ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ତୃତୀୟ ପର୍ଯ୍ୟାୟରେ ଏହି ବୁଥରେ ହେଲା ୧୦୦ପ୍ରତିଶତ ଭୋଟିଂ, ନିର୍ବାଚନ କମିଶନ କରିଥିଲେ ସ୍ବତନ୍ତ୍ର ବ୍ୟବସ୍ଥା

ଗାନ୍ଧୀନଗର, ୭/୫ : ଲୋକସଭା ନିର୍ବାଚନର ତୃତୀୟ ଚରଣର ମତଦାନ ପୂରା ହୋଇଯାଇଛି । ମଙ୍ଗଳବାର ୯୩ସିଟରେ ମତଦାନ ହୋଇଛି । ଏହି ସମୟରେ ଗୁଜୁରାଟର ଏକ ବହୁତ ନିଆରା ମତଦାନ କେନ୍ଦ୍ରରେ ୧୦୦ପ୍ରତିଶତ ଭୋଟିଂ ହୋଇଛି । ମତଦାନ ପ୍ରତିଶତ ମାମଲାରେ ପୂର୍ବ ଭଳି ଚଳିତ ବର୍ଷ ବି ଆସାମର ପ୍ରଦର୍ଶନ ବହୁତ ଭଲ ରହିଛି ଯେଉଁଠାରେ ୫ଟା ସୁଦ୍ଧା ପ୍ରାୟ ୭୫ପ୍ରତିଶତ ମତଦାନ ହୋଇଛି ।

ଗୁଜୁରାଟର ଗୀର ସୋମନାଥ ଜିଲ୍ଲାର ଉନା ବିଧାନସଭା ଅଞ୍ଚଳରେ ଏକ ନିଆରା ମତଦାନ କେନ୍ଦ୍ରରେ ମଙ୍ଗଳବାର ୧୦୦ପ୍ରତିଶତ ମତଦାନ ହୋଇଛି । ମଧ୍ୟ ଗୀର ଜଙ୍ଗଲର ବାନେଜ ବୁଥ ନମ୍ବର ୩ରେ ୧୦୦ପ୍ରତିଶତ ଭୋଟିଂ ହୋଇଛି । ପ୍ରକାଶ ଯେ, ବାନେଜ ବୁଥରେ କେବଳ ଜଣେ ମତଦାତା ଅଛନ୍ତି ।

ଏଠାରେ ବାନେଜ ମନ୍ଦିରର ମହନ୍ତ ହରିଦାସବାପୁ ଯେଉଁଭଳି ଭାବେ ଭୋଟ ଦେଲେ ୧୦୦ପ୍ରତିଶତ ଭୋଟିଂ ରେକର୍ଡ଼ କରାଯାଇଛି । ନିର୍ବାଚନ ଆୟୋଗ ଦେଶରେ ପ୍ରତ୍ୟେକ ନାଗରିକ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ପ୍ରତିବଦ୍ଧ ଅଟନ୍ତି । ଗୋଟିଏ ଭୋଟର ମହତ୍ବ ବୁଝାଇବା ଲାଗି ଇସି ଏଠାରେ କେବଳ ଗୋଟିଏ ଭୋଟ ଲାଗି ପୁରା ପୁଲିଂ ବୁଥ ସ୍ଥାପିତ କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.