ଚେନ୍ନାଇ: ଅଧିନାୟକ ଋତୁରାଜ ଗାଏକ୍ଵାଡ଼ଙ୍କ ଧୂଆଁଧାର ଅର୍ଦ୍ଧଶତକ ଏବଂ ତୁଷାର ଦେଶପାଣ୍ଡେଙ୍କ ଘାତକ ବୋଲିଂ ବଳରେ ଚେନ୍ନାଇ ଘରୋଇ ମାଟିରେ ଆକର୍ଷଣୀୟ ବିଜୟ ହାସଲ କରିଛି। ସନରାଇଜର୍ସ ହାଇଦ୍ରାବାଦକୁ ୭୮ ରନରେ ପରାସ୍ତ କରିଛି ସିଏସ୍କେ। ଚଳିତ ଇନିଂସରେ ୨୫୦ରୁ ଉର୍ଦ୍ଧ୍ଵ ରନ କରୁଥିବା ହାଇଦ୍ରାବାଦକୁ ଆଜି ଶୋଚନୀୟ ପରାଜୟର ଶିକାର ହେବାକୁ ପଡ଼ିଛି। ୨୧୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦ ବ୍ୟାଟିଂରେ ଦୟନୀୟ ପ୍ରଦର୍ଶନ କରି ୧୩୪ ରନରେ ଅଲଆଉଟ୍ ହୋଇଛି। ଆଡନ ମାରକ୍ରମ ସର୍ବାଧିକ ୩୨ ରନ କରିଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଋତୁରାଜଙ୍କ ୯୮ ରନ, ଡାରିଲ ମିଚେଲଙ୍କ ୫୨ ଓ ଶିବମ ଦୁବେଙ୍କ ୩୯ ରନ ବଳରେ ୩ ଓ୍ଵିକେଟ୍ ହରାଇ ୨୧୨ ରନ କରିଥିଲା। ବିଶାଳ ବିଜୟ ସହ ଚେନ୍ନାଇ ପଏଣ୍ଟ ଟେବୁଲର ବଡ଼ ଲମ୍ଫ ମାରି ତୃତୀୟ ସ୍ଥାନକୁ ଉଠିଛି। ସନରାଇଜର୍ସ ହାଇଦ୍ରାବାଦ କ୍ରମାଗତ ୨ୟ ପରାଜୟ ଭୋଗି ଚତୁର୍ଥ ସ୍ଥାନକୁ ଖସି ଆସିଛି।