚଳବାସୀ ଏକ ପ୍ରକାର ସେହି ରାସ୍ତାରେ ଯିବା ଆସିବା ପାଇଁ ଭୟ କରୁଛନ୍ତି l ଗତ କିଛିଦିନ ତଳେ ମହୁମାଛି ଆକ୍ରମଣରେ ପଡିଆ ସଦର ଗ୍ରାମର ମାଝୀ ଭିମା ରାଓ (୪୮) , ପି ଏଙ୍କଟ ରାଓ, ଏବଂ ଜଣେ ସ୍କୁଲ ଛାତ୍ରୀଙ୍କୁ ମହୁ ମାଛିମାନେ ଆକ୍ରମଣ କରି ଆହତ କରିଥିଲାବେଳେ ଆଜି ତିନି ଜଣଙ୍କୁ ଆକ୍ରମଣ  ଫଳରେ ଆହତ ହୋଇ ପଡ଼ିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡ଼ିଛି l 

ଏମାନେ ହେଲେ ସ୍ଥାନୀୟ ବୁଦ୍ଧିମନ୍ତ ରାୟ(୬୦), ଏଲ ତିରୁପତି (୪୬), ଏଲ ରାହୁଲ (୬) ବୋଲି ଜଣାପଡ଼ିଛି। ଡାକ୍ତର ରାଜନାରାୟଣ ସିଂ ଏମାନଙ୍କର ଚିକିତ୍ସା କରିଥିବା ଜଣାପଡ଼ିଛି l ଏହିପରି ଦୀର୍ଘ ଦିନ ଧରି ମୋହୁମାଛିର ଶିକାରରେ ୨୦ରୁ୨୫ଜଣ ଆହତ ହେଲେଣି, ମୁଖ୍ୟ ରାସ୍ତା ହେବା ଶହ ସ୍ଵାସ୍ଥ୍ୟକେନ୍ଦ୍ର ନିକଟ  ବନବିଭାଗ କାର୍ଯ୍ୟାଳୟ ହତା ମଧ୍ୟରେ ଥିବା  ଗଛରେ ୩ଟି ବାଘୁଆ ମୋହୁ ଫେଣା ଦେଖିବାକୁ ମିଳିଛି ।  ଏହାକୁ ତୁରନ୍ତ ବନ ବିଭାଗ ପକ୍ଷରୁ ପଦକ୍ଷେପ ନେଇ ମୋହୁ ମାଛିମାନଙ୍କୁ ଘୋଉଡ଼ାଇବା ପାଇଁ ସ୍ଥାନୀୟ ସରପଞ୍ଚ ଗଙ୍ଗା କାରାମ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି l ବର୍ତ୍ତମାନ  ଏହି  ରାସ୍ତାରେ ଲୋକମାନେ ସ୍ଵାସ୍ଥ୍ୟକେନ୍ଦ୍ରକୁ ଏବଂ କାଲିମେଳା ଯିବାକୁ ଡରୁଥିବା ଦେଖିବାକୁ ମିଳିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.