ପ୍ରମୁଖ ଖବର
  • ସାଇବର ଫ୍ରଡ୍‌ରୁ ଦୂରେଇ ରହିବାକୁ ଡିସିପିଙ୍କ ଅପିଲ୍, ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ରେ ଅଭିଯୋଗ କର
  • ||
  • ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଆକ୍ସନ, ଜେଲ୍ ଗଲେ ଶିବଶଙ୍କର ଦାଶ
  • ||
  • କେନ୍ଦୁଝରରେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ଦୁଇ ମୃତ , ୩ ଗୁରୁତର
  • ||
  • ବାରାଣସୀ ଲୋକସଭା ଆସନରେ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଇଲେକ୍ସସନ ଡ୍ୟୁଟି ସାରି ଫେରୁଥିଲେ, ବସ୍ ଧକ୍କାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ
  • ||
  • କଟକ ରାଜନୀତି ସରଗରମ୍‌: ୧୫ରେ ଅମିତ ଶାହଙ୍କ ରୋଡ୍‌ ସୋ
  • ||
  • ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଅସୁସ୍ଥ, ହସ୍ପିଟାଲରେ ଚିକିତ୍ସା ଜାରି
  • ||
  • ବର୍ଷାଙ୍କୁ ନିର୍ଯାତନା ମାମଲା: ଆତ୍ମସମର୍ପଣ କରିପାରନ୍ତି ଅଭିନେତା ଅନୁଭବ ମହାନ୍ତି, ସୋମବାର ଜାରି ହୋଇଥିଲା NBW
  • ||
  • ରଥଖଳା ହାଲ୍‌ଚାଲ୍‌.. ରଥତ୍ରୟର ୧୨ ତୁମ୍ବ ଗୋଲେଇ ସରିଲା, ଶାଳରେ ଚାଲିଛି ଅର କଣ୍ଟା ତିଆରି
  • ||
  • ମୁମ୍ବାଇରେ ଧୂଳିଝଡ଼ ସହ ପ୍ରବଳ ବର୍ଷା, , ହୋଡିଂ ଖସି ୧୪ ମୃତ, ୭୦ରୁ ଅଧିକ ଆହତ
  • ||
  • IPL 2024: ସୁପରଜାଏଣ୍ଟ୍‌ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ, ଶେଷ ମ୍ୟାଚ୍‌, ଶେଷ ସୁଯୋଗ
  • ||
  • ପାଣିପାଗ ବିଭାଗର ପୂର୍ବାନୁମାନ, ମେ'୧୯ରେ ସୁଦ୍ଧା ଆଣ୍ଡାମାନ ଛୁଇଁବ ମୌସୁମୀ: ୧୭ରୁ ବଢ଼ିବ ତାତି
  • ||

ଗାଏକ୍ବାଡଙ୍କ ବିସ୍ଫୋରକ ପ୍ରଦର୍ଶନ; ହାଇଦ୍ରାବାଦକୁ ୨୧୩ ରନ୍‌ର ଟାର୍ଗେଟ ଦେଲା ଚେନ୍ନାଇ

ଚେନ୍ନାଇ,୨୮/୦୪: ଚେନ୍ନାଇର ଏମ୍‌.ଚିଦାମ୍ବରମ୍‌ ଷ୍ଟାଡିୟମରେ ଆଇପିଏଲ୍‌ ୨୦୨୪ର ୪୬ ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଛି। ପ୍ର‌ଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ। ତେବେ ପ୍ରଥମେ ମଇଦାନକୁ ଓହ୍ଲାଇଥିବା ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୩ ଓ୍ବିକେଟ ହରାଇ ୨୧୨ ରନ୍‌ କରିଛି। ଦଳ ପକ୍ଷରୁ ଋତୁରାଜ ଗାଏକ୍ବାଡ ସର୍ବାଧିକ ୯୮ ରନ୍‌ର ବିସ୍ପୋରକ ଇନିଂସ ଖେଳିଥିଲେ। ଶତକ ପୂରା କରିବାକୁ ଦୁଇ ରନ୍‌ ଥିବା ବେଳେ ଟି ନଟରାଜନ ତାଙ୍କୁ ପାଭିଲିୟନ ପଠାଇଥିଲେ। ଗାଏକ୍ବାଡ ୫୪ ବଲ୍‌ରେ ୩ ଛକା ୧୦ଟି ଚୌକା ସହିତ ୯୮ ରନ୍‌ କରିଥିଲେ। ସେହିପରି ଦଳ ପକ୍ଷରୁ ଡିରେଲ୍‌ ମିଚେଲ୍‌ ୩୨ ବଲ୍‌ରେ ୭ ଚୌକା ଓ ଗୋଟିଏ ଛକା ସହାୟତାରେ ୫୨ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳି‌ଥିଲେ। ଶିବମ ଦୁବେ ୨୦ ବଲ୍‌ରେ ଗୋଟିଏ ଚୌକା ଓ ୪ଟି ଛକା ସହାୟତାରେ  ୩୯ ରନ୍‌ ଓ ମହେନ୍ଦ୍ର ସିଂ ଧୋନୀ ମାତ୍ର ଦୁଇଟି ବଲ୍‌ ଖେଳି ଗୋଟିଏ ଚୌକା ସହାୟତାରେ ୫ ରନ୍‌ ସଂଗ୍ରହ କରି ଅପରାଜିତ ରହିଥିଲେ। 

ହାଇଦ୍ରାବାଦ ପକ୍ଷରୁ ଭୁବେନଶ୍ବର କୁମାର ୪ ଓଭର ବୋଲିଂ କରି ୩୮ରନ୍‌ ଦେଇ ଗୋଟିଏ ଓ୍ବିକେଟ ନେଇ‌ଥିଲେ। ସେହିପରି ଟି ନଟରାଜନ ୪ ଓଭର ବୋଲିଂ କରି ୪୩ ରନ୍‌ ଦେଇ ଗୋଟିଏ ଓ୍ବିକେଟ ନେଇ‌ଥିଲେ। ସେହିପରି ଜୟଦେବ ଉଦାନକଟ ୪ ଓଭର ବୋଲିଂ କରି ୩୮ ରନ୍‌ ଦେଇଥିଲେ। ତେବେ ଚେନ୍ନାଇ ଦେଇଥିବା ୨୧୩ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିବାକୁ ଏବେ ମଇଦାନକୁ ଓହ୍ଲାଇବ ଟିମ୍‌ ହାଇଦ୍ରାବାଦ।

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.