ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ମୌସୁମୀରେ ୪% କମିବ ମୁଦ୍ରାସ୍ଫୀତି: ମୁଖ୍ୟ ଅର୍ଥନୀତିଜ୍ଞ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ

ନୂଆଦିଲ୍ଲୀ,୧୩/୦୫: ଆଗକୁ ମୁଦ୍ରାସ୍ଫୀତି ବୃଦ୍ଧି ହେବାର ଅବସର ନାହିଁ । ମୌସୁମୀ ସମୟରେ ଏହା ହ୍ରାସ ହୋଇ ୪% ସ୍ତରକୁ ଆସିବ ବୋଲି ମୁଖ୍ୟ  ଅର୍ଥନୀତିଜ୍ଞ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ  କହିଛନ୍ତି । ଆର୍ଥିକ ବର୍ଷ ୨୦୨୪-୨୫ ଅବଧିରେ  ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ୮%  ଛୁଇଁବା ନେଇ ସେ ଆଶାବାଦୀ ଥିବା କହିଛନ୍ତି ।  

ସେ ପୁଣି କହିଛନ୍ତି, ଲୋକମାନେ ରିୟଲ  ଇଷ୍ଟେଟ କ୍ଷେତ୍ରରେ ନିବେଶ କରୁଛନ୍ତି । ଫଳରେ  ପାରିବାରିକ ସଞ୍ଚୟ ୫  ବର୍ଷର ସର୍ବନିମ୍ନ ସ୍ତରରେ  ରହିଛି । ସେହିଭଳି  ମାର୍ଚ୍ଚରେ ମୁଦ୍ରାସ୍ଫୀତି  ୧୦ ମାସର ସର୍ବନିମ୍ନ  ସ୍ତର ୪.୮୫% ସ୍ତରରେ  ରହିଛି । ଖାଦ୍ୟ ଏବଂ  ଇନ୍ଧନ ଦର କମିବା  ଯୋଗୁ ଏଭଳି ସ୍ଥିତି ରହିଛି । ଗତ ୪.୫ ବର୍ଷ ହେବ  ଖୁଚୁରା ମୁଦ୍ରାସ୍ଫୀତି ୪% ହାର ଉଦ୍ଧ୍ୱର୍ରେ ରହିଛି ।  ତେବେ ୨୦୨୪ ଜୁଲାଇ ସେପ୍ଟେମ୍ବର  ଅବଧିରେ ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟ  ପରିସରକୁ ଏହା ଆସିବାର ଢ଼େର ସମ୍ଭାବନା  ରହିଛି । ଟିକସ ଜିଡିପି ଅନୁପାତ ଧିରେ ଧିରେ  ଉନ୍ନତି ଆସୁଛି । ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ  ଟିକସ ଆଦାୟରେ ବୃଦ୍ଧି ହେଉଛି । ଅଭିବୃଦ୍ଧିକୁ  ଦେଖିଲେ ଲଗାତାର ୪ ବର୍ଷ ହେବ ଦେଶ ୭%  କିମ୍ବା ଉଦ୍ଧ୍ୱର୍ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.