ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଜେଲ୍ ନୁହେଁ ବେଲ୍‌, ବ୍ୟକ୍ତିଗତ ମୁଚାଲିକାରେ ଗରିବ ଅଭିଯୁକ୍ତ ମୁକ୍ତ

ମାଲକାନଗିରି,୨୬/୪ : ଜଣେ ଗରିବ ଅଭିଯୁକ୍ତ ଏକ ଚୋରି ମାମଲାରେ ଦୀର୍ଘ ଦିନ ଧରି କାରାଗାରରେ ବନ୍ଦି ଜୀବନ ବିତାଉଥିଲ।। ଜିଲ୍ଲା ବିଚାରପତି ପ୍ରଥମେ ଏକ ସ୍ୟୁରିଟି ସହ ୩୦ହଜାର ଟଙ୍କାର ଦଣ୍ଡରେ ଜାମିନ ଯିବା ପାଇଁ ଆଦେଶ ଦେଇଥିଲେ, ଯେ ହେତୁ ଅଭିଯୁକ୍ତ ଜଣେ ଗରିବ ସିଏ ଉକ୍ତ ଆଦେଶ ପାଳନ କରିବାକୁ ଅକ୍ଷମ ଥିବାରୁ ତାଙ୍କ ଓକିଲ ଉକ୍ତ ଆଦେଶ ପରିବର୍ତ୍ତନ ଲାଗି ଏକ ପିଟିସନ ଅଦାଲତରେ ଦାଖଲ କରିଥିଲେ। 

ଉକ୍ତ ଦରଖାସ୍ତକୁ ବିଚାରକୁ ନେଇ ଅଦାଲତ ସ୍ୟୁରିଟି କାଟି କେବଳ ୩୦ହଜାର ଟଙ୍କା ଦଣ୍ଡରେ ଯିବାକୁ ଅନୁମତି ପ୍ରଦାନ କରିଥିଲେ, କିନ୍ତୁ ଅଭିଯୁକ୍ତ ଉକ୍ତ ମୁଲ୍ୟ ଦେବାରେ ଅକ୍ଷମ ହେବାରୁ ପୁଣି ଥରେ ଏକ ପିଟିସନ ମାଧ୍ୟମରେ ଉପରୋକ୍ତ ଆଦେଶର ପରିବର୍ତ୍ତନ ପାଇଁ ଓକିଲ ପ୍ରାର୍ଥନା କରିଥିଲେ । ଉକ୍ତ ପିଟିସନକୁ ଜିଲ୍ଲା ଅଦାଲତର ସରକାରୀ ଓକିଲ ଘୋର ବିରୋଧ କରିଥିଲେ । କିନ୍ତୁ ଅଭିଯୁକ୍ତଙ୍କ ଓକିଲ ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ଅଶୋକ କୁମାର ପଟ୍ଟନାୟକ ଓ ତାଙ୍କର ସହଯୋଗୀ ରାଜେଶ ପଟ୍ଟନାୟକ ଡେପୁଟି ମୁଖ୍ୟ ଆଇନ ସେବା ଓକିଲ ଏବଂ ସାଗର ପାଣିଗ୍ରାହି ଓ ସଂଯୁକ୍ତା ଦତ ସହକାରୀ ଆଇନସେବା ଓକିଲ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ସତେନ୍ଦ୍ର ଆନବିଲ ବନାମ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଓ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଏସ୍‌.ଏମ୍‌.ଡବ୍ଲୁ.ପି.ସି. (କ୍ରି) ୪/୨୧ର ୩୧.୦୧.୨୦୨୩ର ଆଦେଶକୁ ଭିତ୍ତି କରି ତଥା ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ କୃଷ୍ଣ ପ୍ରସାଦ ସାହୁ ବନାମ ଓଡିଶା ସରକାର ମାମଲାରେ ଦିଆଯାଇଥିବା ନୀତିକୁ ଭିତ୍ତି କରି ତଥା ଜାତୀୟ ଆଇନ ସେବା ପ୍ରାଧୀକରଣଙ୍କ ନିର୍ଦେଶନାମାକୁ ଭିତ୍ତି କରି ବଳିଷ୍ଠ ଯୁକ୍ତିକୁ ଗ୍ରହଣ କରି ଜିଲ୍ଲା ଜର୍ଜ ବିକ୍ରମ ପଟ୍ଟନାୟକଙ୍କ ଉକ୍ତ ବିଚରାଧୀନ ଅଭିଯୁକ୍ତକୁ ବ୍ୟକ୍ତିଗତ ମୁଚାଲିକାରେ କାରାଗାରରୁ ମୁକ୍ତ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.