ପ୍ରମୁଖ ଖବର
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ପରୀକ୍ଷା ଖାତାରେ ଜୟ ଶ୍ରୀରାମ ଏବଂ କ୍ରିକେଟରଙ୍କ ନାଁ ଲେଖି ପାସ୍ କଲେ ଫାର୍ମାସୀ ଛାତ୍ର

ଲକ୍ଷ୍ନୌ: ଫର୍ମାସୀ ପ୍ରଥମ ବର୍ଷର ଛାତ୍ରଙ୍କ ପରୀକ୍ଷା ଖାତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଜୟ ଶ୍ରୀରାମ ଏବଂ କେତେ ଜଣ କ୍ରିକେଟରଙ୍କ ନାଁ ଲେଖିଥିବା ଛାତ୍ର ଅଧିକ ନମ୍ବର ରଖି ପାସ କରିଥିବା ଜଣାପଡ଼ିଛି । ପରୀକ୍ଷା ଖାତାରେ 'ଜୟ ଶ୍ରୀରାମ', 'ଜୟ ହନୁମାନ' ଏବଂ କ୍ରିକେଟରଙ୍କ ନାଁ ଲେଖି ପାସ୍ ହୋଇଛନ୍ତି ଛାତ୍ର । କେହି କେହି ଫାଷ୍ଟ କ୍ଲାସରେ ପାସ ହୋଇଛନ୍ତି । ଉତ୍ତରପ୍ରଦେଶର ବୀର ବାହାଦୂର ସିଂହ ବିଶ୍ବବିଦ୍ୟାଳୟର ଫାର୍ମାସୀ ବିଭାଗର ପ୍ରାୟ ୧୮ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଖାତାରେ ସଠିକ୍ ଉତ୍ତର ନଦେଇ ଜୟ ଶ୍ରୀରାମ ଲେଖିବା ସତ୍ତ୍ବେ ୬୦ ପ୍ରତିଶତରୁ ଅଧିକ ନମ୍ବର ମିଳିଥିଲା । 

ଉତ୍ତରଖାତାର ପୁନଃମୂଲ୍ୟାୟନ କରାଯିବାରୁ ପିଲାମାନେ ଫେଲ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶ୍ବବିଦ୍ୟାଳୟର ଦୁଇ ଜଣ ପ୍ରଫେସର ବହିଷ୍କୃତ ହୋଇଛନ୍ତି । ଫାର୍ମାସୀ ବିଭାଗର ପ୍ରଥମ ବର୍ଷ ପରୀକ୍ଷାରେ ଅନେକ ଛାତ୍ର ଫ୍ଲାଷ୍ଟ କ୍ଲାସରେ ପାସ୍ କରିଥିଲେ । ବିଶ୍ବବିଦ୍ୟାଳୟର ଦୁଇ ପ୍ରଫେସର ଲାଞ୍ଚ ନେଇ ପିଲାଙ୍କୁ ପାସ୍ କରାଉଥିବା ଦିବ୍ୟାଂଶୁ ସିଂହ ନାମକ ଜଣେ ପୂର୍ବତନ ଛାତ୍ର ଅଭିଯୋଗ ଆଣିଥିଲେ । ସତ ଜାଣିବାକୁ ଦିବ୍ୟାଂଶୁ ଆରଟିଆଇ ଜରିଆରେ ପ୍ରଥମ ବର୍ଷର ୧୮ ଜଣ ପିଲାଙ୍କ ପରୀକ୍ଷା ଖାତା ମଗାଇଥିଲେ । ଏହାର ଯାଞ୍ଚ କରାଯିବାରୁ ଅନେକ ଛାତ୍ର ଉତ୍ତରଖାତାରେ ଜୟ ଶ୍ରୀରାମ, ଜୟ ହନୁମାନ, କ୍ରିକେଟରଙ୍କ ନାଁ ଲେଖିଥିବା ଜଣାପଡ଼ିଥିଲା । ତଥାପି ସେହି ଛାତ୍ରୀଙ୍କୁ ଭଲ ନମ୍ବର ଦିଆଯାଇଥିଲା ।

ଦିବ୍ୟାଂଶୁ ସିଂହ ଅଭିଯୋଗ କରିଛନ୍ତି ଯେ, ପ୍ରଫେସର ବିନୟ ବର୍ମା ଏବଂ ଆଶିଷ ଗୁପ୍ତା ପିଲାଙ୍କୁ ପରୀକ୍ଷାରେ ପାସ୍ କରିବାକୁ ଲାଞ୍ଚ ନେଇଥିଲେ । ଉତ୍ତରଖାତାର ପୁନଃମୂଲ୍ୟାୟନ କରାଯିବାରୁ ଏହା ଜଣାପଡିଥିଲା । ପ୍ରକୃତରେ ସେହି ପିଲାମାନେ ଫେଲ୍ ନମ୍ବର ରଖିଥିଲେ । ଏନେଇ ସେ ସମସ୍ତ ପ୍ରମାଣ ସହ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ରାଜଭବନ ପକ୍ଷରୁ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ଘଟଣାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । 

ବର୍ତ୍ତମାନ ସମ୍ପୃକ୍ତ ଦୁଇ ପ୍ରଫେସରଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ଜଣାପଡିଛି । ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବନ୍ଦନା ସିଂହ କହିଛନ୍ତି ଯେ, ଡି-ଫାର୍ମାର ପ୍ରଥମ ବର୍ଷ ଛାତ୍ରଙ୍କୁ ଅଧିକ ନମ୍ବର ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଏକ କମିଟି ଗଠନ କରାଯାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚରୁ କିଛି ପିଲାଙ୍କୁ ଅଧିକ ନମ୍ବର ଦିଆଯାଇଥିବା ଜଣାପଡିଥିଲା । ତେବେ ଉତ୍ତର ଖାତାରେ ଜୟ ଶ୍ରୀରାମ ଲେଖାଯିବା ସମ୍ପର୍କରେ କୁଳପତି କହିଛନ୍ତି, ସମ୍ପୃକ୍ତ ଛାତ୍ରଙ୍କ କପିରେ ସ୍ପଷ୍ଟ ଲେଖା ହୋଇନଥିଲା, ଯାହାକୁ ପଢି କିଛି ବୁଝାପଡିବ ଏବଂ ନମ୍ବର ଦିଆଯିବ । ଘଟଣାରେ ପ୍ରଫେସର ମନୀଷ ଗୁପ୍ତା ଓ ବିନୟ ଶର୍ମା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.