ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ତୃତୀୟ ମହାକାଶ ମିଶନରେ ଯିବେ ସୁନୀତା ୱିଲିୟମ୍, ମେ ୬ରେ Complex-41 ଲଞ୍ଚ୍‌ ଲାଗି ଲକ୍ଷ୍ୟ ଧାର୍ଯ୍ୟ

ନୂଆଦିଲ୍ଲୀ ୨୫/୦୪: ନାସାର ଜଣାଶୁଣା ମହାକାଶଚାରୀ ସୁନୀତା ଏଲ୍‌. ୱିଲିୟମ୍ସ ନିଜର  ୩ୟ ମହାକାଶ ମିଶନ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି । ବୋଇଂର ଷ୍ଟାର୍‌ଲାଇନର୍‌ ମହାକାଶଯାନରେ କ୍ରୁ ଫ୍ଲାଇଟ୍‌ ଟେଷ୍ଟ୍‌ ମିଶନର ପାଇଲଟ୍‌ ହେବାକୁ ସେ ଟ୍ରେନିଂ ନେଉଛନ୍ତି । ଉକ୍ତ ମହାକାଶଯାନ ପାଇଁ ଏହା ପ୍ରଥମ ମାନବ ଉଡ଼ାଣ ଏବଂ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ସୁନୀତାଙ୍କ ୩ୟ ମିଶନ । 

ଆସନ୍ତା ମେ’ ୬  ତାରିଖରେ କେପ୍‌ କାନାଭରାଲ ସ୍ପେସ୍‌ ଫୋର୍ସ ଷ୍ଟେସନ୍‌ରେ ସ୍ପେସ୍‌ ଲଞ୍ଚ୍‌ କମ୍ପେ୍ଲକ୍ସ-୪୧ରୁ ମିଶନ ଲଞ୍ଚ୍‌ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସୁନୀତା ଓ  ନାସା ମହାକାଶଚାରୀ ବୁଚ୍‌ ୱିଲମୋର ବୋଇଂର ଷ୍ଟାର୍‌ଲାଇନ୍‌ ଷ୍ଟାର୍‌ଲାଇନର ମହାକାଶଯାନରେ ମହାକାଶ କେନ୍ଦ୍ରକୁ ଯିବେ । ୟୁନାଇଟେଡ୍‌ ଲଞ୍ଚ୍‌ ଆଟ୍‌ଲାସ  ଭି ରକେଟ୍‌ରେ ଏହି ମହାକାଶଯାନର ଉତ୍‌କ୍ଷେପଣ ହେବ । ମହାକାଶରେ ଘୂର୍ଣ୍ଣାୟମାନ ପ୍ରୟୋଗଶାଳାରେ ତାହା ଅଟକିବ । ସେଠାରେ ଦୁଇ ମହାକାଶଚାରୀ ପ୍ରାୟ ଗୋଟିଏ ସପ୍ତାହ ରହିବେ । ଏହି ମିଶନ ଷ୍ଟାର୍‌ଲାଇନର୍‌ ସିଷ୍ଟମ୍‌ର ଉତ୍‌କ୍ଷେପଣ, ମହାକାଶଚାରୀଙ୍କୁ ପ୍ରୟୋଗଶାଳାରେ ପହଞ୍ଚାଇବା ଏବଂ ପୃଥିବୀକୁ  ଫେରିବାର ସାମର୍ଥ୍ୟକୁ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରିବ । 

ସୁନୀତା ୱିଲିୟମ୍‌ଙ୍କ ମହାକାଶ ଉଡ଼ାଣ ଅନୁଭବ ଏକ୍ସପେଡିସନ୍‌ ୧୪/୧୫  ଜରିଆରେ ୯ ଡିସେମ୍ବର, ୨୦୦୬ରୁ ଜୁନ୍‌ ୨୨, ୨୦୦୭ ପର୍ଯ୍ୟନ୍ତ ଆରମ୍ଭ  ହୋଇଥିଲା । ଜଣେ ଫ୍ଲାଇଟ୍‌ ଇଞ୍ଜିନିୟର ଭାବେ ସେ ଏସ୍‌ଟିଏସ୍‌-୧୧୬ର କ୍ରୁ  ସହ ମହାକାଶକୁ ଯାଇଥିଲେ । ଜଣେ ମହିଳା ଭାବେ ମୋଟ୍‌ ୨୯ ଘଣ୍ଟା ଓ ୧୭  ମିନିଟ୍‌ର ୪ ସ୍ପେସ୍‌ୱାକ୍‌ ଜରିଆରେ ସେ ରେକର୍ଡ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.