ପ୍ରମୁଖ ଖବର
  • ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀଙ୍କ ପରଲୋକ
  • ||
  • କଟକ; ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା,ଅନୁଭବ ମାହାନ୍ତିଙ୍କ ନାରେ NBW ଜାରି
  • ||
  • ନୀଳଗିରିରେ ଶକ୍ତି ଦେଖାଇ ବିରୋଧୀଙ୍କୁ ଚୁପ କରାଇଲେ ସୁକାନ୍ତ। ୨୫ ହଜାର ସମର୍ଥକ ଗହଣରେ କଲେ ପ୍ରାର୍ଥୀପତ୍ର ଦାଖଲ।
  • ||
  • ପ୍ରକାଶ ପାଇଲା CBSE ପରୀକ୍ଷା ଫଳ
  • ||
  • ସିୟୁଇଟି-ୟୁଜି ଆଡମିଟ୍‌ କାର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ, ମେ ୧୫ରୁ ୨୪ ତାରିଖ ଯାଏ ଚାଲିବ ପରୀକ୍ଷା
  • ||
  • ମାଲକାନଗିରିରେ ୩ ବୁଥ୍‌ରେ କାମକରୁନି ଇଭିଏମ୍‌, ଭୋଟ ଦେବାକୁ ଅପେକ୍ଷା କରିଛନ୍ତି ଶତାଧିକ ମତଦାତା
  • ||
  • ମନି ଲଣ୍ଡରିଂ ମାମଲାରେ ଇଡି ଗିରଫଦାରିକୁ ଚାଲେଞ୍ଜ; ଆଜି ସୁପ୍ରିମ୍କୋର୍ଟରେ ହେମନ୍ତଙ୍କ ପିଟିସନର ଶୁଣାଣି
  • ||
  • ଭୋଟ ଦେଉଛି ଓଡ଼ିଶା, ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ
  • ||
  • ଆଇପିଏଲ ମହାସମର, ସଂଧ୍ୟାରେ କୋଲକାତା -ଗୁଜରାଟ ଲଢ଼େଇ, ପ୍ଲେ-ଅଫ୍ ଲକ୍ଷ୍ୟରେ ଟାଇଟନ୍ସ
  • ||
  • ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ , ୯୬ ଆସନରେ ୧୭୧୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ୨୩ରେ ଆସୁଛି ଲଘୁଚାପ, ଏଥର ଶୀଘ୍ର ଆସିବ ମୌସୁମୀ: ଆଜି ଭୋଟ୍‌ ହେଉଥିବା ଅଞ୍ଚଳରେ କମ୍‌ ତାତି
  • ||

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା , ଆମ୍ୱପୁଆ ସାଧାରଣ ସଭାରେ ଯୋଗ ଦେବେ

ଭୁବନେଶ୍ୱର - ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ବିଜେପି କର୍ମକର୍ତ୍ତାମାନେ ତାଙ୍କୁ ସ୍ୱାଗତ କରିଛନ୍ତି। ସେ ଆମ୍ୱପୁଆ ସାଧାରଣ ସଭାରେ ଯୋଗ ଦେବେ। ଅମିତ ଶାହଙ୍କ ପରେ ଏହା ଓଡ଼ିଶାକୁ ନଡ୍ଡାଙ୍କ ଗସ୍ତ। 

ବିଜେପି ସୂତ୍ରାନୁସାରେ , ଆମ୍ବପୁଆରେ ଆୟୋଜିତ ବିଶାଳ ଜନସଭାକୁ  ସମ୍ବୋଧିତ କରିବେ ନଡ୍ଡା। ଏହି ସଭା ପରେ ସେ ନବରଙ୍ଗପୁର ଯାଇ କାର୍ଯ୍ୟକର୍ତ୍ତା ବୈଠକରେ ସାମିଲ ହେବେ। ବ୍ରହ୍ମପୁର ସଭାରେ ସାମିଲ ହୋଇ ବିଜେପି ପାଇଁ ଭୋଟ୍‌ ମାଗିବେ ନଡ୍ଡା। ବିଜେଡିର ଗଡ଼ କୁହାଯାଉଥିବା ଗଞ୍ଜାମରେ ପଦ୍ମ ଫୁଲ ଫୁଟାଇବାକୁ ବିଜେପି ରଣନୀତି କରିଛି। ଏହି  ସଭାରେ ବ୍ରହ୍ମପୁର ଓ ଆସ୍କା ଲୋକସଭା ପ୍ରାର୍ଥୀଙ୍କ ସହିତ ଏହା ଅଧୀନରେ ଥିବା  ସମସ୍ତ ବିଧାନସଭାର ପ୍ରାର୍ଥୀ ଉପସ୍ଥିତ ରହିବେ। 

ଉଲ୍ଲେଖନୀୟ ଯେ, ଗୁରୁବାର ଶାହ ଓଡ଼ିଶା ଆସି ବିଜେଡି ସରକାରକୁ ଜୋରଦାର ଟାର୍ଗେଟ୍‌ କରିଥିଲେ। ସରକାରକୁ ଓପାଡ଼ି ଫୋପାଡ଼ି ଦେବାକୁ ଆହ୍ୱାନ ଦେଇଥିଲେ। ଶାହଙ୍କ ଏଭଳି ଆକ୍ରମଣ ପରେ ବିଜେପି ଶିବିର ବେଶ୍‌ ଉତ୍ସାହିତ ଥିବାବେଳେ ଜେପି ନଡ୍ଡାଙ୍କର ଏହି ଯାତ୍ରା ବିଜେପି ଶିବିରରେ ଆହୁରି ଉଷ୍ମତା ଭରି ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.