ନୂଆଦିଲ୍ଲୀ, ୮/୫ : ସିବିଆଇ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ସୂରୁପ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଏକ ବଡ଼ ରାକେଟର ଖୁଲାସା ହୋଇଛି । ସିବିଆଇ ହସ୍ପିଟାଲର ଦୁଇ ଡାକ୍ତରଙ୍କ ସମେତ ୯ଜଣଙ୍କୁ ଗିରଫ କରିଛି । ଅଭିଯୋଗ ଅନୁଯାୟୀ ଲୋକେ ରୋଗୀଙ୍କଠାରୁ ଚିକିତ୍ସା ଆଳରେ ଲାଞ୍ଚ ନେଉଥିଲେ । ଗିରଫ କରାଯାଇଥିବା ଲୋକଙ୍କ ମଧ୍ୟରେ ମେଡ଼ିକାଲ ଉପକରଣ ଯୋଗାଣ କରୁଥିବା ଲୋକ ବି ସାମିଲ ଅଛନ୍ତି । ଏହି ଲୋକେ ପୂରା ରାକେଟ ଚଳାଇ ମେଡ଼ିକାଲ ଆସୁଥିବା ରୋଗୀଙ୍କଠାରୁ ଚିକିତ୍ସା ନାମରେ ମାଟା ରକମର ଟଙ୍କା ଆଦାୟ କରୁଥିଲେ ।