ଭୁବନେଶ୍ୱର,୧୨/୦୫: ଅକ୍ଷୟ ତୃତୀୟା ସପ୍ତାହରେ ସୁନା ଏବଂ ରୁପା ଦରରେ ପୁନଃ ବୃଦ୍ଧି ଦେଖିବାକୁ ମିଳିଛି । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ପୁଣି ୭୩,୦୦୦ ଟଙ୍କା ସ୍ତର ପାର୍ କରିଥିବାବେଳେ କିଲୋଗ୍ରାମ ପିଛା ରୁପା ୩,୨୫୦ ଟଙ୍କା ମହଙ୍ଗା ହୋଇଛି ।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୭୩,୩୬୦ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ୍ ସୁନା ଦାମ ରହିଛି ୬୭,୨୫୦ ଟଙ୍କା । ସେହିଭଳି କିଲୋଗ୍ରାମ ପିଛା ରୁପା ଦାମ ରହିଛି ୯୦,୫୦୦ ଟଙ୍କା ।
ସୁନା ଦର ବଢ଼ିବାର ଅନେକ କାରଣ ରହିଛି । ଭାରତୀୟ ସଂସ୍କୃତିରେ ଏହି ଧାତୁର ସ୍ୱତନ୍ତ୍ର ସ୍ଥାନ ରହିଛି । ବିଭିନ୍ନ ଉତ୍ସବରେ ଏହା ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଶୁଭ ଅବସର ପାଖେଇବା ସହ ଦର ବଢ଼ିଚାଲେ । ଅକ୍ଷୟ ତୃତୀୟା ଅବସରରେ ଏହା ମହଙ୍ଗା ହୋଇଥିଲା ।
ମୁଦ୍ରାର ବିନିମୟ ମୂଲ୍ୟ ମଧ୍ୟ ସୁନା ଦରକୁ ପ୍ରଭାବିତ କରିଥାଏ । ଯେତେବେଳେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦୁର୍ବଳ ହୋଇଥାଏ ସୁନା ଆମଦାନି ବ୍ୟୟବହୁଳ ହୋଇଥାଏ । ଏହା ମଧ୍ୟ ସୁନା ଦରକୁ ମହଙ୍ଗା କରିବାର ଅନ୍ୟ ଏକ କାରଣ ।
ବଜାର ବିଶେଷଜ୍ଞମାନଙ୍କ କହିବାନୁସାରେ, ଆଗକୁ ବିବାହ ଋତୁ ଥିବାବେଳେ ସୁନା ଚାହିଦା ପୁଣି ବଢ଼ିବ । ଏହା ଦରକୁ ପୁଣି ଉପରକୁ ନେବ। ଏ ବର୍ଷ ଶେଷ ସୁଦ୍ଧା ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୭୫,୦୦୦ ଟଙ୍କା ଛୁଇଁପାରେ