ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

୪୦୦ ବର୍ଷ ପୂର୍ବେ ଦୁଇ ଫୁଟର ଥିଲା ହନୁମାନଙ୍କ ମୂର୍ତ୍ତି, ଏବେ ହୋଇ ଗଲେଣି ୧୨ ଫୁଟ... ଜାଣନ୍ତୁ କେଉଁଠି ଅଛି ଏହି ମନ୍ଦିର ?

ରାୟପୁର,୨୩।୪: ହିନ୍ଦୁ ଧର୍ମରେ ପବନପୁତ୍ର ହନୁମାନଙ୍କର ସ୍ବତନ୍ତ୍ର ମହତ୍ବ ରହିଛି। ଭଗବାନ ହନୁମାନ ନିଜର ଭକ୍ତଙ୍କ ଭୟ ଓ ସଙ୍କଟ ଦୂର କରିବା ଓ ମନସ୍କାମନା ପୂରଣ କରିବା ପାଇଁ ଜଣାଯାଆନ୍ତି। ଏହି କଥାର ବଡ଼ ଉଦାହରଣ ହେଉଛି ଛତିଶଗଡର ବାଲୋଦ ଜିଲ୍ଲା ମୁଖ୍ୟାଳୟଠାରୁ ୧୫ କିଲୋମିଟର ଦୂରରେ ଥିବା କମରୋଦ୍‌ ଗାଁର ଭଗବାନ ହନୁମାନଙ୍କ ମନ୍ଦିର। ଏହି ମନ୍ଦିରକୁ ନେଇ ମାନ୍ୟତା ରହିଛି ଏହା ଏକ ଚମତ୍କାରୀ ମନ୍ଦିର, ଯେଉଁଠି ହନୁମାନ ଜୟନ୍ତୀ ଦିନ ଭଗବାନ ହନୁମାନ ନିଜ ଭକ୍ତଙ୍କର ସବୁ ମନୋକାମନା ପୂରଣ କରିଥାନ୍ତି।  

ଛତିଶଗଡର କମରୌଦ ଗାଁରେ ଥିବା ହନୁମାନ ମନ୍ଦିରରେ ୪୦୦ ବର୍ଷ ପୁରୁଣା ମୂର୍ତ୍ତି ରହିଛି। ଏହି ମୂର୍ତ୍ତିକୁ ଲୋକ ଚମତ୍କାରୀ ହନୁମାନ କୁହନ୍ତି। ଦୂର ଦୂରରୁ ଲୋକ ଏଠାକୁ ନିଜର ମନୋକାମନା ପୂରଣ କରିବାକୁ ଆସିଥାନ୍ତି। ହନୁମାନଙ୍କ ଏହି ମନ୍ଦିରର ପ୍ରସିଦ୍ଧି ଏବେ ପୁରା ଛତିଶଗଡ ବ୍ୟତୀତୀ ବହୁ ରାଜ୍ୟରେ ରହିଛି। ହନୁମାନ ଜୟନ୍ତୀ ଅବସରରେ ସେଠାରେ  ଯଜ୍ଞ-ହୋମ ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥାଏ।

ବାଲୋଦ ଜିଲ୍ଲାର କମରୌଦ ଗାଁରେ ଥିବା ଏହି ମନ୍ଦିରରେ ହନୁମାନଙ୍କ ପ୍ରତିମା ୪୦୦ ବର୍ଷ ପୁରୁଣା। କୁହାଯାଉଛି ଯେ, ୪୦୦ ବର୍ଷ ପୂର୍ବେ କମରୌଦ ଗାଁର ଆଖପାଖରେ ଖୁବ୍ ମରୁଡି ପଡିଥିଲା। ଏହି କାରଣରୁ ସେଠାର ଲୋକ ଖୁବ୍ ଚିନ୍ତାରେ ଥିଲେ। ଦିନେ ଜଣେ କୃଷକ ନିଜ କ୍ଷେତରେ ହଳ ଚଳାଇବା ବେଳେ କୌଣସି ଜିନିଷରେ ଲାଗି ଯାଇଥିଲା। ଖୁବ୍ ଚେଷ୍ଟା କରିବା ପରେ ହଳ ବାହାର କରାଯାଇଥିଲା, କିନ୍ତୁ ମାଟି ତଳୁ ହନୁମାନଙ୍କ ମୂର୍ତ୍ତି ମିଳିଥିଲ। ମୂର୍ତ୍ତିକୁ ଭଲ ଭାବରେ ସଫା କରିବା ପରେ ତାକୁ ସ୍ଥାପିତ କରାଯାଇଥିଲା।  

ହନୁମାନଙ୍କ ଏହି ମୂର୍ତ୍ତି ପାଇଁ ଏକ ଛୋଟିଆ ମନ୍ଦିର ତିଆରି କରାଯାଇଥିଲା, କିନ୍ତୁ ମୂର୍ତ୍ତିର ଉଚ୍ଚତା ଧିରେ ଧିରେ ବଢିବାରେ ଲାଗିଥିଲା। ଫଳରେ ମନ୍ଦିରର ଛାତ ଭାଙ୍ଗି ଯାଇଥିଲା। ଏଭଳି ୩ ରୁ ୪ ଥର ହୋଇଛି। ହନୁମାନଙ୍କ ମୂର୍ତ୍ତି ଲଗାତାର ବଢିବାରେ ଲାଗିଥିଲା ଓ ବର୍ତ୍ତମାନ ଏହା ଏ‌ବେ ୧୨ ଫୁଟର ହୋଇଯାଇଛି। ଯେତେବେଳେ ମାଟି ଭିତରୁ ମିଳିଥିଲା ୨ ଫୁଟର ଥିଲା, ଯାହାକି ଧିରେ ଧିରେ ବଢି ଯାଇଛି। ତେଣୁ ଯେଉଁଠୁ ମୂର୍ତ୍ତି ମିଳିଥିଲା ସେହି ସ୍ଥାନରେ ଭକ୍ତଙ୍କ ଦାନରେ ଏକ ଭବ୍ୟ ମନ୍ଦିର ତିଆରି କରାଯାଇଛି, ଯାହାର ଛାତର ଉଚ୍ଚତ ୨୮ ଫୁଟ୍ ଏବେ ରହିଛି। ଧିରେ ଧିରେ ଲୋକଙ୍କ ଆସ୍ଥା ଏହି ମନ୍ଦିର ପ୍ରତି ବଢି ଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.