ନୂଆଦିଲ୍ଲୀ,୨୬।୪: ପଶ୍ଚିମବଙ୍ଗର ସନ୍ଦେଶଖାଲି ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। କାରଣ ନିର୍ବାଚନର ଠିକ୍ ସମୟରେ ସେଠାରେ ସିବିଆଇ ଶୁକ୍ରବାର ତଦନ୍ତ ଆରମ୍ଭ କରି ଚଢାଉ କରିଛି। ସିବିଆଇ ଯାଞ୍ଚ ବେଳେ ଟିଏମ୍ସି ନେତାଙ୍କ ସମ୍ପର୍କୀୟଙ୍କ ଘରୁ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ଗୋଳା-ବାରୁଦ ଜବତ ହୋଇଛି। ଏହାପରେ ଘଟଣାସ୍ଥଳରେ ଏନ୍ଏସ୍ଜିର ବମ୍ ସ୍କ୍ବାର୍ଡ ଟିମ୍ ପହଁଞ୍ଚି ଯାଇଥିଲେ।
ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ପହଁଞ୍ଚିଛନ୍ତି। ମମତା ସରକାର ହାଇକୋର୍ଟର ସେହି ନିର୍ଦେଶକୁ ଚ୍ୟାଲେଞ୍ଜଦେଇଛନ୍ତି, ଯେଉଁଥିରେ ସିବିଆଇକୁ ଚଢାଉ ଅନୁମତି ଦିଆଯାଇଥିଲା। ସୁପ୍ରିମକୋର୍ଟରେ ଜଷ୍ଟିସ୍ ବିଆର ଗଭଇଙ୍କ ବେଞ୍ଚ ଏହି ଆବେଦନ ଉପରେ ୨୯ ଏପ୍ରିଲରେ ଶୁଣାଣି କରିବେ।
ସନ୍ଦେଶଖାଲି ବଶିରହାଟ ଲୋକସଭା କ୍ଷେତ୍ର ଅନ୍ତର୍ଗତରେ ଆସିଥାଏ। ଯେଉଁଠି ୧ ଜୁନ୍ରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏହି ବସନରୁ ବିଜେପି ସନ୍ଦେଶଖାଲ ପୀଢିତା ରେଖା ପାତ୍ରଙ୍କୁ ପ୍ରାର୍ଥୀ କରିଛି। ସେ ସନ୍ଦେଶଖାଲି କାଣ୍ଡର ମାଷ୍ଟରମାଇଣ୍ଡ ଓ ନିଲମ୍ବିତ ଟିଏମ୍ସି ନେତା ଶାହାଜାହାଁ ଶେଖ୍ ଓ ତା’ର ଗୁଣ୍ଡାଙ୍କ ଦ୍ବାରା ପୀଡିତ। ତିନି ଅଭିଯୁକ୍ତ ଶାହାଜାହଁ ଶେଖ୍, ଶିବୁ ହାଜରା ଓ ଉତ୍ତମ ସରର୍ଦ୍ଦାର ଏବେ ଜେଲରେ ଅଛନ୍ତି।