ପ୍ରମୁଖ ଖବର
  • ମୋହନା: ମହୁମାଛି ଆକ୍ରମଣ, ଗୋଟିଏ ପରିବାରର ୫ ଆହତ
  • ||
  • ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ୧୭ ଜଣ ଗୁରୁତର
  • ||
  • ସାଧାରଣ ନିର୍ବାଚନ ପାଇଁ ଖୋର୍ଦ୍ଧା, କଟକରେ ସରକାରୀ ଛୁଟି ବାତିଲ
  • ||
  • ମଙ୍ଗଳବାର ବାରାଣାସିରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପସ୍ଥିତ ରହିବେ ଏନ୍‌ଡିଏର ନେତା
  • ||
  • ମୋହନାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଗଛ ନିକଟରେ ରହିଛି ଅଟୋ
  • ||
  • ବିଜେପି ମିଶନ ଓଡ଼ିଶା, ଆସନ୍ତା ୨୦ରେ ବାଲିଯାତ୍ରା ପଡିଆରେ ମେଗା ପ୍ରଚାର କରିବେ ପ୍ରଧାନମନ୍ତ୍ରୀ
  • ||
  • ଭକ୍ତଙ୍କ ପାଇଁ ଖୋଲିଲା ବାବା ବଦ୍ରି ବିଶାଲଙ୍କ ଦରବାର, ଦର୍ଶନ ପାଇଁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ: ସୋମବାର ୪ ଲୋକସଭା, ୨୮ ବିଧାନସଭା ଆସନରେ ମତଦାତା ଲେଖିବେ ପ୍ରାର୍ଥୀଙ୍କ ଭାଗ୍ୟ
  • ||
  • ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ୪ ଲୋକସଭା, ୨୮ ବିଧାନସଭା ଆସନରେ ଭୋଟିଂ
  • ||
  • ଆଇପିଏଲ୍ ମହାସମରରେ ସୁପର କିଙ୍ଗ୍‌ସକୁ ଭେଟିବ ରୟାଲ, ସନ୍ଧ୍ୟାରେ ଚ୍ୟାଲେଞ୍ଜର୍ସ- କ୍ୟାପିଟାଲ୍ସ ଫାଇଟ୍
  • ||
  • କମ୍ପୁଛି ପ୍ରଚାର ମଇଦାନ୍, ଆଜି ବଲାଙ୍ଗିର ଏବଂ ବରଗଡ଼ରେ କ୍ୟାମ୍ପେନ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୫ ଯାଏ ଉପକୂଳରେ ବର୍ଷା ସମ୍ଭାବନା, ୧୬ରୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ
  • ||

କର୍ଣ୍ଣାଟକରେ ମହିଳାଙ୍କୁ ଯୌନ ଶୋଷଣ ମାମଲାରେ ସାଂସଦ ପ୍ରଜ୍ବଳ ରେଭାନ୍ନାଙ୍କ ନାମ ସାମିଲ୍, SIT ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା…

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ହାସନ ଜିଲ୍ଲା ସହ ଜଡିତ ସେକ୍ସ ସ୍କାଣ୍ଡାଲ ଘଟଣାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସେକ୍ସ ସ୍କାଣ୍ଡାଲରେ ହାସନରୁ ଜେଡିଏସ ସାଂସଦ ପ୍ରଜ୍ବଳ ରେଭାନ୍ନାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଜେଡିଏସ୍ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ପ୍ରଜ୍ବଳ ରେଭନ୍ନା ଗତକାଲି (ଶନିବାର) ଜର୍ମାନୀର ଫ୍ରାଙ୍କଫର୍ଟ ସହରକୁ ଚାଲିଯାଇଥିବା ପୋଲିସ ଜାଣିଛି ।

ଡେକାନ୍ ହେରାଲ୍ଡ ରିପୋର୍ଟ ଅନୁଯାୟୀ, ସିଦ୍ଧରମୈୟା ଏକ ବିବୃତ୍ତିରେ କହିଛନ୍ତି ଯେ ଅଶ୍ଳୀଳ ଭିଡିଓ ମାମଲାରେ ସରକାର ଏସଆଇଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି, "ହାସନରେ ଆପତ୍ତିଜନକ ଭିଡିଓ ପ୍ରସାରିତ ହେଉଛି। ଏଥିରୁ ଦୃଶ୍ୟମାନ ହେଉଛି ଯେ, ମହିଳାମାନେ ଯୌନ ଶୋଷଣର ଶିକାର ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ମହିଳା ଆୟୋଗର ଅଧ୍ୟକ୍ଷ ସରକାରଙ୍କୁ ଏକ ଚିଠି ଲେଖି ଏସଆଇଟି ଯାଞ୍ଚ ପାଇଁ କହିଛନ୍ତି। ସେମାନଙ୍କ ଅନୁରୋଧର ଉତ୍ତରରେ ନିଷ୍ପତ୍ତି ନିଆଯାଇଛି।

ସୂଚନାଥାଉକି, କର୍ଣ୍ଣାଟକ ମହିଳା ଆୟୋଗର ଅଧ୍ୟକ୍ଷ ଡକ୍ଟର ନାଗାଲକ୍ଷ୍ମୀ ଚୌଧରୀ ୨୫ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ରାଜ୍ୟ ପୋଲିସ ମୁଖ୍ୟ ଆଲୋକ ମୋହନଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିରେ ସେ ହାସନ ଜିଲ୍ଲାରେ ଭାଇରାଲ ହେଉଥିବା ମହିଳାଙ୍କ ଆପତ୍ତିଜନକ ଭିଡିଓର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦାବି କରିଛନ୍ତି। ଚିଠିରେ କୁହାଯାଇଛି ଯେ ସେହି ସମସ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ, ଯେଉଁମାନେ କେବଳ ଏହି ଜଘନ୍ୟ ଅପରାଧର ଭିଡିଓ କରିନାହାଁନ୍ତି ବରଂ ଏହାକୁ ସର୍ବସାଧାରଣରେ ପ୍ରଚାର କରୁଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.