ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଯୁକ୍ତ ୨ ପିଲାଙ୍କ ପାଇଁ ଅନ୍‌ଲାଇନ୍‌ ସପୋର୍ଟ ପ୍ରୋଗ୍ରାମ, ଗ୍ରୀଷ୍ମ ଛୁଟିରେ ଚାଲିବ ଜେଇଇ ଓ ନିଟ୍‌ କୋଚିଂ

ଭୁବନେଶ୍ୱର,୨୭/୦୪: ଚଳିତ ଗ୍ରୀଷ୍ମ ଅବକାଶ ସମୟରେ ଯୁକ୍ତ ଦୁଇ ପିଲାଙ୍କ ପାଇଁ ଅନ୍‌ଲାଇନ୍‌ ଏକାଡେମିକ ସପୋର୍ଟ ପ୍ରୋଗାମ କରାଯିବ। ଏଥିରେ ଜେଇଇ ଏବଂ ନିଟ୍‌  କୋଚିଂ ଦିଆଯିବ । ସକାଳ ୧୦ଟା ପର୍ଯ୍ୟନ୍ତ ଏହି କୋଚିଂ ଦିଆଯିବ । ପାଠ ପଢ଼ାଇବା ପାଇଁ ଶିକ୍ଷକଙ୍କର ରୋଷ୍ଟର ଡ୍ୟୁଟି ପକାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ  ଏବଂ ଧନ୍ଦାମୂଳକ କଲେଜର ପ୍ରିନ୍ସିପାଲଙ୍କୁ ଚିଠି କରାଯାଇଛି । 

ଗତ ୨୫ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲରେ ଗ୍ରୀଷ୍ମ  ଛୁଟି କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ  ପାଠପଢ଼ା ଯେପରି ବାଧାପ୍ରାପ୍ତ ନହୁଏ ସେଥିଲାଗି ଧ୍ୟାନ  ଦେବାକୁ କୁହାଯାଇଥିଲା । ପ୍ରାଥମିକ ଓ ମାଧ୍ୟମିକ ନିର୍ଦ୍ଦେଶାଳୟ  ପକ୍ଷରୁ ସ୍କୁଲ ଛୁଟି ଦିନ ପିଲାଙ୍କୁ ହୋମୱାର୍କ ଦିଆଯାଇଛି ।  ପିଲାମାନେ ଏହି ହୋମୱାର୍କକୁ ଘରେ କରିବା ସହ ନିଜର  ଶିକ୍ଷକଙ୍କୁ ବିଭିନ୍ନ ଦ୍ୱନ୍ଦ୍ୱ ପଚାରି ବୁଝିବେ । ଶିକ୍ଷକମାନେ ମଧ୍ୟ  ନିୟମିତ ଯାଞ୍ଚ କରିବେ । ଏପରିକି ସ୍ୱତନ୍ତ୍ର ଭାବେ ବିଭିନ୍ନ  ଶ୍ରେଣୀର ହ୍ୱାଟସ୍‌ଆପ୍‌ ଗ୍ରୁପ କରାଯାଇଛି । ଏହି ଢାଞ୍ଚାରେ ଉଚ୍ଚ  ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ଯୁକ୍ତ ୨ ପିଲାଙ୍କ  ପାଇଁ ହୋମୱାର୍କ ଦିଆଯାଇଛି । ଯୁକ୍ତ ଦୁଇ କ୍ୟାରିଅରର ଏକ  ଗୁରୁତ୍ୱପୂର୍ଣ୍ଣ ପାହାଚ ହୋଇଥିବାରୁ ପିଲାଙ୍କ ପାଠପଢ଼ାକୁ  ଅଧିକ ଗୁରୁତ୍ୱ ଦିଆଯାଇଛି । ସେଥିଲାଗି ଛୁଟି ସମୟରେ  ପିଲାଙ୍କର ଅନ୍‌ଲାଇନ କ୍ଲାସ କରାଯିବ । ଏହାକୁ ଶିକ୍ଷକମାନେ  ରୋଷ୍ଟର ଡ୍ୟୁଟି କରି ତଦାରଖ କରିବେ । 

କିଛି ମାସ ପୂର୍ବରୁ ନୂଆ କରି ମାଗଣା ନିଟ୍‌ ଓ ଜେଇଇ  କୋଚିଂ ଆରମ୍ଭ ହୋଇଛି । ଯେଉଁଥିରେ ଯୁକ୍ତ ୨ ବିଜ୍ଞାନ  ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ଦିଆଯାଉଛି । ଖରା ଛୁଟିରେ  ଯେପରି ପାଠପଢ଼ାରେ ବାଧ୍ୟାପ୍ରାପ୍ତ ନହୁଏ ସେଥିଲାଗି ଧ୍ୟାନ  ଦିଆଯିବ । ରବିବାରକୁ ଛାଡ଼ି ସମସ୍ତ ଦିନ ସକାଳୁ ଏହି  କୋଚିଂ ଅନ୍‌ଲାଇନ୍‌ରେ ଆରମ୍ଭ ହେବ । ଏହି ସମୟ ମଧ୍ୟରେ  ଅନ୍ୟ ପାଠକୁ ରିଭାଇଜ୍‌ କରିବେ । ସକାଳ ସାଢ଼େ ୬ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ସ୍କୁଲ କାର୍ଯ୍ୟାଳୟ ଖୋଲା ରହିବ ।  ୨୦୨୪-୨୫ ଏକାଡେମିକ ସେସନ୍‌ ପାଇଁ ଏହି ସମୟରେ  କାର୍ଯ୍ୟ କରାଯିବ । ସାଧାରଣ ନିର୍ବାଚନ ଥିବାରୁ ବିଭାଗର ବିନା  ଅନୁମତି ଅଧ୍ୟକ୍ଷ କିମ୍ବା ଷ୍ଟାଫ୍‌ମାନେ ହେଡକ୍ୱାଟର ଛାଡ଼ି ଯିବେ  ନାହିଁ । ଜରୁରି ଥିଲେ ଛୁଟି ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.